ନାହିଁ ନାହିଁରେ ଚାଲିଛି କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ, ଦଲାଲ ଏବଂ କର୍ମଚାରୀଙ୍କ ମଧୁ ଚନ୍ଦ୍ରିକାରେ ଚାଲିଛି କାର୍ଯ୍ୟ

କରଞ୍ଜିଆ ୧୦ ଜୁଲାଇ (ଓଡ଼ିଆ ପୁଅ/ଦୀପକ ମହାନ୍ତ) ପାଞ୍ଚପୀଢ଼ ଉପ ଖଣ୍ଡରର ବହୁ ପୁରାତନ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ।ହେଲେ କାର୍ଯ୍ୟ ସମ୍ପୂର୍ଣ୍ଣ ନୂଆ, ଏଠାରେ ଗତ ଚାରି ବର୍ଷ ହେବ ବିଜୁ ଜନତା ଦଳ ଗାଦିରେ ବସିଥିବା ବେଳେ ଅଧ୍ୟକ୍ଷଙ୍କ ନିଜ ଇଚ୍ଛା ମୁତାବକ ସମସ୍ତ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି।ସରକାରଙ୍କ ନିୟମ ଅନୁସାରେ ସମସ୍ତ କାର୍ଯ୍ୟ ଟେଣ୍ଡର ମାଧମରେ ହବା କଥା କିନ୍ତୁ ଏଠାରେ ସମ୍ପୂର୍ଣ୍ଣ ବ୍ୟତିକ୍ରମ ଦେଖା ଯାଉଛି। ଯଦି କୌଣସି ଦଳୀୟ କର୍ମୀ ଟେଣ୍ଡର ରୁ ବାଦ ପଡୁ ଥିବା ଲକ୍ଷ୍ୟ କରାଯାଏ ତେବେ ଟେଣ୍ଡର ପ୍ରକ୍ରିୟାଶେଷ ସମୟରେ ବାଦ ଦେଉଥିବା ମଧ୍ୟ ଦେଖିବାକୁ ମିଳୁଛି, ଏହା ସାଙ୍ଗକୁ ଜନ୍ମ ଏବଂ ମୃତ୍ୟୁ ପ୍ରମାଣ ପତ୍ର ପାଇଁ ମୁଟା ଅଙ୍କ ରେ ଲୋକଙ୍କ ଠୁ ଲୁଟୁ ଥିବା ଦେଖିବାକୁ ମିଳୁଛି, ଯଦି କିଏ ଟଙ୍କା ନ ଦିଏ ପ୍ରମାଣ ପତ୍ର ପାଇଁ ଦଉଡି ଦଉଡି ଚପଲ ଛିଡିବା ସାର। ସେହିପରି ନିର୍ମାଣ ହଇଥିବା କଲ୍ୟାଣ ମଣ୍ଡପ ମଧ୍ୟ ସେହି ଆଧାରରେ ଦିଆ ଯାଉ ଥିବା ବେଳେ କିଛିଦିନ ପୂର୍ବରୁ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗୋଟିଏ ତାରିଖରେ ଦୁଇ ଦୁଇ ଜଣଙ୍କୁ କଲ୍ୟାଣ ମଣ୍ଡପ ପ୍ରଦାନ କରାଯାଇଥିଲା କିନ୍ତୁ ତାହା ବାହାଘର ପୂର୍ବରୁ ଜଣା ପଡିବାରୁ କାରଣ ରୁ ଉଭୟ ପରିବାର ଏକ ବିରାଟ ସମସ୍ୟାରୁ ବର୍ତ୍ତି ଯାଇଥିଲେ। ନଚେତ ବର୍ଷା ଦିନ ଥିବାରୁ ନାହିଁ ନ ଥିବା ହଇରାଣ ଭଗିବାକୁ ପଡିଥାନ୍ତା ପରିବାର ଲୋକେ କୁହନ୍ତି। ସେହିପରି କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ର ୧୫ ଗୋଟି ୱାର୍ଡ ରେ ସଫାଇ କାର୍ଯ୍ୟ ନିମିତ୍ତ ଲକ୍ଷ ଲକ୍ଷ ଟଙ୍କା ମାସକୁ ଖର୍ଚ୍ଚ ହେଉଥିବା ବେଳେ କୁଢ଼ କୁଢ଼ ଅଳିଆ ଆବର୍ଜନା ପ୍ରତେକ ଦୋକାନ ଦୁଆରେ ପାହାଡ଼ ସୃଷ୍ଟି କରୁଥିବା ବେଳେ ଡ୍ରେନ ଅବସ୍ତା ନ କହିବା ଭଲ ବର୍ଷ ବର୍ଷ ଧରି ଡ୍ରେନ ସୋଫା କରା ହଇ ନ ଥିବା ବେଳେ ଅଛଳାଏ ବର୍ଷା ରେ ରାଜ ରାସ୍ତାରେ ଡ୍ରେନ ରୁ ପାଣି ବାହାରି ରାସ୍ତାରେ କୁତ୍ରିମ ବନ୍ୟା ସୃଷ୍ଟି କରିଥାଏ, ତେବେ ସଫାଇ ନା ରେ ଲକ୍ଷ ଲକ୍ଷ ଟଙ୍କା ହଡପ ହେଇଥିବା ଜଣା ଯାଏ। ପ୍ରତେକ ଦିନ ସଫାଇ କାର୍ଯ୍ୟ ରେ ୧୨/୧୪ ଜଣ ଶ୍ରମିକ ସଫାଇ କାର୍ଯ୍ୟ ରେ ନୀୟଜିତ ହେଉ ଥିଲେ ମଧ୍ୟ କାଗଜ କଲମ ରେ ୩୦/୪୦ ଜଣ ଶ୍ରମିକ ଙ୍କ ହାଜିରା ପଡୁଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।ସେହିପରି ପ୍ରତେକ ଦିନ ବିଚିଂଙ୍ଗ ପାଉଡର, ମଶା ତେଲ ଏବଂ ଧୂଆଁ ଦେବା କଥା ହେଲେ କାଗଜ ପତ୍ର ରେ ଏ ସବୁ କରୁ ଥିବା ବେଳେ ମାସ ମାସ ଧରି ବୁନ୍ଦାଏ ବିଚିଂଙ୍ଗ ପାଉଡର ମଧ୍ୟ ନ ପଡିବା ପରିତାପର ବିଷୟ, ତେବେ କୌଣସି ବଡ଼ ଅଧିକାରୀ କିମ୍ବା ଜିଲ୍ଲାପାଳ ଙ୍କ ଗସ୍ତ ଥିଲେ କରଞ୍ଜିଆ ରାସ୍ତା ଘାଟ ମଲ୍ଲିଫୁଲ ପରି ଚହଟୁଥିବା ଦେଖିବାକୁ ମିଳିଥାଏ।ବାକି ଦିନ ମାନଙ୍କରେ ଯେମିତିକି ସେମିତି ଏଥି ପ୍ରତି କାହାରି ନିଘା ନାହିଁ ନା ଜନ ସାଧାରଣ ନା ପ୍ରଶାସନ ସବୁ ଦେଖି ନ ଦେଖିଲା ପରି ରୁହନ୍ତି।ତେବେ ଆଗାମୀ ଦିନରେ ବର୍ଷା ଋତୁ ଆସୁ ଥିବାରୁ ଏହାର ପ୍ରତିକାର ନ କୋଲେ ଜଣ୍ଡିସ ପରି ମାରାତ୍ମକ ରୋଗ ବ୍ୟାପିବାର ୧୦୦ଶତକଡା ଥିବା ବେଳେ ଏହାର ପ୍ରତିକାର ନ ହେଲେ କରଞ୍ଜିଆ ବାସୀ ଭୟାଭୟ ରୋଗକୁ ଅମତ୍ରଣ କରିବେ ଏଥିରେ ଦି ମୋତ ନାହିଁ।ଏଣୁ ଏ ଦିଗରେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ତୁରନ୍ତ ଦୃଷ୍ଟି ଦେଇ ଦୁଷ୍ଟାନ୍ତ ମୂଳକ କାର୍ଯ୍ୟ ନ କୋଲେ ଜନ ଆନ୍ଦୋଳନ କରିବା ପାଇଁ କିଛି ସାମାଜିକ ସଙ୍ଗଠନ ଆନ୍ଦୋଳନ କରିବା ପାଇଁ ଅଣ୍ଟା ଭିଡୁ ଥିବା ସୂଚନା।ତେଣୁ ଯଥା ଶୀଘ୍ର ଏହାର ସମାଧାନ କିପରି ହଇ ପାରିବ ସେଥିପ୍ରତି ବିଭାଗ ଦୃଷ୍ଟିଦେବା ପାଇଁ ସାଧାରଣ ରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *