ନାଳରେ ବୁଡି ଯୁବକଙ୍କ ମୃତ୍ୟୁ

ତୁରୁମଙ୍ଗା ୨-୭ (ଓଡ଼ିଆ ପୁଅ/ସନ୍ତୋଷ ପତି) ତୁରୁମୁଙ୍ଗା ଥାନା ଅନ୍ତର୍ଗତ ବନ୍ଧନହର ଗ୍ରାମର ସମରା ମୁଣ୍ଡା (୨୭) ଙ୍କର ଗତକାଲି ନେଉଳିଜୁଳି ନାଳରେ ଗାଧୋଇବା ସମୟରେ ବୁଡି ଯାଇ ମୃତ୍ୟୁ ହେଇଛି। ନାଳରୁ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା। ହେଲେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ତୁରୁମୁଙ୍ଗା ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ କରାଇଛି। ଏ ନେଇ ତୁରୁମୁଙ୍ଗା କେଶ ନମ୍ବର ୭/୧୮ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

Leave a Reply

Your email address will not be published. Required fields are marked *