ଜିଲ୍ଲା ପରିକ୍ରମା

ନାରୀ ସୁରକ୍ଷା ପ୍ରଗତି ମଂଚର ୩ ବାର୍ଷିକ ମହିଳା ସମାବେଶ

ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲା ନାରୀ ସୁରକ୍ଷା ପ୍ରଗତି ମଂଚ ଓ ମାନବ ଅଧିକାର ସୁରକ୍ଷା ସଂଗଠନର ୩ୟ ବାର୍ଷିକ ଅଧିବେଶନ ଗରଦପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାନେତ୍ରୀ ରାଜଲକ୍ଷ୍ମୀ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟ ମହିଳା ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ସମାଜସେବୀ ସୀତାଂଶୁ ମହାପାତ୍ର, ଭଦ୍ରକ ଜିଲା ଓକିଲ ସଂଘର ସଂପାଦକ ଗଦାଧର ବଳ, ରାଜ୍ୟ କିନ୍ନର ସଂଘର ସାଧାରଣ ସଂପାଦକ କାଜଲ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହି ସଭାରେ ସମାଜର ବିଭିନ୍ନ ସେବା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଆଇନ୍ଜୀବୀ ଗଦାଧର ବଳ, ଶିବପ୍ରସାଦ ମହାନ୍ତି, ଶ୍ରମିକ ନେତା ସନ୍ତୋଷ ଦାସ, କିନ୍ନର ସୋନାଲୀ, ଚରମ୍ପା ସାମ୍ବାଦିକ ସେବା କ୍ଷେତ୍ରରେ ନିୟୋଜିତ ରଶ୍ମିରଂଜନ ସାହୁ ପ୍ରମୁଖଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଆର୍ଥିକ ଅନଗ୍ରସର ବ୍ୟକ୍ତିମାନଙ୍କୁ କମ୍ବଳ ବଣ୍ଟନ କରାଯିବା ସହ ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ସଭାରେ ସଂପାଦିକା ଚୈତାଳି ଖିଲାର ବାର୍ଷିକ ବିବରଣୀ ପାଠ କରିଥିଲେ। ଆଇନ୍ଜୀବୀ ତଥା ଶ୍ରମିକ ନେତା ସନ୍ତୋଷ ଦାସ ମଂଚ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top