ନାରୀ ପ୍ରତିଭା ସମ୍ମାନ ଉତ୍ସବ

ପୁରୀ, ୨୦/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ମହିଳାଙ୍କ ଦାୟିତ୍ୱ ବୋଧ ପୁରୁଷଙ୍କ ଠାରୁୂ ଯଥେଷ୍ଟ ଅଧିକ, ପ୍ରତିଭା ଓ ଦକ୍ଷତା ପ୍ରମାଣ ପାଇଁ ସେମାନଙ୍କୁ ସୁଯୋଗ ଦିଆଯିବ ଉଚିତ୍। ନାରୀ ସମାଜ ର ମେରୁ ଦଣ୍ଡ ବୋଲି ପୂର୍ବତନ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ପ୍ରକାଶ କରିଛନ୍ତି। ସୁଲେଖା ସାହିତ୍ୟ ସଂସ୍କୃତି ପରିଷଦ ପକ୍ଷରୁ ରବିବାର ଅନୁଷ୍ଠିତ ରାଜ୍ୟ ସ୍ତରିୟ ପ୍ରତିଭା ଉତ୍ସବ ଉଦ୍ଘାଟନ କରି ସେ କହିଲେ ବିଧାନ ସଭା ଓ ଲୋକସଭାରେ ମହିଳାଙ୍କୁ ୫୦% ସ୍ଥାନ ସଂରକ୍ଷଣ ସୁବିଧା ମିଳିଲେ ରାଜନୀତିରେ ସଂସ୍କାର ଆସିବ, କାଦମ୍ବିନୀ ସମ୍ପାଦିକା ଇତିସାମନ୍ତ ମୁଖ୍ୟ ଅତିଥିଭାବେ ଯୋଗଦେଇ ମହିଳା ଶକ୍ତିର ବିକାଶ ଉପରେ ଆଲୋକପାତ କରିଥିଲେ। ସେ କହିଲେ ଯୌତୁକ ନିର୍ଯ୍ୟାତନା ଏବଂ କନ୍ୟା ଭୂଣହତ୍ୟା ବନ୍ଦପାଇଁ ସମସ୍ତଙ୍କ ମାନସିକତାରେ ପରିବର୍ତ୍ତନ ଜରୁରୀ।ନାରୀ ଜାତିର ସମ୍ମାନ ଦେଶର ସମ୍ମାନ ବୋଲି ଡଃ ସାମନ୍ତ ମତ ଦେଇଛନ୍ତି। ଓଡିଆ ସାହିତ୍ୟ ଏକାହେମୀ ସଭାପତି ହରିହର ମିଶ୍ର, ଅବସର ପ୍ରାପ୍ତ ପ୍ରଶାସକ ଡଃ ମୀନକେତନ ଦାସ ଏବଂ ଓଡିଶା ଲେଖିକା ସଂସଦ ସମ୍ପାଦିକା ଡଃ ସଙ୍କୁନ୍ତଳା ବଳିଆରସିଂହ ଅତିଥିଭାବେ ଯୋଗ ଦେଇଥିଲେ। ଡଃ ସୁଚେତା ରାଉତ ସଭାରେ ଅଧ୍ୟକ୍ଷତା କରିଥିଲେ। ସଭାପତି ସବାଶିବ ମିଶ୍ର ଏବଂ ଅଭ୍ୟର୍ଥନା ସମିତି ଅଧ୍ୟକ୍ଷ ଲକ୍ଷ୍ମୀଧର ଖୁଟିଂଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *