ନାରୀ ନିଯ୍ୟାତନା ବିରୁଦ୍ଧରେ ନାରୀ ସଶକ୍ତି କରଣ ମଂଚ ବିକ୍ଷୋଭ

ପୁରୀ, ୨୧/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଦିନକୁ ଦିନ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ନାରି ନଯ୍ୟାତନା। ଏପରିକି ଶିଶୁ ଓ ନାବାଳିକ ମଧ୍ୟ ନିଯ୍ୟାତନାର ଶିକାର ହେଉଛି। ନାରୀ ଜାତିର ସୁରକ୍ଷା ପାଇଁ ଆନ୍ଦୋଳନ ଆରମ୍ଭ ହୋଇଛି। ନାରୀ ସଶକ୍ତିକରଣ ମଂଚ ଏହାର ପ୍ରତିବାଦରେ, ମଂଚ ପକ୍ଷରୁ ଧାରଣା ଦିଆଯିବା ସହ ନାରୀକୁ ସୁରକ୍ଷା ଯୋଗାଇଦେବା ପାଇଁ ଦାବି ହୋଇଛି। ମଂଚ ଅଭିଯୋଗ କରିଛି ଯେ ନିଯ୍ୟାତିତା ମହିଳାଙ୍କ ପରିବାରଙ୍କୁ ସରକାର ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା, ଶିଶୁ ଓ ନାରୀଙ୍କ ସୁରକ୍ଷାଙ୍କୁ ଗୁରୁତ୍ୱ ଦେଇ କାର୍ଯ୍ୟ କରନ୍ତୁ। ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ପୀଡିତାଙ୍କ ପରିବାରକୁ ନ୍ୟାୟ ଓ ମହିଳମାନଙ୍କୁ ଉଚିତ୍ ସମ୍ମାନ ଦେବାକୁ ମଂଚ ଦାବି କରିଛି। ଏ ନେଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ମଂଚର ସଭାନେତ୍ରୀ ସ୍ୱରୂପା ମିଶ୍ରଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମଂଚର ସମ୍ପାଦିକା ସୁଦେଶ୍ନା ପଣ୍ଡା, ରାଜଶ୍ରୀ ଦୋରା, ଶୁଭଲକ୍ଷ୍ମୀ ଦାଶ୍, ପ୍ରମିଳା ସ୍ୱାଇଁ, ଶ୍ରଦ୍ଧାଞ୍ଜଳୀ ନାଏକ, କବିତା ରଥ, ଅନୀତା ପଟ୍ଟନାୟକ, କବିତା ପ୍ରଧାନ ପ୍ରମୁଖ ଏହି ଆନ୍ଦୋଳନରେ ସାମିଲ୍ ହୋଇ ପ୍ରତିବାଦ କରିବା ସହ ପ୍ଳାକାର୍ଡ ପ୍ରଦର୍ଶନ କରିଥିଲେ।

Leave a Reply

Your email address will not be published. Required fields are marked *