ନାରାୟଣ ସୁଭାରାଓ ହାଡ଼ିକରଙ୍କର ୧୨୬ତମ ଜନ୍ମଜୟନ୍ତି ପାଳିତ

ରାଉରକେଲା ୯ ମଇ (ଓଡ଼ିଆ ପୁଅ/ଶିବରାମ ପାତ୍ର): ରାଉରକେଲା ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ନିଖିଳ ଭାରତ କଂଗ୍ରେସ କମିଟିର ସେବାଦଳର ପ୍ରତିଷ୍ଠାତା ନାରାୟଣ ସୁଭାରାଓ ହାଡ଼ିକରଙ୍କର ୧୨୬ତମ ଜନ୍ମ ଜୟନ୍ତି ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଥମେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ରାଉରକେଲା ସେବାଦଳର ମୁଖ୍ୟ ବିନୋଦ ଚନ୍ଦ୍ର ରାଉତଙ୍କ ନେତୃତ୍ୱରେ ପତକା ଉତ୍ତୋଳନର କାର୍ଯ୍ୟକ୍ରମ କରାଯାଇଥିଲା। ଜିଲ୍ଲା ସଭାପତି ବିରେନ ସେନାପତି ପତକା ଉତ୍ତୋଳନ କରି ଉପସ୍ଥିତ କଂଗ୍ରେସ କର୍ମୀଙ୍କୁ ଉଦବୋଧନ ଦେଇ କଂଗ୍ରେସ ସେବାଦଳର କାର୍ଯ୍ୟକର୍ମୀଙ୍କୁ ଭୂୟସି ପ୍ରଶଂସା କରିଥିଲେ। ପରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ବିରେନ ସେନାପତିଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ପ୍ରଦଶ କଂଗ୍ରେସ ସେବାଦଳର ବିରାଦ୍ରୀ ସଭାପତି ରାମପ୍ରସାଦ ଜୟସୁଆଲ ନିଜ ବକ୍ତବ୍ୟରେ ସେବାଦଳର ଆଭିମୁଖ୍ୟ ବିଷୟରେ ବିଶଦ ଆଲୋଚନା କରି ଆଗାମି ଦିନରେ ସେବାଦଳକୁ ସୁଦୃଢ଼ କରି କଂଗ୍ରେସ ଦଳ ପାଇଁ କାର୍ଯ୍ୟକ୍ରମରେ ଲଗାଇଲେ କଂଗ୍ରେସ ଦଳ ଆଗାମି ଦିନରେ ଓଡ଼ିଶାରେ ବିଜେଡ଼ି-ବିଜେପିକୁ କଢ଼ା ମୁକାବିଲା କରିପାରିବ ବୋଲି କହିଥିଲେ। ବିରେନ ସେନାପତି ମଧ୍ୟ ତାଙ୍କ ବକ୍ତବ୍ୟରେ ସେବାଦଳକୁ ସୁଦୃଢ଼ କରିବା ପାଇଁ ଆହ୍ୱାନ ଦେଇଥିଲେ। ସେବାଦଳ ମୁଖ୍ୟ ସଂଗଠକ ବିନୋଦ ରାଉତ ନିଜ ବକ୍ତବ୍ୟରେ ରାଉରକେଲାରେ ସେବାଦଳକୁ ମଜବୁତ କରିବା ପାଇଁ ସମସ୍ତ କାର୍ଯ୍ୟକ୍ରମ କରାଯିବ ବୋଲି କହିଥିଲେ। ଶେଷରେ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ପ୍ରଭାତି ମିଶ୍ର ଧନ୍ୟବାଦ ଦେଇ ସଭା ସାଂଗ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ସଂପାଦକ ସବିର ହୁସେନ, ପିସିସି ମେମ୍ବର ରାମାନନ୍ଦ ଶ୍ରିଚନ୍ଦନ, ଦେବବ୍ରତ ବିହାରି, ସନ୍ତୋଷ ବିଶ୍ୱାଳ, ଗଣମାଧ୍ୟମ ସଂଯୋଜକ ପ୍ରମୋଦ ପ୍ରଧାନ, ଓବିସି ଚେୟାରମ୍ୟାନ କୈଳାଶ ସାହୁ, ଫିସରମ୍ୟାନ ସଭାପତି ସିଦ୍ଦେଶ୍ୱର ମଲ୍ଲିକ, ଅନୁସୁଚିତ ଜାତି ସଭାପତି ସନ୍ତୋଷ ତନ୍ତି, ଭାସ୍କର ଖିଲାର, ରଘୁନାଥ ପ୍ରଧାନ, ମନୋଜ ପ୍ରଧାନ, ବଣ୍ଟି ଖାନ୍, ଅରୁଣ ଜୟପୁରିଆ, ବିଶ୍ୱଭୂଷଣ ସର, ଛବି ଦାସ, ଏମ.ଡ଼ି ଫିରୋଜ ପ୍ରମୁଖ ଉପସ୍ଥିତ ରହିଥିଲେ ବୋଲି ଚିତ୍ତରଞ୍ଜନ ମାହାନ୍ତି ଏକ ପ୍ରେସ ଜରିଆରେ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *