ନାରାୟଣ ଗୁରୁଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

ପୁରୀ, ୨୩/୪(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): -ସଂଙ୍ଗୀତ ଗୁରୁ ତଥା ଜାଗା ଆଖାଡାର ସଂଗଠକ ସ୍ୱର୍ଗତ ନାରାୟଣ ଗୁରୁଙ୍କ ପରୋଲୋକରେ ହରଚଣ୍ଡୀ ସାହି ଆଖଡା ପକ୍ଷରୁ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ରବିବାର ସହଧ୍ୟାରେ ଆଖଡା ପରିସରରେ ଆୟୋଜିତ ଏହି ସ୍ମୃତି ସଭାରେ ସଭାପତି ଦିନବନ୍ଧୁ ପ୍ରତିହାରୀ ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ସ୍ୱର୍ଗତ ଗୁରୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ସ୍ୱର୍ଗତ ଗୁରୁଙ୍କ ଜୀବନୀ ଉପରେ ଆଲୋକପାତ କରାଯାଇଥିଲା। ଆଖାଡାର ସଂପାଦକ ଓଠାରୀ ନାରାୟଣ ମେକାପ, ଅଞ୍ଜରୀ ଭିମସେନ ଖୁଣ୍ଟିଆ, ହରେକୃଷ୍ଣ ମହାସୁଆର, ନାରାୟଣ ମହାସୁଆର, ଭିମସେନ ମିଶ୍ର, ସାଇନା ଖୁଣ୍ଟିଆ, ଦୀନବନ୍ଧୁ ତ୍ରିପାଠୀ, ପ୍ରମୁଖ ସ୍ମୃତି ସଭାରେ ଯୋଗଦାନ କରି ସ୍ୱର୍ଗତ ଗୁରୁଙ୍କ ସ୍ମୃତିଚାରଣ କରିଥିଲେ।

Leave a Reply

Your email address will not be published. Required fields are marked *