ad
ଓଡ଼ିଶା

ନାରାୟଣପାଟଣାରୁ ୪ ମିଲିସିଆ ଗିରଫ

କୋରାପୁଟ ; ତା୧୫-୦୫-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ଜିଲ୍ଲା ମାଓ ପ୍ରଭାବିତ ନାରାୟଣପାଟଣାରୁ ପୋଲିସ ଆଜି ଅପରାହ୍ନରେ ୪ଜଣ ମିଲିସିଆଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ଜଣାପଡିଛି। ଗିରଫ ୪ ମିଲିସିଆ ହେଲେ ନାରାୟଣପାଟଣା ଥାନା ଡକରିଘାଟି ଗ୍ରାମର ନନ୍ଦ ତାଡିଂଗି, ଅଭି ତାଡିଂଗି, ତିଲୁସୁ ତାଡିଂଗି ଓ ରେଲି ତାଡିଂଗି। ପୋଲିସ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୭ରେ ନାରାୟଣପାଟଣା ଅଂଚଳରେ ଘଟିଥିବା ପୋଡାଜୋଳା, ଠିକା କମ୍ପାନୀର ଗାଡି, ମେସିନ ପୋଡି ଭଳି ବିଭିନ୍ନ ମାଓ କାର୍ଯ୍ୟ କଳାପରେ ସମ୍ପୃକ୍ତି ଥିବା ସହ ମାଓବାଦୀଙ୍କୁ ସହାୟତା ଦେଇ ଆସୁଥିବା ଅଭିଯୋଗ ରହିଥିଲା। ପୋଲିସ ଏନେଇ ନାରାୟଣପାଟଣା ଥାନାରେ ଏକ ମାମଲା(କେଶ୍ ନଂ-୩୯/୨୦୧୭)ରୁଜୁ କରି ତଦନ୍ତ କରୁଥିଲା। ଗିରଫ ୪ମିଲିସିଆ ଗାଁରେ ଥିବା ସୂଚନା ପାଇ ଆଜି ସକାଳେ ଚଢଉ କରି ଗିରଫ କରିବା ପରେ ପଚରା ଉଚୁରା କରି ଅପରାହ୍ନରେ କୋର୍ଟ ଚାଲାଣ କରିଥିବା ଜଣାପଡିଛିା ମାର୍ଚ ୨୫ ତାରିଖରେ ଡକରିଘାଟି ଏନକାଉଂଟରରେ ୪ ମହିଳା ମାଓବାଦୀଙ୍କ ମୃତ୍ୟୁ ପରେ ଆଜିର ଗିରଫ ପୋଲିସ ନିମନ୍ତେ ଆଉ ଏକ ସଫଳତା ବୋଲି କୁହାଯାଉଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top