ଓଡ଼ିଶା

ନାରାବାଜିରେ ସିମିତ ଚାଷୀଙ୍କୁ ସହାୟତା ମିଳୁନାହିଁ ବିହନ, ଚାଷୀ ଚିନ୍ତାରେ

ରାୟଗଡା, ୨୭।୬ (ଓଡିଆ ପୁଅ/ରବିନ୍ଦ୍ର ପାଟଖଣ୍ଡାଳ)-ଚାଷୀଙ୍କୁ ମିଳିପାରୁନାହିଁ ଉପଯୁକ୍ତ କିସମର ବିହନ। ଜିଲରେ ୧୦୦୧ ଏବଂ ଆରଜିଏଲ କିସମର ବିହନର ଘୋର ଅଭାବ ଦେଖାଦେଇଛି। ଗତ ଏକ ଦସନ୍ଧିଧରି ସରକାରଙ୍କ ବିହନ ଯୋଗାଣ ବ୍ୟବସ୍ଥା ଉପରେ ଚାଷୀ ସମ୍ପୂର୍ଣ୍ଣରୂପେ ନିର୍ଭର କରିଆସୁଥିବାବେଳେ ଚାଷପାଇଁ ମୂଳ ଉପାଦାନ ବିହନ ମିଳିପାରୁନଥିବା ଜିଲାର ଚାଷୀକୂଳପାଇଁ ଦୁର୍ଭାଗ୍ୟର କଥା ହୋଇପଡିଛି। ଆଉ ବିହନକୁ ଅନାଇ ଅନାଇ ଅନ୍ୟ ବିହନ ନେଇ ଚାଷୀ ମନକୁ ବୁଝାଇ ନେଉଥିବା ଜଣାପଡିଛି। ତେବେ ସହାୟତା କେବଳ ନାରାବାଜିରେ ସୀମିତ ହୋଇ ରହିଯାଇଥିବାବେଳେ ବିହନର ଘୋର ଅଭାବ ରାୟଗଡା ଜିଲାର ଚାଷୀଙ୍କ ମୁଣ୍ଡରେ ଚଡକ ହୋଇ ପଡିଯାଇଛି।

ରାୟଗଡା ଜିଳାରେ ଚାଷୀ ସାଧାରଣତ ୧୬୦ଦିନରେ ଅମଳ ହେଉଥିବା ବଡ କିସମର ଧାନ କହିଲେ ଆରଜିଏଲ ଓ ପୂଜା ଧାନ ବିହନକୁ ଆପଣାଇଥାନ୍ତି। ସେହିପରି ୧୩୦ରୁ ୧୩୫ ଦିନ ମଧ୍ୟରେ ଅମଳ ହୋଉଥିବା ୧୦୦୧କୁ ବିହନକୁ ପ୍ରଥମ ପସନ୍ଦ ରୂପେ ଜମିରେ ବୁଣିଥାନ୍ତି। ତେବେ ଚଳିତ ବର୍ଷ ଚାଷୀଙ୍କ ନିକଟରେ ଏହି ୨କିସମର ବିହନ ପର୍ଯ୍ୟାପ୍‌ତ ପରିମାଣରେ ପହଞ୍ଚିପାରିନାହିଁ। ଖାଲୁଆ, ମଧ୍ୟମ ଓ ଢ଼େପୁଆ ଜମିକୁ ନଜରରେ ତଥା ସ୍ଥାନୀୟ ଜଳବାୟୁକୁ ଏହି ୨କିସମର ବିହନ ଖୁବ ସୁହାଉଥିବାବେଳେ ଚାଷୀଙ୍କୁ ମିଳିପରୁନାହିଁ। ଚଳିତ ଖରିଫ ଋତୁରେ ରାୟଗଡା ଜିଲାରେ ୫୫. ୪୭୭ହେକ୍ଟର ଜମିରେ ଧାନ ଚାଷ କରିବାପାଇଁ ଚାଷୀ କ୍ଷେତ୍ର ପ୍ରସ୍ତୁତ କରିଛନ୍ତି। ସେଥିମଧ୍ୟରୁ ୨୧ହଜାର ୮୩୭ ହେକ୍ଟର ଖାଲୁଆ ଜମି, ସେହିପରି ୨୩ହଜାର ୪୦୨ହେକ୍ଟର ମଧ୍ୟମ ଓ ୧୧୯୫୦ ହେକ୍ଟର ଢ଼େପୁଆ ଜମି ରହିଛି। ତେବେ ଜମିର ମାନକୁ ଧରି ବିଭିନ୍ନ ପ୍ରକାର ଧାନ ଚାଷ କରାଯାଇଥାଏ। ତେବେ ଖାଲୁଆ ଜମିରେ ଆରଜିଏଲ ପୂଜା ଭଳି ଧାନ, ଆଉ ମଧ୍ୟମ ଓ ଢ଼େପୁଆ ଜମିରେ ସାଧାରଣତ ୧୦୦୧ଧାନ ଏଠାକାର ଚାଷୀ ବହୁଳ ପରିମାଣଷର ବ୍ୟବହାର କରିଥାନ୍ତି। ସହ ବଡଧାନ କ୍ରମରେ ପୂଜା ଓ ଆରଜିଏଲ ବିହନକୁ ଲୋକେ ପ୍ରଥମ ପସନ୍ଦକରି ଚାଷ କରିଥାନ୍ତି। ଏହି କିସମକୁ ବଦାହେଲେ ସହଭାଗୀ, ପ୍ରତିକ୍ଷା, ଲଲାଟ, ୧୦୧୦ଭଳି ବିହନ ମଧ୍ୟ ଚାଷ କରାଯାଇଥାଲ। ତେବେ ଚଳିତ ଖରିଫ ଋତୁରେ ଚାଷୀଙ୍କ ପାଇଁ କୃଷି ବାଭାଗ ବିହନ ଯୋଗାଣ ନିଗମ ଜରିଆରେ ପ୍ରାୟ ୯୦୦୦କ୍ୱୀଣ୍ଟାଲ ଧାନ ଯୋଗାଇ ଦେବାପାଇଁ ନିସ୍ପତି ନେଇଥିଲା। କିନ୍ତୁ ବିଡମ୍ବନାର କଥାଯେ. ଚାଷୀଙ୍କ ପସନ୍ଦର ୧୦୦୧ ସହ ବଡଧାନ କୁହାଯାଉଥିବା ଆରଜିଏଲ ବିହନ ଜିଲାରେ ଚାଷୀଙ୍କୁ ଯୋଗାଇ ଦିଆଯାଇପାରୁନାହିଁ। ଚାଷୀ ପଞ୍ଜିକୃତ ହୋଇଥିବା ବେସରକାରୀ ବିକ୍ରେତା ସହ ସମବାୟ ସମିତି କାର୍ଯ୍ୟାଳୟକୁ ଦୌଡିଦୌଡି ଥକିଯାଇଥିବା କହିଛନ୍ତି। ଚାଷୀଙ୍କ ନାମ ପଞ୍ଜିକରଣକୁ ଆଧାରକରି ବିହନ ବିକ୍ରୟ କେନ୍ଦ୍ର ତଥା ସମବାୟ ସମିତି ଜରିଆରେ ବିହନ ଯୋଗାଇ ଦିଆଯାଇଥାଏ। ବିହନଧାନ ବାଟମାରଣାକୁ ରୋକିବାପାଇଁ ଏହି ସଂସ୍ଥାମାନ କୃଷକ ଓ କୃଷି ବିଭାଗର ମଧ୍ୟସ୍ଥି ହୋଇ କ୍ୱୀଣ୍ଟାଲ ପିଛା ୫୦୩ଟଙ୍କା ୪୦ପଇସାରେ ଖରିଦକରି ଚାଷୀଙ୍କୁ କ୍ୱୀଣ୍ଟାଲ ପିଛା ୩୨୦ଟଙ୍କା ରିହାତି ଦରରେ ଯୋଗାଇଥାନ୍ତି। କିନ୍ତୁ ସମବାୟ ସମିତି ନିକଟଣେ ନାମ ଲୋଖାଇ ୨ସପ୍ତାହ ବିତିଯାଇଥିଲେ ମଧ୍ୟ ବିହନ ମିଳିପାରିନଥିବା ଜଣେ ଚାଷୀ ବଂଶୀଧର ଦୋରା କହିଛନ୍ତି। କେବଳ ଏହି ସମସ୍ୟା କୋଲନରା ବ୍ଲକ ନୁହେଁ ସମଗ୍ର ଜିଲାର ୧୧ଟି ବ୍ଲକରେ ଏହି କିସମ ବିହନର ଘୋର ଅଭାବ ରହିଥିବା ବିଭିନ୍ନ ଅଞ୍ଚଳରୁ ଚାଷୀ ଅଭିଯୋଗ କରିଛନ୍ତି। ସେହିପରି ରାୟଗଡା ବ୍ଲକ ପିତାମହଲ ଅଞ୍ଚଳରେ ଚାଷୀ ଆରଜିଏଲ ବିହନକୁ ଅପେକ୍ଷା କରିକରି ଦିନ ଗଡିଯାଉଢ଼ଥିବାରୁ ନିସ୍ପତି ବଦଳାଇ ଶେଷରେ ପୂଜା କିସମର ବିହନ ନେଇ ପକାଇବାକୁ ବାଧ୍ୟ ହେଲୁ ବୋଲି ଜଣେ ଚାଷୀ ଅର୍ଜୁନ ମାଣ୍ଡାଙ୍ଗି ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଏହି କିସମର ଧାନ ଜିଲାପାଇଁ ପ୍ରାୟ ୫୦୦୦କ୍ୱୀଣ୍ଟାଲ ପର୍ଯ୍ୟନ୍ତ ଆବଶ୍ୟକ ରିହିଥିବାବେଳେ ମାତ୍ର ୧୮୦୦ଶହରୁ ୨୦୦୦କ୍ୱୀଣ୍ଟାଲ ଆସିଥିବା କୃଷି ବିଭାଗ ପକ୍ଷରୁ ଜଣାପଡିଛି। ସ୍ଥାନୀୟ ସଂଗ୍ରହକୁ ବାଦଦେଇ ଜୟପୁର ବିହନ ନିଗମରୁ ଆଣି ଯୋଗାଯାଉଥିବା ବିଭଗା ମତ ଦେଉଛି। ଅଧିକ ପରିମାଣରେ ୧୦୦୧ କିସମର ଧାନ ବିହନ ମିଳିପାରୁନଥିବା ବିଭାଗ ସୁତ୍ରରୁ ଜଣାପଡିଛି। ବିହନ ବିକ୍ରୟ ପରେ ରିହାତି ଟଙ୍କା ପାଇପରୁନଥିବା ସମବାୟ ସମିତିର ପରିଚାଳକ ମାନେ କହିଛନ୍ତି। ସମବାୟ ସମିତି ଏକ ଛୋଟ ବ୍ୟବସାୟ ସଂସ୍ଥା ହୋଇଥିବାବେଳେ ୭ଦିନରୁ ଅଧିକ ସମୟ ଧରି ବିଭାଗ ପକ୍ଷରୁ ରିହାତି ଟଙ୍କା ମିଳିପାରୁନାହିଁ। କୃଷି ବିଭାଗ ଠାରୁ କ୍ୱୀଣ୍ଟାଲ ପିଛା ୨୫୧୭ଟଙ୍କାରେ କିଣାଯାଇଥାଏ। ଚାଷୀଙ୍କୁ ୧୬୦୦ଟଙ୍କା ରିହାତି ମୂଲ୍ୟରେ ବିକ୍ରୀକରାଯାଇଥାଏ। ରିହାତି ୯୨୫ଟଙ୍କା ସମବାୟ ସମିତିକୁ ବା ପଞ୍ଜିକୃତ ବିହନ ବିକ୍ର୍ରୟ କେନ୍ଦ୍ରକୁ ୩ଦିନ ମଧ୍ୟରେ ଆକାଉଣ୍ଟରେ ଜମା କରିବାପାଇଁ ନିର୍ଦ୍ଦେଶ ରହିଛି। କିନ୍ତୁ ଏହି ରିହାତି ଟଙ୍କା ପାଇବାରେ ମଧ୍ୟ ଅହେତୁକ ବିଳମ୍ବ ଘଟୁଛି ବୋଲି କେତେକ ପଞ୍ଚିକୃତ କେନ୍ଦ୍ରସହ ସମବାୟ ସମିତିର ଶାଖା ପରିଚାଳକ ମାନେ ଅଭିଯୋଗ କରିଛନ୍ତି। ସେହିପରି ବିହନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିହନ ନିଗମକୁ ଡ୍ରାଫ୍ଟ ଦେବାର ୭ରୁ ୧୦ଦିନ ପରେମଧ୍ୟ ବିହନ ମିଳିପାରୁନାହିଁ। ତେଣୁ ସମବାୟ ସମିତି ପକ୍ଷରେ ପରିଚାଳନାର ସମସ୍ୟା ହୋଉଥିବା ସମିତିର ପରିଚାଳକ ମାନେ କହିଛନ୍ତି। ଚାଷୀଙ୍କ ନିଟରେ ଆବଶ୍ୟକ ବିହନ ପହଞ୍ଚିପାରୁନଥିବା ଏବଂ ରିହାତି ଟଙ୍କା ସମବାୟ ସମିତି ପାଇପାରୁନଥିବା ସମ୍ପର୍କରେ ଉପନିର୍ଦ୍ଦେଶକ ରିବିନ୍ଦ୍ରନାଥ ଖୁଣ୍ଟିଆଙ୍କୁ ପାଚାରିବାରେ ଉପଲବ୍ଧ ଥିବା ୧୦୦୧ ବିହନ ବିଭିନ୍ନ ସ୍ଥାନରୁ ଆଣି ଚାଷୀଙ୍କୁ ଯୋଗାଇ ଦିଆଯାଇଛି। ଏହାସହ ଅନ୍ୟ କିସମର ଧାନକୁ ପରିକ୍ଷା ମୂଳକ ରୂପେ ଗ୍ରହଣ କରିବାପାଇଁ କ୍ଷେତ୍ର କର୍ମଚାରୀ ମାନେ ପ୍ରବର୍ତ୍ତାଉଛନ୍ତି। ତେବେ ରିହାତି ଟଙ୍କା ପର୍ଯ୍ୟାନୁକ୍ରମେ ଜମା ଖାତାକୁ ପଠାଇ ଦିଆଯାଉଥିବା ଉପନିର୍ଦ୍ଦେଶକ ଖୁଣ୍ଟିଆ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top