କେନ୍ଦ୍ରାପଡ଼ା

ନାବାଳିକା ବିବାହ ଉପରେ ଶିଶୁ ମଙ୍ଗଳ କମିଟିର ଚଢାଉ

କେନ୍ଦ୍ରାପଡା ୨୯/୧(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅଂଚଳରେ ଏକ ନାବାଳିକା ବିବାହ ଉତ୍ସବ ଚାଲିଥିବାର ଖବର ପାଇ ସେଠାରେ ଅବିଳମ୍ବେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଓ ସଦସ୍ୟମାନେ ପହଁଚିବା ଫଳରେ ସେହି ବିବାହକୁ ରୋକାଯାଇ ପାରିଛି। ଘଟଣାରୁ ପ୍ରକାଶ ଯେ ଜିଲ୍ଲାର ମହାକାଳପଡା ଥାନା ଅନ୍ତର୍ଗତ ଜମ୍ବୁ ଅଂଚଳର ଜନୈକ ୧୬ବର୍ଷ ବୟସର ନାବାଳିକାର ବିବାହ ରତାପଙ୍ଗା ଗ୍ରାମରେ ହେଉଥିବାର ଖବର ପାଇ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଶିଶିର କୁମାର ରାଉତରାୟ, କମିଟି ସଦସ୍ୟା ଡଃ ମୀନତି ପ୍ରଭା ଭୂୟାଁ, ସଦସ୍ୟ ରବିନ୍ଦ୍ର ପ୍ରସାଦଜେନା, ଅଲ୍ୟଳ କୁମାର ବଳ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କାଉନସିଲର କନକଲତା ବେହେରା, ଆଇନ ପରାମର୍ଶଦାତା ବିବେକାନନ୍ଦ ଅତ୍ତବୁଦ୍ଧି ପ୍ରଭୁତିଙ୍କୁ ସଙ୍ଗରେ ଧରି ମହାକାଳପଡା ଥାନା ପୋଲିସ ସହାୟତାରେ ଗତ ଶନିବାର ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପହଁଚି ସେହି ବିବାହ ଉପରେ ଚଢାଉ କରିଥିଲେ। ନାବାଳିକାର ପରିବାର ନାବାଳିକାକୁ ସେହି ସ୍ଥାନରୁ ଫେରାର କରିଦେବାରେ ସଫଳ ହୋଇଥିଲେ। ସେହିପରି ନାବାଳିକା ସହିତ ବିବାହ ହେବାକୁ ଥିବା ବର ରତାପଙ୍ଗା ଗ୍ରାମର ପୂର୍ଣ୍ଣ ରାଉତଙ୍କ ପୁଅ ଶଙ୍କର ରାଉତ(୨୪)କୁ ମଧ୍ୟ ଘଟଣା ସ୍ଥଳରୁ ଫେରାର କରିଦିଆଯାଇଥିଲା। ରାତିସାରା ସେମାନଙ୍କୁ ଖୋଜାଖୋଜି କରି କମିଟି ଅଧ୍ୟକ୍ଷ ଓ ସଦସ୍ୟ/ସଦସ୍ୟାମାନେ ପୋଲିସ ସହାୟତାରେ ନାବାଳିକାର ଦାଦାକୁ ଧରି ଫେରିବାକୁ ବାଧ୍ୟ ହୋଇଥିଲେ। ନାବାଳିକାର ଦାଦା ଏବେ ମହାକାଳପଡା ଥାନାରେ ଅଟକଥିବା ଶିଶୁମଙ୍ଗଳ କମିଟି ଅଧ୍ୟକ୍ଷ ଶ୍ରୀ ରାଉତରାୟ ସୂଚନା ଦେଇଛନ୍ତି। ଆଜି ମହାକାଳପଡା ବ୍ଲକ ଅନ୍ତର୍ଗତ ନାଞ୍ଜୁଳା ପଂଚାୟତର ସରପଂଚ ସଙ୍ଘମିତ୍ରା ସ୍ୱାଇଁ ଜିଲ୍ଲା ଶିଶୁ ମଙ୍ଗଳ କମିଟି କାର୍ଯ୍ୟାଳୟରେ ପହଁଚି ଆସନ୍ତାକାଲି ସୁଧା ଉଭୟ ନାବାଳିକା ଓ ବରକୁ ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଇବାକୁ ପ୍ରତିଶୃତି ଦେଇଛନ୍ତି ନଚେତ ମହାକାଳପଡା ଥାନାରେ ଆସନ୍ତାକାଲି ଅଭିଯୋଗ ଦାୟର କରାଯିବ ବୋଲି ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଶ୍ରୀ ରାଉତରାୟ କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top