ନାବାଳିକାଛାତ୍ରୀର ନବଜାତ କନ୍ୟା ସନ୍ତାନକୁ ପୌଷ୍ୟ ସନ୍ତାନ ଗୃହକୁ ପଠାଗଲା

ମାଲକାନଗିରି, ୨୧/୮ (ଓଡିଆ ପୁଅ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଜନସଚେତନତାର ଅଭାବରୁ ଅନେକ ସମୟରେ ଗ୍ରାମ ଗୁଡିକରେ ଓ ବିଦ୍ୟାଳୟମାନଙ୍କରେ କିଛି ନାବାଳିକାମାନେ ମିଥ୍ୟା ପ୍ରଲୋଭନର ଶିକାର ହୋଇ ଅନୈତିକ କାର୍ଯ୍ୟକରି ବସିଥାନ୍ତି, ସେମାନେ ଜଣିପାରନ୍ତି ନାହିଁ ଗର୍ଭବତୀ ହୋଇଯାଇଥାନ୍ତି। ଶେଷରେ ତାହର ପରିଣାମ ଭୋଗିବାକୁ ପଡିଥାଏ ଏହି ନାବାଳିକା ଓ ତାଙ୍କପରିବାରଙ୍କୁ, ପରବର୍ତି ସମୟରେ ସନ୍ତାନକୁ ଜନ୍ମ କଲା ପରେ ତାକୁ କିଏ ଲାଳନ ପାଳନ କରିବ ସେ ଚିନ୍ତାରେ ଓ ଲୋକ ଲଜ୍ଜାରେ ସେମାନେ ପାଠପଡା ଛାଡି ଦେଇ ଘର କୋଣରେ ଲୁଚିରହିଥାନ୍ତି। ଏମିତି ଏକ ଘଟଣା କୋରକୁଣ୍ଡା ବ୍ଲକସ୍ଥ ଏକ ଆଶ୍ରମ ବିଦ୍ୟାଳୟରେ ଘଟିଯାଇଛି।

ବିଦ୍ୟାଳୟର ଜଣେ ପୁରୁଷ ରୋଷେୟାଙ୍କ ମିଥ୍ୟାପ୍ରଲୋଭନର ଶିକାର ହୋଇ ଜୈନିକା ଆଦିବାସୀ ଛାତ୍ରୀ ଗର୍ଭବତୀ ହେବା ପରେ ପୁଲିସ ସଂପୃକ୍ତ ରୋଷେୟା ଙ୍କୁ ଗିରଫକରି ଜେଲ ପଠାଇବା ଘଟଣା ଜିଲ୍ଲାରେ ଚର୍ଚାର ପରିଧିକୁ ଆସିଥିଲା। ସଂପୃକ୍ତା ଗର୍ଭବତୀ ଛାତ୍ରୀଙ୍କୁ ଜିଲ୍ଲାଶିଶୁ ମଙ୍ଗଳ ସମତି ସ୍ୱଧାର ଗୃହରେ ରଖି ଚିକିତ୍ସା ଯୋଗାଇ ଦିଆଯାଉଥିଲା। ଗତ 16 ଦିନ ତଳେ ସଂପୃକ୍ତା ଛାତ୍ରୀଙ୍କ ଏକ କନ୍ୟାସନ୍ତାନ ଜନ୍ମ ହୋଇଥିଲା। ଜନ୍ମିତ ମା ଜଣେ ନାବାଳିକା ହୋଇଥିବାରୁ ସେ ଶିଶୁଟିକୁ ନିଜ ନିକଟରେ ରଖି ବା ପାଇଁ ତାଙ୍କ ପରିବାର ରାଜି ହୋଇନଥିଲେ।

ତେଣୁ ଜିଲ୍ଲା ଶିଶୁ ମଙ୍ଗଳ ସମତିକୁ ଉକ୍ତ ଶିଶୁଟିକୁ ହସ୍ତାନ୍ତର କରି ଦେଇଥିଲେ, ମାଲକାନଗିରି ଜିଲ୍ଲାରେ ଶିଶୁମାନଙ୍କୁ ରଖିବାର ବ୍ୟବସ୍ଥା ନଥିବାରୁ ଜିଲ୍ଲାଶିଶୁ ମଙ୍ଗଳ ସମିତି ଓ ଜିଲ୍ଲାଶିଶୁ ସୁରକ୍ଷା ସମିତି ପକ୍ଷରୁ ଉକ୍ତ ଶିଶୁକୁ କୋରାପୁଟ ଠାରେ ଥିବା ସା ସଂସ୍ଥାର ପୌଷ୍ୟ ସନ୍ତାନ ଗୃହକୁ ପଠାଇଦିଆ ଯାଇଛି। ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ସଂଯୁକ୍ତା ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଚନ୍ଦ୍ର ଦାସଙ୍କ ଉପସ୍ଥିତିରେ ଉକ୍ତ ଶିଶୁଟିକୁ କୋରାପୁଟ ଜିଲ୍ଲା ସା ସଂସ୍ଥାର ପୌଷ୍ୟସନ୍ତାନ ଗୃହକୁ ହସ୍ତାନ୍ତର କରା ଯାଇଥିଲା। ଜିଲ୍ଲାରେ ବାରମ୍ବାର ଏହିପରି ଘଟଣା ଘଟୁଥିବାରୁ ଜିଲ୍ଲା ଶିଶୁ ମଙ୍ଗଳ ସମତି ଓ ଶିଶୁ ସୁରକ୍ଷା ବିଭାଗ ଜନସଚେତନତା ପାଇଁ ଏକ ଶିଶୁ ସୁରକ୍ଷା ରଥ ପ୍ରଚାର ରଥ ବାହର କରି ଜିଲ୍ଲାର ବିଭିନ୍ନ ଅଚଂଳରେ ପ୍ରଚାର ଆରମ୍ଭ କରିଦେଇଛନ୍ତି।

Leave a Reply

Your email address will not be published. Required fields are marked *