ନାବାଳିକା ଛାତ୍ରୀ ଦୁଷ୍କର୍ମ ଘଟଣା ପିଡ଼ିତାଙ୍କର ହେଲା ବୟାନ ରେକର୍ଡ଼

ତିର୍ତ୍ତୋଲ ୦୩/୫ (ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ଥାନା ଅନ୍ତର୍ଗତ କୃଷ୍ଣାନନ୍ଦପୁର ଫାଣ୍ଡି ଅଧିନସ୍ଥ କନିମୂଳ ପଞ୍ଚାୟତ ଭଁସର ଗ୍ରାମର ଗତ ୨୭ ତାରିଖରେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ତିର୍ତ୍ତୋଲ ଥାନାରେ ଅଭିଯୋଗ କରାଯାଇଥିଲା। ତିର୍ତ୍ତୋଲ ପୋଲିସ ୩ଜଣ ଅଭିଯୁକ୍ତଙ୍କୁ ଆଣି ଡ଼ାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। ଏହି ଅଭିଯୁକ୍ତଙ୍କ ମଧ୍ୟରୁ ନାବାଳକଙ୍କୁ ସୁଧାରଭବନ ଅନୁଗୁଳକୁ ପଠାଇଥିବାବେଳେ ଅନ୍ୟ ଦୁଇଜଣ ଚନ୍ଦ୍ରମଣି ବେହେରା(୨୧) ଓ ରଶ୍ମି ରଞ୍ଜନ ଦାସ(୨୦)ଙ୍କୁ ଜଗତସିଂହପୁର ଆଳିପିଙ୍ଗଳ ଜେଲ୍ କୁ ପଠାଯାଇଥିବା ଜଣାପଡ଼ିଛି। ଗତକାଲି ମଙ୍ଗଳବାର ପିଡ଼ିତାଙ୍କୁ ମାଜିଷ୍ଟଟଙ୍କ ଉପସ୍ଥିତରେ ବୟାନ ରେକର୍ଡ଼ କରାଯାଇଥିବା ଜଣାପଡ଼ିଛି। ନାବାଳିକା ପିଡ଼ିତା ଏବେ ମଧ୍ୟ ମାନସିକ ଓ ଶାରିରୀକ ଚାପରେ ଭାଙ୍ଗିପଡ଼ିଥିବାବେଳେ ନାବାଳିକାଙ୍କ ଡ଼ାକ୍ତରୀ ମାଇନା ରିପୋର୍ଟ, ପର୍ଯ୍ୟନ୍ତ ଆସିନଥିବା ଜଗତସିଂହପୁର ଡ଼ି.ଏସ.ପି ଏସ୍ .ଏନ୍ ପଟ୍ଟନାୟକଙ୍କ ଠାରୁ ସୂଚନା ମିଳିଛି। ରାଜ୍ୟଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କ ପୁତ୍ର ଜିଲ୍ଲାବିଜେଡ଼ି ଯୁବ ସମ୍ପାଦକ ବିଜୟ ଶଙ୍କର ଦାସ, ଜିଲ୍ଲା ଛାତ୍ରଜନତା ସଭାପତି ପ୍ରଦୀପ୍ତ ଭୂୟାଁ, ତିର୍ତ୍ତୋଲ ବ୍ଲକ ବିଜେଡ଼ି ସଭାପତି ବସନ୍ତ କୁମାର ମହାପାତ୍ର, ଅମୁଲ୍ୟ କୁମାର ମହାପାତ୍ର, ରାଜ୍ୟ ଦଳିତ ସଭାପତି ଅଶୋକ କୁମାର ମଲ୍ଲିକ, ଜିଲ୍ଲା ଦଳିତ ସଙ୍ଘର ସଭାପତି ସଞ୍ଜୟ ଘଡ଼େଇ, ଦଳିତ ଆଇନିଜିବୀ ସୁରେକ୍ଷା ବେହେରା, ସଭ୍ୟ ଖୋକନ ହେମ୍ବରମ, ସମିର କୁମାର ଦାସ ପ୍ରମୁଖ ପିଡ଼ିତାଙ୍କ ପରିବାରକୁ ଭେଟି ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡରେ ଦଣ୍ଡ ଦେବା ସହିତ ଏହି ଘଟଣାକୁ ନିନ୍ଦା କରିଛନ୍ତି। ଗତ ୨୭ ତାରିଖ ଦିନ କନିମୂଳ ପଞ୍ଚାୟତ ଭଁସର ଗ୍ରାମର ନାବାଳିକା ଝିଅ(ଛଦ୍ମନାମ ମିନି ୧୪) ୪ଟା ସମୟରେ ଭଁସର ଗ୍ରାମରୁ ନିଜ ସାଇକେଲ ଯୋଗେ କୋଲ୍ଟା ସ୍କୁଲକୁ ଟିଉସନ ଯାଉଥିବାବେଳେ ଦୁବୃର୍ତ୍ତମାନଙ୍କର ଶିକାର ହୋଇଥିଲେ। ଦୁବୃତ୍ତମାନେ ନାବାଳିକାର ଝିଅକୁ ଏକୁଟିଆ ପାଇ ନିଛାଟିଆ ବାଉଁଶ ଜଙ୍ଗଲକୁ ଟେକି ନେଇ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲେ।

Leave a Reply

Your email address will not be published. Required fields are marked *