ନାବାଳିକା ଓ ଶିଶୁ ନିର୍ଯାତନା ରୋକିବାକୁ ସଚେତନତା କରିବା ପାଇଁ ତୁରୁମୁଙ୍ଗାରେ ପରି ରଥ

ତୁରୁମୁଙ୍ଗା ୨ ଜୁନ୍ (ଓଡ଼ିଆ ପୁଅ/ ସନ୍ତୋଷ କୁମାର ପତି) ସାରା ରାଜ୍ୟରେ ନାବାଳିକା ପ୍ରତି ଯୌନ ନିର୍ଯାତନା ଏବଂ ଶିଶୁ ନିର୍ଯାତନା ବଢି ଚାଲିଛି ଏହାକୁ ସଚେତନତା ମାଧ୍ୟମରେ ରୋକିବା ପାଇଁ ଜିଲା ପୋଲିସ ତରଫରୁ ପରିରଥ ବାହାରିଥିଲା ଜିଲାର ବିଭିର୍ଣ୍ଣ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଆଜି ଅପରାହ୍ନରେ ତୁରୁମୁଙ୍ଗା ଥାନାରେ ପହଁଚି ଥିଲା ଥାନା ତରଫରୁ ରଥକୁ ସ୍ୱାଗତ କରିବା ସହିତ ଏକ ସଭା ଅନୁଷ୍ଠିତ ହୋଇଥିଲା ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ପାଟଣା ତହସିଲଦାର ଧନାଇ ଚରଣ ଟୁଡୁ ଯୋଗ ଦେଇ ଭାଷଣ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇଥିଲେ। ତୁରୁମୁଙ୍ଗା ସ୍ଥିତ ଦଧିବାମନ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈବଲ୍ୟ ସାହୁଙ୍କ ସଭାପତିତ୍ୱରେ ଏହି ସଭା କାର୍ଯ୍ୟ ହୋଇଥିଲା। ଶ୍ରୀ ସାହୁ ସମାଜରେ ନାବାଳିକା ଦୁଷ୍କର୍ମ ଏବଂ ନିର୍ଯାତନା ରୋକିବା ପାଇଁ ସକାରାତ୍ମକ ମନୋଭାଵ ନେଇ ସାମାଜିକ ପରିଚାଳନା ନିଭାଇବା ସହିତ ଏକ ସୁସ୍ଥ ସମାଜ ଗଠନ ଭୂମିକା ନିଭେଇବା ପାଇଁ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଅବସର ପ୍ରାପ୍ତ ଶିକ୍ଷକ କୁଳମଣି ସାହୁ ଗୋପୀନାଥ ସାହୁ ସମେତ ବୁଦ୍ଧିଜୀବୀ ସନାତନ ପୃଷ୍ଟି। ଚାଇଲଡ଼ ଲାଇନ ପକ୍ଷରୁ ଅକ୍ଷୟ ମହାନ୍ତ ରିନାରାଣୀ ଗିରି ,ଡଲି ନାଏକ ପ୍ରମୁଖ ଉପସ୍ଥିତ ଥିଲେ। ଜିଲା ପୋଲିସ ତରଫରୁ ଅଫିସର ହାରାମଣି ବାସ୍କେ ଓ ମାନସ କୁମାର ବାରିକ ତୁରୁମୁଙ୍ଗା ଥାନା ଅଧିକାରୀ ସତ୍ୟଜିତ ଦାସ, ଏସ ଆଇ ଶୁଶିଳା ବାର୍ଲ୍ଲା, ଏ ଏସ ଆଇ ବିପିନ ବିହାରୀ ବାରିକ ଉପସ୍ଥିତ ଥିଲେ ପରିଶେଷରେ ଗାୟକ କ୍ଷେତ୍ରବାସୀ ବେହରାଙ୍କ ଦ୍ଵାରା ପାଲା ମାଧ୍ୟମରେ ସଚେତନ କରାଯାଇଥିଲା ଅଞ୍ଚଳ ଶତାଧିକ ଲୋକେ ଏହି ସଚେତନତା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *