ଜିଲ୍ଲା ପରିକ୍ରମା

ନାବାଳିକା ଅପହରଣ ଅଭିଯୋଗରେ ଗୋଟିଏ ପରିବାରରୁ ତିନିଜଣ ଗିରଫ

ମାଲକାନଗିରି, ୧୪ା୬ (ଓଡିଆ ପୁଅ) ଜଣେ ନାବିଳିକାକୁ ଜବରଦସ୍ତ ଅପହରଣ କରିନେଇ ବିବାହ କରିବା ଅଭିଯୋଗରେ ଗୋଟିଏ ପରିବାରରୁ ପୁଅ, ବାପା, ମା’ ଙ୍କୁ ପୁଲିସ ଗିରଫ କରିଛନ୍ତି। କାଲିମେଳା ଥାନାସ୍ଥ ଏମଭି୫୧ ଗ୍ରାମର ଜଣେ ନାବାଳିକାକୁ ଜବରଦସ୍ତ ଏମଭି ୩୯ ଗ୍ରାମର ଗୋପାଳ ମଣ୍ଡଳ ନାମକ ଯୁବକ ଗତ ୨୮ ତାରିଖରେ ଅପହରଣ କରିନେଇ ଥିବାର ଝିଅ ପରିବାରଙ୍କ ପକ୍ଷରୁ କାଲିମେଳା ଥାନାରେ ଏତଲା ଦେଇଥିଲେ। ପୁଲିସ ପକ୍ଷରୁ କେସ ରୁଜୁ କରାଯାଇ ଯୋରଦାର ଖୋଜା ଖୋଜି କରି ତଦନ୍ତ ଚଳାଇଥିଲେ। ବୁଧବାର ସଂନ୍ଧ୍ୟାରେ ପୁଲିସ ଏମଭି ୫୧ ଗ୍ରାମରୁ ଅଭିଯୁକ୍ତ ଗୋପାଳ ମଣ୍ଡଳଙ୍କୁ ଗିରଫ କରିବା ସିହତ ଅପହୃତା ନାବାଳିକାଙ୍କୁ ଉଦ୍ଧାରକରି ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରିଛନ୍ତି। ଗୋପାଳ ଏକ ତରଫା ଭାବେ ନାବାଳିକାକୁ ପ୍ରେମ କରୁଥିଲେ, ସେ ଏଥିରେ ରାଜି ନହେବାରୁ ତାଙ୍କୁ ଜବରଦସ୍ତ ଅପହରଣ କରିନିଆ ଯାଇଥିଲା ବୋଲି ଥାନାରେ ଅଭି ଯୋଗକୁ ଭିତିକରି ପୁଲିସ ଅଭିଯୁକ୍ତ ଗୋପାଳ ମଣ୍ଡଳ, ତାଙ୍କ ବାପା ନିମାଇଁ ମଣ୍ଡଳ, ମା ବେବି ମଣ୍ଡଳଙ୍କୁ ଗିରଫ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top