ନାବାଳିକା ଅପହଣ, ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଯୁବକ ଗିରଫ

ମାଲକାନଗିରି, ୧୬ା୬ (ଓଡିଆ ପୁଅ ) କାଲିମେଳା ଥାନାସ୍ଥ ବେଜାଙ୍ଗିଓ୍ୟାର୍ଡା ଗ୍ରାମରେ ଜଣେ ନାବାଳିକା ଝିଅକୁ ଅପହରଣ କରି ଦୁଷ୍କର୍ମ ପରେ ହତ୍ୟା କରିବା ଘଟଣାରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି। ଆଜି ସକାଳେ ମାଲକାନଗିରି ଏସପିଙ୍କ କାର୍ଯ୍ୟାଳୟଠାରେ ସାମ୍ବାଦିକ ସମ୍ମିଳନୀରେ ଏହି ହତ୍ୟାକାରି ଯୁବକୁ ଏସପି ଜଗମୋହନ ମୀନା ପ୍ରଦର୍ଶନ କରିଥିଲେ। ବେଜାଙ୍ଗଓ୍ୟାର୍ଡା ଗ୍ରାମର ଜଣେ ୧୬ ବର୍ଷ ବୟସ୍କା ନାବାଳିକାକୁ ଗତ ୧୧ ତାରିଖରେ କେହି ଅପହରଣ କରିନେଇଥିଲେ। ପରିବାର ଲୋକେ ବହୁତ ଖୋଜା ଖୋଜି କଲାପରେ ସେହି ନାବିଳିକାର ରକ୍ତାକ୍ତ ମୃତ ଶରୀର ତାଙ୍କ ଘର ଠାରୁ ମାତ୍ର ୩୦୦ମିଟର ଦୂରରେ ଥିବା ଏକ ଚାଷଜମିରୁ ମିଳିଥିଲା। କେହି ଦୁର୍ବୃତ ସେହି ନାବାଳିକାଙ୍କୁ ଅପହରଣ କରି ବଳତ୍କାର ପରେ ହତ୍ୟାକରି ଜମିରେ ଫିଙ୍ଗିଦେଇ ଥିବାର କାଲିମେଳା ଥାନାରେ ଗତ ୧୪ତାରିଖ ଦିନ ମୃତା ନାବାଳିକାଙ୍କ ଭାଇ ଏତଲା ଦେଇଥିଲେ। ଏସସଡିପିଓ ଏମ.ବିବେକ ଶ୍ରବଣ, କାଲିମେଳା ଥାନା ଆଇଆଇସି ରାମ ପ୍ରସାଦ ନାଗ ପୁଲିସ ସ୍ବତନ୍ତ୍ର ଏକ ଟିମ ଗଠନକରି ସଦଳବଳ ଘଟଣା ସ୍ଥଳରେ ପହଁଚି ଶବ ଜବତ କରି ଯୋରଦାର ତଦନ୍ତ ଆରମ୍ଭ କରିଦେଇ ଥିଲେ। ଏତଲାର ଗୋଟିଏ ଦିନପରେ ଅଭିଯୁକ୍ତ ଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ। ଅଭିଯୁକ୍ତକୁ ଗିରଫକରିବା ପରେ ସେ ସମସ୍ତ କଥା ସ୍ୱୀକାର କରିଥିଲା। ନିକଟସ୍ଥ ଚିନ୍ତଲଓ୍ୟାର୍ଡା ଗ୍ରାମ କସଲକୋଣ୍ଡା କଲୋନିର ବାଲି ଖିଲ(୨୧)ନାମକ ଯୁବକ ଯିଏ କି ମାଲକାନଗିରି ଆଇଟିଆଇର ଜଣେ ଛାତ୍ର, ଉକ୍ତ ନାବାଳିକାକୁ ଏକତରଫା ଭାବେ ପ୍ରେମକରୁଥିଲେ।ଘଟଣା ଦିନ ସେ ତାଙ୍କୁ ଫୋନକରି ଘରୁ ଡକାଇ ଅପହରଣ କରିନେଇଥିଲେ। ଉକ୍ତ ନାବାଳିକା ର ଅନିଚ୍ଛା ସ୍ୱତ୍ୟେ ତାଙ୍କୁ ବିବାହ ହେବାପାଇଁ କହି ଶାରୀରିକ ସଂପର୍କ ରଖିବା ପାଇଁ କହିଥିଲେ ସେ ରାଜି ନହେବାରୁ ତାଙ୍କୁ ବଳତ୍କାର କରିଥିଲେ। ଏହି ଘଟଣା ସମସ୍ତଙ୍କୁ କହି ଦେବି ବୋଲି ନାବାଳିକା ଉକ୍ତ ଯୁବକଙ୍କୁ କହିବାରୁ ଯୁବକ ନାବାଳିକା କୁ ଫ୍ରୃଟିରେ ବିଷ ମିଶାଇ ପିଇବାକୁ ଦେଇ ପରେ ଓଢଣିରେ ତାଙ୍କ ବେକକୁ ଭିଡି ହତ୍ୟା କରିଥିଲେ। ନାବାଳିକା ଙ୍କର ମୃତ୍ୟୁ ହୋଇଗଲା ପରେ ତାଙ୍କ ମୃତଶରୀର କୁ ନିକଟସ୍ଥ ଜମିରେ ପକାଇ ଦେଇଥିବାର ଏସପି ସୂଚନା ଦେଇଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଏମ.ବିବେକ, ଶ୍ରବଣ, କାଲିମେଳା ଥାନା ଆଇଆଇସି ରାମପ୍ରସାଦ ନାଗ ପ୍ରମୁଖ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।

 

Leave a Reply

Your email address will not be published. Required fields are marked *