Home କୋରାପୁଟ ନାବାଳିକାର ଆତ୍ମହତ୍ୟା ; ମଶାଣିରୁ ପୋଲିସ ଜବତ କଲା ମୃତଦେହ

ନାବାଳିକାର ଆତ୍ମହତ୍ୟା ; ମଶାଣିରୁ ପୋଲିସ ଜବତ କଲା ମୃତଦେହ

118

କୋରାପୁଟ ; ତା୧୨-୦୮-୧୮(ଓଡିଆପୁା/ରଂଜନ କୁମାର ଦାସ)ଦଶମନ୍ତପୁର ବ୍ଲକ ଲୁଲା ପଂଚାୟତ ବନ୍ଧଗୁଡା ଗ୍ରାମର ଜଣେ ୧୫ବର୍ଷର ନାବାଳିକା ଲୋକଲଜ୍ୟାକୁ ସହିନପାରି ଆତ୍ମହତ୍ୟା କରିବା ପରେ ପରିବାର ଲୋକେ କାହାକୁ ନଜଣାଇ ଶବ ସକ୍ରାର କରୁଥିବାବେଲେ ପୁଲିସ ପହଂଚି ମୃତଦେହ ଜବତ କରିଛି । ବନ୍ଧଗୁଡା ଗ୍ରାମର ନାବାଳିକାଙ୍କ ସହ ସେହି ଗ୍ରାମର ଜଣେ ବ୍ୟକ୍ତି ସହ ଅନୈତିକ ଶାରୀରିକ ସମ୍ପର୍କ ରଖିିଥିଲେ ବୋଲି ଜଣାପଡିଛି । ନାବାଳିକା ଜଣକ ଗର୍ଭବତୀ ହେବାରୁ କୌଣସି ପ୍ରକାରେ ସେ ଗର୍ଭପାତ କରାଇ ନେଇଥିଲେ । ତେବେ ଘଟଣାଟି ସ୍ଥାନୀୟ ଅଂଚଳରେ ପଚାର ୍ର ହୋଇ ଯିବାରୁ ଶନିବାର ରାତିରେ ନାବାଳିକା ଜଣକ ନିଜ ଘରେ ବେକରେ ରଶି ଦେଇ ଆତ୍ମହତ୍ୟା କରିଥିଲେ । ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ଶବ ସକ୍ରାର କରିବାକୁ ଶ୍ମଶାନକୁ ନେଇ ପୋଡିବାକୁ ପ୍ରସ୍ତୁତ ହେଉଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ଦଶମନ୍ତପୁର ଥାନା ପୁଲିସ ପହଂଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଛେଦ ନିମନ୍ତେ କୋରାପୁଟ ହସପିଟାଲକୁ ମୃତଦେହ ଅଣାଯାଇଛି । ଅଭିଯୁକ୍ତ ଫେରାର୍ ହୋଇଥିବା ଜଣା ପଡିଛି ।ନାବାଳିକା ଗର୍ଭବତୀ ହୋଇଥିବାରୁ ଡିଏନଏ ପରୀକ୍ଷା ନିମନ୍ତେ କୋରାପୁଟ ଅଣାଯାଇଥିଲା ବୋଲି ତଦନ୍ତ ଅଧିକାରୀ ଅନିରୁଦ୍ଧ ନାୟକ ସୂଚନା ଦେଇଛନ୍ତି ।ଅଭିଯୁକ୍ତ ଜଣାପଡିଗଲାଣି ଦିନେ ଦୁଇ ଦିନ ମଧ୍ୟରେ ଗିରଫ କରାଯିବ ବୋଲି ସେ ପ୍ରକାଶ କରିଥିଲେ । ୯୦/୧୮ ରେ ଏକ କେସ ପଞିକରଣ କରାଯାଇଥିବା ସେ ସୂଚନା ଦେଇଥିଲେ । ଲଜ୍ୟା ନିମନ୍ତେ ନାବାଳିକା ଆତ୍ମହତ୍ୟା କରିଥିଲା ବୋଲି ସଂପର୍କିୟ ଭାଇ ବାସୁ ମୁଦୁଲି ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.