ନାବାଳିକାର ଅଶ୍ଳିଳ ପଠୋ ଉଠାଇ ନିର୍ଯ୍ୟାତନା ଦେବା ଅଭିଯୋଗରେ ସାତ ଗିରଫ

କେନ୍ଦ୍ରାପଡା ୧୪/୩(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ ) -କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକ ଅର୍ନ୍ତଗତ ଜମ୍ବୁ ମେରାଇନ ଥାନା ଅଧିନ ରାମନଗର ପଞ୍ଚାୟତ ପିତାପାଟ ଗ୍ରାମରେ ବଳ ପୂର୍ବକ ଜଣେ ନାବାଳିକାର ଅଶ୍ଲୀଳ ଫଟୋ ଉଠାଇ ନିର୍ଯ୍ୟାତନ ଦେବା ସହିତ ନାବାଳିକାକୁ ଦୃବ୍ୟବହାର କରିବା ଏବଂ ବା୍ଲକ ମେଲିଙ୍ଗ କରିବା ଅଭିଯୋଗରେ ଜମ୍ବୁ ମେରାଇନ ଥାନା ପୋଲିସ ସାତ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ପିତାପାଟ ଗ୍ରାମରେ ମା ମନିଶା ଦେବୀ ମନ୍ଦିରର କିଛି ଦୂରରେ ଥିବା ମହାନଦୀ ପଠାରେ ସେହି ଗ୍ରାମର ଜଣେ ନାବାଳିକା ତା ସଂପର୍କିୟ ଭାଇ ସହିତ ରବିବାର ସଂଧ୍ୟା ପ୍ରାୟ ୭ଟା ସମୟରେ କଥାବାର୍ତ୍ତା ହେଉଥିବା ବେଳେ ନିକଟରେ ଥିବା କିଛି ଯୁବକ ହଠାତ ଉଭୟଙ୍କ ଉପରେ ଚଢାଉ କରିଥିଲେ। ଯୁବକ ମାନେ ନାବାଳିକାଟିର ପିନ୍ଧା ବସ୍ତ୍ରକୁ ଚିରି ଫିଙ୍ଗି ଦେଇଥିବା ବେଳେ ଅଶ୍ଳିଳ ଫଟୋ ଉଟାଇବା ସହିତ ଟଣା ଘୋଷରା କରିଥିଲେ। ଏପରିକି ସେହି ଅଶ୍ଳିଳ ଫଟୋକୁ ଭାଇରାଲ କରିଦେବାକୁ ମଧ୍ୟ ଧମକ ଦେଇଥିଲେ। ପରବର୍ତ୍ତି ସମୟରେ ନାବାଳିକାଟି ଘରକୁ ଯାଇ ସବୁକଥା କହିବାପରେ ନାବାଳିକାର ବାପା ଜମ୍ବୁ ମେରାଇନ ଥାନାରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ମେରାଇନ ଥାନା ପୋଲିସ ରାତିରେ ଅଭିଯୁକ୍ତ ମାନଙ୍କୁ ଉଠାଇ ନେଇଥିବା ବେଳେ ଆଜି କୋର୍ଟ ଚାଲଣ କରିଛି। ଜମ୍ବୁ ମେରାଇନ ଥାନା କେଶ ନମ୍ବର ୧୧/୧୮ରେ ଏକ ମାମଲା ରୁଜୁ କରିବା ସହିତ ଭାରତୀୟ ଦଣ୍ଡବିଧି ଆଇନର ୩୪୧ .୨୯୪, ୩୨୩, ୩୭୯, ୩୫୪(ବି), ୩୫୪(ସି), ୩୪ ଆଇପିସି ଓ ୧୦ ଏବଂ ୧୨ ପୋକସୋ ଆକ୍ଟରେ ସଂପୃକ୍ତ ଅଭିଯୁକ୍ତ ପିତାପାଟ ଗ୍ରାମର ଉତ୍ତମ ବିଶ୍ୱାସ, ପ୍ରଶନ୍ଜିତ ଗାଇନ, ଅରକ୍ଷିତ ମହାନ୍ତି, ଭଗୀ ରାଉତ, ବୁଢା ସିଂ, ପ୍ରଣବ ବାର୍ଲା, ଶମ୍ବୁ କଜୁଳିଙ୍କୁ ଜମ୍ବୁ ମେରାଇନ ଥାନା ଅଧିକାରୀ ପ୍ରିୟବ୍ରତ ଦାସ କୋର୍ଟ ଚାଲାଣ କରିଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଥିବା ଇନ୍ସପେକ୍ଟର ଅଞଳି ବେହେରା ଏହି ମାମଲାର ତଦନ୍ତ ଦାୟିତ୍ୱ ନେଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *