ନାବାଳିକାକୁ ଅସଦାଚରଣ ଉଦ୍ୟମ, ଅଭିଯୁକ୍ତ କୋର୍ଟ ଚାଲାଣ

ବାହାନଗା/ବାଲେଶ୍ୱର, ୧୨/୦୬(ଓଡ଼ିଆ ପୁଅ/ଭାରତୀ ଦାସ)- ପୋଲିସ ବିଭାଗ ତରଫରୁ ପ୍ରତ୍ୟେକ ଥାନାଅଞ୍ଚଳ ନାବାଳିକା ଦୁସ୍କର୍ମ ରୋକିବା ପାଇଁ ପ୍ରଚାର ପ୍ରସାର ହେଉଥିବା ବେଳେ ଜନ ସାଧାରଣଙ୍କ ଉପରେ ତାହାର ପ୍ରଭାବ କୌଣସି ପଡ଼ୁଥିବାର ନଜିର ଖନ୍ତାପଡ଼ା ଥାନା କସବାଜୟପୁର ପଞ୍ଚାୟତରେ ଦେଖିବାକୁ ମିଳିଛି। ଗତ କାଲି ଏହି ଗ୍ରାମର କ୍ଷେତ୍ରମୋହନ ଚୌଧୂରୀଙ୍କ ପୁଅ ଉମାଶଙ୍କର(୨୪) ନିଶାଶକ୍ତ ଅବସ୍ଥାରେ ଉକ୍ତ ଗ୍ରାମର ୧୦ମଶ୍ରେଣୀ ଛାତ୍ରୀ(ଜୁଲି)ଛଦ୍ମନାମ ଅସଦାଚରଣ ଉଦ୍ୟମ କରି ପୋଲିସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବାର ଜଣାପଡ଼ିଛି। ମାଆ ବାସନ୍ତି ବିଶ୍ୱାଳଙ୍କ ଅଭିଯୋଗ ଅନୁଯାୟୀ ଗତକାଲି ଦିନ ୪ଟାବେଳେ ଝିଅ ଜୁଲି ଟିଉସନ ସାରି ଘରକୁ ଫେରୁଥିଲେ। ଏହି ଗ୍ରାମର ଗଡ଼ଚଣ୍ଡି ମନ୍ଦିର ନିକଟରେ ୩ଜଣ ଯୁବକ ନିଶାଶକ୍ତ ଅବସ୍ଥାରେ ବୁଲୁଥିବା ବେଳେ ଜୁଲିକୁ ବାହାହେବ ବୋଲି କହି ଉମାଶଙ୍କର ହାତ ଟଣାଟଣି କରିଥିଲା। ଫଳରେ ଝିଅ ଅରାଜି ହେବାରୁ ଯୁବକ ଜଣକ ଝିଅକୁ ଉଠାଇ ନେବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ନାବାଳିକାଟି ଚିତ୍କାର କରିବାରୁ ଗ୍ରାମବାସୀ ଅସିଯାଇଥିବାର ଦେଖି ଉମାଶଙ୍କର ଦୌଡ଼ି ପଳାଇଯାଇଥିଲେ। ପରେ ନାବାଳିକାର ମାଆଙ୍କ ଅଭିଯୋଗ ପାଇ ଖନ୍ତାପଡ଼ା ପୋଲିସ ଉଭୟଙ୍କୁ ଥାନାକୁ ଆଣି ଡାକ୍ତରୀ ମାଇନା କରିବା ସହ ଅଭିଯୁକ୍ତ ଉମାଶଙ୍କରକୁ ଗିରଫ କରି ୨୨୫/୧୮ନଂ ମାମଲାରୁଜୁକରି କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published. Required fields are marked *