ନାବାଳକ ସହ ଯୈ÷ାନ ବ୍ୟଭିଚାର ଅଭିଯୋଗ ପୋଲିସ କାର୍ଯ୍ୟାନୁଷ୍ଠାନ ଶୂନ

କେନ୍ଦ୍ରାପଡା ୨୨/୨(ଓଡିଆପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ଖମୋଳ ଗ୍ରାମର ଜନୈକ ନାବାଳକକୁ ବ୍ଲାକମେଲିଂ କରି ପଟ୍ଟାମୁଣ୍ଡାଇ ଅଂଚଳର ଜଣେ ପ୍ରାପ୍ତ ବୟସ୍କା ମହିଳା ଜୋର ଜବରଦସ୍ତ ସେହି ନାବାଳକକୁ ବିବାହ କରିବାକୁ ଦାବି କରୁଛି । ଗତ ଅଗଷ୍ଟ ମାସ ୧୭ତାରିଖରେ ଉକ୍ତ ପ୍ରାପ୍ତ ବୟସ୍କା ମହିଳା ଜଣକ ଜୋର ଜବରଦସ୍ତି ସେହି ନାବାଳକକୁ ବିବାହ କରିବା ପାଇଁ ନାବାଳକର ଘରେ ଅନଧିକାର ପ୍ରବେଶ କରିଥିବାବେଳେ ଡେରାବିଶ ଥାନା ପୁଲିସ ଲିଖିତ ଅଭିଯୋଗ ପାଇ ସେହି ଘଟଣାକୁ ରଫାଦଫା କରିଦେଇଥିବା ଏବଂ ନାବାଳକର ପିତାଠାରୁ ଥାନାରେ ଲେଖାଇନେଇ ନାବାଳକ ପୁଅକୁ ତାଙ୍କ ଜିମାରେ ଛାଡି ଦିଆଯାଇଥିବା ଅଭିଯୋଗ ହୋଇଛି । ସଂପୃକ୍ତ ନାବାଳକର ବୟସ ୨୧ ବର୍ଷ ହେବାପରେ ପ୍ରାପ୍ତ ବୟସ୍କା ମହିଳା ଜଣକ ତାକୁ ବିବାହ କରିବାକୁ ରାଜି ହୋଇ ଥାନାରୁ ନିଜ ଘରକୁ ଯାଇଥିବାବେଳେ ପୁନର୍ବାର ଗତ ୧୯ତାରିଖ ରାତିରେ ସଂପୃକ୍ତ ମହିଳା ନାବାଳକର ଘରେ ଅନଧିକାର ଭାବେ ପଶିଥିବାର ନାବାଳକର ମା ପ୍ରମିଳା ବାରିକ ଡେରାବିଶ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ପକ୍ଷରୁ କୈାଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ପୋଲିସର ଭୂମିକାକୁ ସନେ୍ଦହ ଘେରକୁ ଟାଣିଆଣିଛି । ସଂପୃକ୍ତ ନାବାଳକର ବୟସ ୧୭ ବର୍ଷର୍ ହୋଇଥିବାବେଳେ ସଂପୃକ୍ତ ପ୍ରାପ୍ତ ବୟସ୍କା ମହିଳା ଜଣକର ବୟସ ପ୍ରାୟ ୨୫ ବର୍ଷରୁ ଉଦ୍ଧ୍ୱର୍ର୍ ହେବ । ପଟ୍ଟାମୁଣ୍ଡାଇ ମଠସାହି ଅଂଚଳର ଏକ ଦୋକାନରେ କାମକରୁଥିବା ସଂପୃକ୍ତ ବୟସ୍କା ମହିଳାଙ୍କ ସହ ପଟ୍ଟାମୁଣ୍ଡାଇ ଆଇଟିଆଇରେ ପାଠପଢୁଥିବା ନାବାଳକର ଟେଲିଫୋନ୍ ରଙ୍ଗ ନମ୍ବରରୁ ସଂପର୍କର୍ ସୃଷ୍ଟି ହୋଇଥିବା ସୂଚନା ମିଳିଛି । ସଂପୃକ୍ତ ନାବାଳକ ସହିତ ଜୋର ଜବରଦସ୍ତ ସଂପର୍କ ରକ୍ଷା କରି ଯୈ÷ାନ ନିର୍ଯ୍ୟାତନା ଦେବା ପୋକ୍ସୋ ଆକ୍ଟର ବିରୁଦ୍ଧାଚରଣ କରୁଥିବାବେଳେ ଡେରାବିଶ ଥାନା ପୁଲିସ ଅଭିଯୋଗକାରିଣୀ ନାବାଳକର ମାଙ୍କ ଅଭିଯୋଗକୁ ଭିତ୍ତିକରି କୈାଣସି ମାମଲା ରୁଜୁ କରିନଥିବାବେଳେ ସଂପୃକ୍ତ ବୟସ୍କା ମହିଳାଙ୍କୁ ସୁରକ୍ଷା ବଳୟ ମଧ୍ୟରେ ତାଙ୍କ ଘରେ ନେଇ ଛାଡିଦେଇ ଆସିବା ସାଧାରଣରେ ପୋଲିସର ନିରପେକ୍ଷ ଭୂମିକା ପ୍ରତି ଅଙ୍ଗ୍ୁଳି ନିଦେ୍ର୍ଦଶ କରୁଛି । ଏ ସଂପର୍କରେ ଜିଲ୍ଲା ଶିଶୁ ସୁରକ୍ଷା କମିଟି ନାବାଳକର ମାଠାରୁ ଲିଖିତ ଅଭିଯୋଗ ପାଇବାପରେ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ କରିବା ପୂର୍ବକ ଫେରିଆସିଥିଲେ ମଧ୍ୟ ଡେରାବିଶ ପୋଲିସ ପକ୍ଷରୁ ପୋକ୍ସୋ ନିୟମାନୁଯାୟୀ ସଂପୃକ୍ତ ପ୍ରାପ୍ତ ବୟସ୍କା ମହିଳାଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଯାଇନାହିଁ ।

Leave a Reply

Your email address will not be published. Required fields are marked *