କେନ୍ଦୁଝର

ନାବାଳକର ଝୁଲନ୍ତା ଶବ ଉଦ୍ଧାର ଘଟଣା: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମର ତଦନ୍ତ ଜାରି ଶବ ଛାଡୁନାହାନ୍ତି ପରିବାର ଲୋକେ – ଗାଁରେ ଉତ୍ତେଜନା ପୋଲିସ ଜନତା ମୁହାଁମୁହିଁ

‌ତୁରୁମୁଙ୍ଗା ୧୬/୬ (ଓଡ଼ିଆ ପୁଅ/ସନ୍ତୋଷ ପତି) ତୁରୁମୁଙ୍ଗା ଥାନା ଅନ୍ତର୍ଗତ ସିଲଟିଆ ପୋଲ ନିକଟରୁ ଗତ ସନ୍ଧ୍ୟାରେ ଏକ ମଞ୍ଚା ଭିତରୁ ଜଣେ ନାବାଳକର ଝୁଲନ୍ତା ଶବକୁ ତୁରୁମୁଙ୍ଗା ପୋଲିସ ଉଦ୍ଧାର କରି ଜବତ କରିଥିଲା। ମୃତ ନାବାଳକ ବାରିଆ ଥାନା ସରାଶିଙ୍ଗା ଗ୍ରାମର ମଙ୍ଗଲ ମୁଣ୍ଡାଙ୍କ ୧୫ ବର୍ଷିଆ ପୁଅ ଗୁଣ୍ଡୁ ମୁଣ୍ଡା ବୋଲି ଜଣାପଡିଛି। ଗୁଣ୍ଡୁ ସିଲିଟିଆ ଗ୍ରାମର ଡମ୍ବୁରୁ ମହାନ୍ତଙ୍କ ଉଦ୍ୟାନରେ କାମ କରୁଥିଲେ। ତେବେ ମୃତ୍ୟୁର କାରଣ ଜଣାପଡି ନଥିବା ବେଳେ ତୁରୁମୁଙ୍ଗା ଥାନା ଏସ ଆଇ ଶୁଶିଳା ବାର୍ଲା ଘଟଣାର ତଦନ୍ତ ଜାରି ରଖିଥିଲେ। ଆଜି ମୃତ ନାବାଳକର ବାପା, ପୁଅକୁ ହତ୍ୟା କରାଯାଇଛି ଅଭିଯୋଗ କରି କେନ୍ଦୁଝର ଆରକ୍ଷୀ ଅଧିକ୍ଷଙ୍କ ନିକଟରେ ଦ୍ୱାରସ୍ଥ ହୋଇ ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି। ନାବାଳକଙ୍କର ବାପା ଅଭିଯୋଗ କରିଛନ୍ତିଯେ, ତାଙ୍କ ପୁଅକୁ କେହି ଦୁର୍ବୃତ୍ତ ହତ୍ୟା କରି ମଞ୍ଚାରେ ରଖିଦେଇ ଆତ୍ମହତ୍ୟାର ରୂପ ଦେଉଛି। ଏଣୁ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରାଯାଉ। କେନ୍ଦୁଝର ସାଇଣ୍ଟିଫିକ ଟିମ ଓ ତୁରୁମୁଙ୍ଗା ପୋଲିସ ମିଳିତ ଭାବେ ସନ୍ଧାନୀ କୁକୁର ସହିତ ଘଟଣାର ତଦନ୍ତ ଜାରିରହିଛି ଅନ୍ୟ ପଟେ ଶବ ୧୭ ଘଣ୍ଟା ଧରି ପଡି ରହିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top