ଓଡ଼ିଶା

ନାବାର୍ଡ ପକ୍ଷରୁ ଆର୍ଆଇଡିଏଫ୍ ରାଜ୍ୟସ୍ତରୀୟ ପ୍ଲାନିଙ୍ଗ ଓ ସଚେତନତା କର୍ମଶାଳା ଗତ ଦଶନ୍ଧିରେ ରାଜ୍ୟରେ ଦାରିଦ୍ର୍ୟ ଦ୍ରୁତହ୍ରାସ ପାଇବା ସହିତ କୃଷକମାନଙ୍କ ଆୟ ଦ୍ୱିଗୁଣିତ ହୋଇପାରିଛି : ମନ୍ତ୍ରୀ ଶ୍ରୀ ବେହେରା

ଭୁବନେଶ୍ୱର, ୨୨/୦୬/୨୦୧୮ (ଓଡ଼ିଆ ପୁଅ) ରାଜ୍ୟ ସରକାରଙ୍କ ବଳିଷ୍ଠ ପଦକ୍ଷେପ ଓ ବିଭିନ୍ନ ଉନ୍ନୟନମୂଳକ ଯୋଜନା ପ୍ରଣୟନ ଫଳରେ ଗତ ଦଶନ୍ଧିରେ ରାଜ୍ୟରେ ଦାରିଦ୍ର୍ୟ ଦ୍ରୁତ ହ୍ରାସ ପାଇବା ସହିତ କୃଷକମାନଙ୍କ ଆୟ ଦ୍ୱିଗୁଣିତ ହୋଇପାରିଛି। କୃଷି ଓ ଗ୍ରାମାଞ୍ଚଳର ଉନ୍ନତି ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ଅଗ୍ରାଧିକାର ଦିଆଯାଉଥିବାରୁ ରାଜ୍ୟରେ ପୋଷଣୀୟ ଅଭିବୃଦ୍ଧି ହାସଲ କରାଯାଇପାରିଛି ବୋଲି ଅର୍ଥ, ଅବକାରୀ ମନ୍ତ୍ରୀ ଶ୍ରୀ ଶଶିଭୂଷଣ ବେହେରା ମତବ୍ୟକ୍ତ କରିଛନ୍ତି।

ନାବାର୍ଡ ପକ୍ଷରୁ ଆର୍ଆଇଡିଏଫ୍ ରାଜ୍ୟସ୍ତରୀୟ ପ୍ଲାନିଙ୍ଗ ଓ ସଚେତନତା କର୍ମଶାଳାରେ ମୁଖ୍ୟଅତିଥି ଭାବେ ଯୋଗଦେବା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଦ୍ରୁତ ପ୍ରଗତି ହାସଲ କରିଥିବାବେଳେ ଏଥିରେ ନାବାର୍ଡର ଭୂମିକାକୁ ମନ୍ତ୍ରୀ ଶ୍ରୀ ବେହେରା ପ୍ରଶଂସା କରିଥିଲୋ ମନ୍ତ୍ରୀ ଶ୍ରୀ ବେହେରା କହିଲେ ଯେ ରାଜ୍ୟରେ ପ୍ରଗତି ଓ ଜନସାଧାରଣଙ୍କ ଅର୍ଥନୈତିକ ଓ ସାମାଜିକ ଉନ୍ନତି ପାଇଁ ଭିତ୍ତିଭୂମିର ବିକାଶ ଗୁରୁତ୍ୱପୂର୍ଣ୍ଣା ଏହି ଭିତ୍ତିଭୂମି ନିମନ୍ତେ ନାବାର୍ଡ ପକ୍ଷରୁ ସ୍ୱଳ୍ପ ସୁଧରେ ଆଥିର୍କ ସମ୍ବଳ ଯୋଗାଇ ଦେଉଥିବାରୁ ନାବାର୍ଡର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆର୍ଆଇଡିଏଫ୍ ପ୍ରଚଳନ ହେବା ଦିନଠାରୁ ନାବାର୍ଡ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏ ପର୍ଯ୍ୟନ୍ତ ପ୍ରାୟ ୧୫ ହଜାର କୋଟି ଟଙ୍କା ଯୋଗାଇ ଦିଆଯାଇଛି। ଏଥିରେ ରାସ୍ତା, ସେତୁ, ଜଳସେଚନ, କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ପ୍ରାୟ ୨ ଲକ୍ଷ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ଗତ କିଛି ବର୍ଷ ହେଲା ନାବାର୍ଡ ଦ୍ୱାରା ଆର୍ଆଇଡିଏଫ୍ରେ ଋଣ ମଂଜୁର ଏବଂ ପ୍ରଦାନ କ୍ଷେତ୍ରରେ ଓଡ଼ିଶା ଭାରତ ବର୍ଷରେ ପ୍ରଥମ ସ୍ଥାନ ଅଧିକାର କରିଆସୁଛି ବୋଲି ମନ୍ତ୍ରୀ କହିଥିଲ।

ଗତ ୨ ବର୍ଷରେ ରାଜ୍ୟକୁ ଆର୍ଆଇଡିଏଫ୍ ଋଣ ଆବଣ୍ଟନ ହ୍ରାସ ପାଇଥିବାରୁ ମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିଥିବାବେଳେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତାରେ ଅନ୍ୟ ରାଜ୍ୟ ଅପେକ୍ଷା ଆଗୁଆ ଥିବା ଯୋଗୁଁ ଓଡ଼ିଶାକୁ ଅଧିକ ଅର୍ଥ ମଂଜୁର କରିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲ।

କର୍ମଶାଳାରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ତୁହିନକାନ୍ତ ପାଣ୍ଡେ ଯୋଗଦେଇ କହିଲେ ଯେ ରାଜ୍ୟ ସରକାର କୃଷିର ଉନ୍ନତି ଓ କୃଷି ଉତ୍ପାଦନ ବୃଦ୍ଧି ନିମନ୍ତେ ଜଳସେଚନ ଓ ପାନୀୟଜଳ – ୨ – ଯୋଗାଣକୁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଥିବା ସ୍ଥଳେ ଆର୍ଆଇଡିଏଫ୍ ଏବଂ ଏଲ୍ଟିଆଇଏଫ୍ରେ ନାବାର୍ଡର ଆଥିର୍କ ସହାୟତାରେ ଜଳସେଚନ ଓ ପାଇପ ଯୋଗେ ପାନୀୟଜଳ ଏବଂ ପ୍ରାଣୀସଂପଦ ବିକାଶ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି ବୋଲି କହିଥିଲ। ନାବାର୍ଡ ସହିତ ରାଜ୍ୟ ସରକାରଙ୍କ ସଂପୃକ୍ତ ବିଭାଗଗୁଡ଼ିକ ଉପଯୁକ୍ତ ସମନ୍ୱୟ ରକ୍ଷା କରି ବିଭିନ୍ନ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରି ରାଜ୍ୟକୁ ଦ୍ରୁତ ପ୍ରଗତି ପଥରେ ଆଗେଇ ନେବା ପାଇଁ ସେ ପରାମର୍ଶ ଦେଇଥିଲ।

କର୍ମଶାଳା ପ୍ରାରମ୍ଭରେ ନାବାର୍ଡର ଚିଫ୍ ଜେନେରାଲ ମ୍ୟାନେଜର ଡ. କେ.ସି. ପାଣିଗ୍ରାହୀ ସ୍ୱାଗତ ଅଭିଭାଷଣ ଦେବା ଅବସରରେ ରାଜ୍ୟର ପ୍ରଗତିରେ ନାବାର୍ଡର ସହଯୋଗ ସଂପର୍କରେ ବିଶଦ ଭାବରେ ଆଲୋଚନା କରିଥିଲୋ କର୍ମଶାଳାରେ ନାବାର୍ଡର ଜେନେରାଲ ମ୍ୟାନେଜର ଶ୍ରୀ ପି.କେ. ପଣ୍ଡା ଏବଂ ନାବ୍କନ୍ସର ଡେପୁଟି ଜେନେରାଲ ମ୍ୟାନେଜର ଏ.ଏମ୍. ତାଲୁର ବକ୍ତବ୍ୟ ରଖିଥିବାବେଳେ ଯୋଜନା ଏବଂ ସଂଯୋଜନ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଚିତ୍ରା ଅରୁମୁଗମ୍, ଅର୍ଥ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ପୂର୍ଣ୍ଣଚନ୍ଦ୍ର ମାଝୀ ଓ ବହୁ ବିଭାଗର ବରିଷ୍ଠ ଅଧିକାରୀ ଯୋଗଦେଇଥିଲୋ

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top