କେନ୍ଦ୍ରାପଡ଼ା

ମେଗା ଋଣ ପ୍ରଦାନ ମେଳା

କେନ୍ଦ୍ରାପଡା ୧୩/୬ (ଓଡିଆପୁଅ/ଚିତ୍ତରଞ୍ଜନ ଦାସ)-ନାବାର୍ଡ ସହାୟତାରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ଏକ ମେଗା ଋଣ ପ୍ରଦାନ ମେଳା କେନ୍ଦ୍ରାପଡା ସହରର ଭାରତୀ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଋଣ ପ୍ରଦାନ ମେଳାରେ କେନ୍ଦ୍ରାପଡା ଜିଲ୍ଲାରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କର ୨୯ଟି ଶାଖା ଅଧିନସ୍ଥ ୮୩୧ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଙ୍କୁ ୧୨କୋଟି ୨୦ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଛି। ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ବ୍ୟାଙ୍କର ଏଭଳି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି। ପ୍ରତ୍ୟେକ ସ୍ୱୟଂ ସହାୟିକା ଗୋଷ୍ଠିକୁ ସର୍ବନିମ୍ନ ୧ଲକ୍ଷ ଟଙ୍କାରୁ ଆରମ୍ଭ କରି ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା କୈାଣସି ଅମାନତରେ ପ୍ରଦାନ କରାଯାଇଛି। ଏହି ଅବସରରେ ଅନୁଷ୍ଠିତ ଋଣ ମେଳାରେ ଜିଲ୍ଲାପାଳ ରଘୁଜୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ନିମନ୍ତେ ସେମାନଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ କରିବାକୁ ଜିଲ୍ଲା ପ୍ରଶାସନ ସର୍ବଦା ଗୁରୁତ୍ୱ ଦେଉଥିବା ପ୍ରକାଶ କରି ଆଜିର ଏହି ଋଣ ମେଳା ଦ୍ୱାରା ସେମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ ସହିତ ଋଣ ପ୍ରଦାନ କରାଯାଉଥିବାରୁ ସେଥି ପାଇଁ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଭୂମିକାକୁ ପ୍ରଶଂସା କରିଥିଲେ। ଋଣ ମେଳାରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଆଂଚଳିକ ପ୍ରବନ୍ଧକ ଅଞ୍ଜନ କୁମାର ଚାଟାର୍ଜୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଅନ୍ୟ ବ୍ୟାଙ୍କ ତୁଳନାରେ ମହିଳାମାନଙ୍କୁ ଋଣ ପ୍ରଦାନ କ୍ଷେତ୍ରରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ସଫଳତା ଅନନ୍ୟ ବୋଲି କହିଥିଲେ। ମେଳାରେ ନାବାର୍ଡର ଜେନେରାଲ ମ୍ୟାନେଜର ଏମ.ସୋରେନ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମହିଳାମାନଙ୍କୁ ସ୍ୱାବଲମ୍ବି କରିବା କ୍ଷେତ୍ରରେ ନାବାର୍ଡ ଏବଂ ଓଡିଶା ଗ୍ରାମ୍ୟ ବ୍ୟାଙ୍କର ଅବଦାନ ସମ୍ପର୍କରେ କହିବା ସହିତ ନାବାର୍ଡର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଉପସ୍ଥିତ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନଙ୍କୁ ଅବଗତ କରାଇଥିଲେ। ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଆଂଚଳିକ କାର୍ଯ୍ୟାଳୟର ବରିଷ୍ଠ ପରିଚାଳକ ବିଷ୍ଣୁ ପ୍ରସାଦ କର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ତିନିମୁହାଣି ଶାଖାର ପରିଚାଳକ ବିରଜା ପ୍ରସାଦ କର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଶେଷରେ ଆଂଚଳିକ କାର୍ଯ୍ୟାଳୟର ପରିଚାଳକ ନରେନ୍ଦ୍ର କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। ଆଂଚଳିକ କାର୍ଯ୍ୟାଳୟର ପରିଚାଳକ ଉପେନ୍ଦ୍ର କୁମାର ସ୍ୱାଇଁ, ଅକ୍ଷୟ କୁମାର ସାହୁ, ଗୋଗୁଆର ଶାଖା ପରିଚାଳକ ସଞ୍ଜତ କୁମାର ପରିଡା, ତିନିମୁହାଣି ଶାଖାର ସହକାରୀ ଶାଖା ପରିଚାଳକ ରଘୁନାଥ ସ୍ୱାଇଁ ପ୍ରମୁଖ ଋଣମେଳା ପରିଚାଳନାରେ ସହାୟତା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top