– ନାବାର୍ଡ ୨ ବର୍ଷରେ ଋଣ ପ୍ରଦାନ ୮୦୪୬ କୋଟିରୁ ଏହା ଏବେ ୧୭ ହଜାର ୧୯୫ କୋଟିରେ ପହଁଚିବାରୁ କେନ୍ଦ୍ରମନ୍ତ୍ରୀ ଦେଲେ ଧନ୍ୟବାଦ
– ବାୟୋ ସିଏନଜି ଉତ୍ପାଦନ ପାଇଁ ନାବାର୍ଡ ସହ ଓଡିଶାର ଏହାର ନେତୃତ୍ୱ ନେଉ – ରାଜ୍ୟରେ ୧ କୋଟି ପରିବାର ମଧ୍ୟରୁ ୫୦ ଭାଗ ପରିବାର କୃଷି ଉପରେ ନିର୍ଭରଶୀଳ
– ଓଡିଶାର ଜିଡିପିର ସିଂହଭାଗ ଚାଷରୁ ଆସୁଛି – ନାବାର୍ଡରେ କୌଣସି ବିକଳ୍ପ ନାହିଁ। ନାବାର୍ଡର ଋଣରେ ଓଡିଶାର ଗ୍ରାମାଚଂଳର ଢାଂଚା, ଜଳସେଚନ, କୃଷିବଜାର ଓ କୃଷି ଉତ୍ପାଦନ ବିକାଶର ସହାୟକ ହେବ
ଭୁବନେଶ୍ୱର, ୧୨ ଜୁଲାଇ (ଓଡ଼ିଆ ପୁଅ) – ଓଡିଶାରେ ଅପାର ସମ୍ଭାବନା ରହିଛି। ରାଜ୍ୟରେ ୧ କୋଟି ପରିବାର ମଧ୍ୟରୁ ୫୦ ଭାଗ ପରିବାର କୃଷି ଉପରେ ନିର୍ଭରଶୀଳ। ଓଡିଶାର ଜିଡିପିର ସିଂହଭାଗ ଚାଷରୁ ଆସୁଛି। ଓଡିଶାର ଦୁଇ ତୃତୀୟାଂଶ ଲୋକ ଚାଷ ଉପରେ ନିର୍ଭର କରନ୍ତି। ତେଣୁ ନୂଆ ଓଡିଶା ଗଠନ ସହ ଓଡିଶାକୁ ଅଗ୍ରଣୀ କୃଷି ରାଜ୍ୟରେ ପରିଣତ କରିବା କ୍ଷେତ୍ରରେ ନାବାର୍ଡ ନେତୃତ୍ୱ ନେଉ ବୋଲି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ନାବାର୍ଡର ୩୭ ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଓଡିଶାରେ ଗତ ୨ ବର୍ଷ ମଧ୍ୟରେ ନାବାର୍ଡର କାଯ୍ୟ ପ୍ରଂଶସନୀୟ। ଋଣ ପ୍ରଦାନ କ୍ଷେତ୍ରରେ ୮୦୪୬ କୋଟିରୁ ଏହା ଏବେ ୧୭ ହଜାର ୧୯୫ କୋଟିରେ ପହଁଚିଛି। ନାବାର୍ଡରେ କୌଣସି ବିକଳ୍ପ ନାହିଁ। ନାବାର୍ଡର ଏହି ଋଣରେ ଓଡିଶାର ଗ୍ରାମାଚଂଳର ଢାଂଚା, ଜଳସେଚନ, କୃଷିବଜାର ଓ କୃଷି ଉତ୍ପାଦନରେ ସହାୟକ ହେବ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି କେବଳ ଧାନ ନୁହେଁ ବଜେଟରେ ଗୋବର୍ଦ୍ଦନ ଯୋଜନା ଆସିଛି। ସବୁ ଚାଷୀଙ୍କ ଘରେ ବଳଦ, ଗାଇ, ମଇଁଷି ଅଛନ୍ତି। ସେମାନଙ୍କ ଗୋବର ଓ ବଜ୍ୟବସ୍ତୁରୁ ବାୟୋଗ୍ୟାସ ବାହାରିବ। ଇଣ୍ଡିଆନ ଅଏଲ କରପରେସନ ଓ ଅନ୍ୟାନ୍ୟ କମ୍ପାନୀ ମାଧ୍ୟମରେ ଏହାକୁ ବାୟୋ ସିଏନଜିରେ ପରିବର୍ତ୍ତନ କରିବେ। ତେଣୁ ଏପରି ଅଧିକରୁ ଅଧିକ ବାୟୋ ସିଏନଜି ଉତ୍ପାଦନ ପାଇଁ ନାବାର୍ଡ ସହ ଓଡିଶାର ଏହାର ନେତୃତ୍ୱ ନେଉ। ଏହାଦ୍ୱାରା ଓଡିଶାର ଅର୍ଥନୀତିରେ ବିକାଶ ହୋଇପାରିବ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ନାବାର୍ଡକୁ ୫୦ ବର୍ଷ ପୂରଣ ପାଇଁ ୧୩ ବର୍ଷ ବାକିଅଛି। ସେହିପରି ଭାଷାଭିତିକ ରାଜ୍ୟର ୧୦୦ ବର୍ଷ ପୂରଣ ପାଇଁ ଓଡିଶାକୁ ଆହୁରି ୧୮ ବର୍ଷ ବାକି ଅଛି। ଏହି ସମୟ ମଧ୍ୟରେ ନୂଆ ଓଡିଶା ପାଇଁ ନାବାର୍ଡ ନେତୃତ୍ୱ ନେବାର ସହ କାମ କରିବା ଦରକାର। ନାବାର୍ଡ ଏହି କାମ କଲେ ଅନ୍ୟାନ୍ୟ ରାଷ୍ଟ୍ରାୟତ ବ୍ୟାଙ୍କ ମଧ୍ୟ ତାଙ୍କର କାମ କରିବେ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଚାଷୀଙ୍କ ଆୟ ଦୁଇଗୁଣ କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶୃତିବଦ୍ଦ। ଏଥିପାଇଁ ବହୁ ଯୋଜନା ଆରମ୍ଭ ହୋଇଛି। ଏବେ ଦେଶର ସମସ୍ତ ହାଟ ବଜାରକୁ ଜିଡିଟାଲ ଫର୍ମାଟରେ ଇ-ନାମ ସହ ଯୋଡିବାକୁ ପଦକ୍ଷେପ ଆରମ୍ଭ ହୋଇଛି। ରାଜ୍ୟର ସମସ୍ତ ଆରଏମସିକୁ ମଧ୍ୟ ଏହା ସହ ଯୋଡିଲେ ରାଜ୍ୟର ଚାଷୀମାନେ ଦେଶ ଓ ବିଦେଶର ବଜାରକୁ ନିଜର ଉତ୍ପାଦନ ସାମଗ୍ରୀ ପଠାଇ ପାରିବେ। ଓଡିଶାର ଚାଉଳ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗୀ ବନ୍ଦର ଦେଇ ବାହାରକୁ ରପ୍ତାନୀ ହେବ ଏହି ସବୁ କ୍ଷେତ୍ରରେ ନାବାର୍ଡର ଭୂମିକା ଗୁରୁତ୍ୱପୂର୍ଣ ବୋଲି କହିଛନ୍ତି।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ରାଜ୍ୟର ଥିବା ୫୦ ଲକ୍ଷ ଚାଷୀ ପରିବାରରରୁ ଆଜି ହିଁ ଭଲଭଲ ଲୋକ ବାହାରି ବିଭିନ୍ନ ସ୍ଥାନରେ ଅଛନ୍ତି। ରାଜ୍ୟର ବୌଦ୍ଧ, ମୟୁରଭଞ୍ଜ ଓ ମାଲକାନାଗିରି ପରି ୧୦ ଟି ଜିଲାରେ ଚାଷର ବିକଳ୍ପ ନାହିଁ। ତେଣୁ ଓଡିଶାରେ ଚାଷ ଅର୍ଥନୀତିର ବିକାଶ ପାଇଁ ସମସ୍ତେ ଆଗେଇ ଆସିବା ଦରକାର। ଗୋଟିଏ କୃଷି ଋଣରୁ ଅନ୍ୟଏକ ଋଣ ପାଇଁ ଯେଉଁ ଅବ୍ୟବସ୍ଥା ଅଛୁି ତାର ସୁଧାର କରିବା ଦରକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ। ସେହିପରି ଚାଷୀଙ୍କ କଥା ଓ ଗାଁ ଗଣ୍ଡାର କଥା କହିବା ସମୟରେ ଅଧିକାରୀ ମାନେ ଓଡିଆ ଭାଷାରେ କୁହନ୍ତୁ ବୋଲି କହିଥିଲେ ଶ୍ରୀ ପ୍ରଧାନ।
