ଜଗତସିଂହପୁର

ନାଟ୍ୟ ସଂସଦର ବାର୍ଷିକ ଉତ୍ସବ

ତିର୍ତ୍ତୋଲ୧୧/୦୧(ଓଡ଼ିଆ ପୁଅ/ଟୁକନ ସେଠୀ)- ତିର୍ତ୍ତୋଲ ଆଦିକବି ସାରଳାଦାସ ମହାବିଦ୍ୟାଳୟ ପରିସରରେ ଆଜି ନାଟ୍ୟ ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ନାଟ୍ୟ ସଂସଦର ସଭାପତି ତଥା ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ର.ରାଧାକାନ୍ତ ସାହୁ ସଭାପତିତ୍ୱ କରିଥିବାବେଳେ ଉପସଭାପତି ସୁରଞ୍ଜନ ଲେଙ୍କା ସ୍ୱାଗତ ଭାଷଣ ଅତିଥି ପରିଚୟ ପ୍ରଦାନ କରିଥିଲେ। ନାଟ୍ୟ ସଂସଦର ସମ୍ପାଦିକା ଅର୍ପିତା ପ୍ରିୟ ଦଶିନୀ ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ। ପ୍ରାରମ୍ଭରେ ମହାବିଦ୍ୟାଳୟର ପ୍ରାକ୍ତନ ଛାତ୍ର ବାଦଲ ଲେଙ୍କାଙ୍କ ନେତୃତ୍ୱରେ ଛାତ୍ର୍ରୀମାନଙ୍କଦ୍ୱାରା ସ୍ୱାଗତ ଗାନ କରାଯାଇଥିଲା। ଏହି ଉସବରେ ମୁଖ୍ୟ ଅତିଥିଭାବେ ପ୍ରଯୋଜକ, ପ୍ରାଧ୍ୟପିକ, ନିର୍ଦ୍ଦେଶକ ବରିଷ୍ଠ କଳାକାର ପ୍ରଫେସର ପ୍ରଦ୍ୟୁମ୍ନ ଲେଙ୍କା ଯୋଗଦେଇ ଛାତ୍ରଛାତ୍ରୀମାନେ ତାଙ୍କର ଅଧବସାୟ କଠିନ ପରିଶ୍ରମ, ଭକ୍ତି ଓ ଶୃଙ୍ଖଳାଗତ ହୋଇପାରିଲେ ସମାଜର ପରିବର୍ତ୍ତନ ହୋଇପାରିବବୋଲି ବକ୍ତବ୍ୟରେ କହିଥିଲେ। ମୁଖ୍ୟ ବକ୍ତାଭାବେ ସାମ୍ବାଦିକ ଅମୀୟ ଦାସ ଯୋଗଦେଇ ନିଶାଠାରୁ ଦୂରେଇ ରହିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ। ସମ୍ମାନୀତ ଅତିଥିଭାବେ କୁଜଙ୍ଗ କଲେଜର ଅଧ୍ୟକ୍ଷ ଡ଼. ପ୍ରଭାଶ ରଞ୍ଜନ ପାଣି, ଅନ୍ୟତମ ଅତିଥି ଟିଭି ପରଦାର ଉପସ୍ଥାପିକା ସୁଶ୍ରୀ ମିଶ୍ର, ନାଟ୍ୟ ସହ ସମ୍ପାଦକ ଅଭିନାଶ ଦାସ, ଅଧ୍ୟାପକ ଅଶୋକ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମଞ୍ଚାସୀନ ଅତିଥିମାନଙ୍କୁ କଲେଜ ତରଫରୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ମହାବିଦ୍ୟାଳୟର ବିଭିନ୍ନ ବିଭାଗରୁ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ମାନପତ୍ର ଓ ସିଲ୍ଡ ପ୍ରଦାନ କରି ପୁରସ୍କୃତ କରିଥିଲେ। ଅଧ୍ୟାପକ ଶ୍ରୀଯୁକ୍ତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଭୁବନେଶ୍ୱର ଶିଳ୍ପିକା କଳା ଓ ସଂସ୍କୃତିର କଳାକାର ମାନଙ୍କଦ୍ୱାରା ବିଭିନ୍ନ ଆଧୁନିକ ନୃତ୍ୟରେ ଉପସ୍ଥିତ ଛାତ୍ରଛାତ୍ରୀମାନେ ଭରପୁର ମନୋରଞ୍ଜନର ଖୋରାକ ଯୋଗାଇଥିଲା। କଣ୍ଠଶିଳ୍ପି ଶିତିକାନ୍ତ ମହାନ୍ତି ଓ ରଶ୍ମି ମହାନ୍ତିଙ୍କ ସୁମଧୁର ସଙ୍ଗୀତ ପରିବେଷଣ କରିଥିଲେ। ଏହାପରେ ହାସ୍ୟ କଳାକାର ରାଜିବ୍ ଲୋଚନ ଓଝା ଓ ପଞ୍ଚାନନ ବାରିକ ହାସ୍ୟ ଅଭିନୟର ଛାତ୍ରଛାତ୍ରୀମାନେ ମଜାନେଇଥିଲେ। ଏହି କାର୍ଯ୍ୟକ୍ରମର ଛାତ୍ର ସଂଗଠକ ତଥା ମହାବିଦ୍ୟାଳୟର ପୂର୍ବତନ ସଭାପତି ବିମଳ ମହାପାତ୍ର, ଛାତ୍ର ସଂସଦସର ସଭାପତି ଦେବିଦତ୍ତ ଦାଶ, ସମ୍ପାଦକ ଶୁଭମ ଜ୍ୟୋତି ସ୍ୱାଇଁ, ପୂର୍ବତନ ଛାତ୍ର ସଂସଦ ସଭାପତି ବନମାଳୀ ସେଠୀ, ସମ୍ପାଦକ ସତ୍ୟଜିତ ସ୍ୱାଇଁ, ରତିକାନ୍ତ ମହାପାତ୍ର, ଦେବୀ ପ୍ରସାଦ ମହାପାତ୍ର, ପ୍ରାକ୍ତନ ଛାତ୍ର ଲକ୍ଷ୍ମୀଧର ଦାଶ, ହୀମାଶୁଂ ଶେଖର ମହାନ୍ତି, ଅମ୍ଭୃତ ଦାସ, ଧ୍ୟାନକେତନ ସିଂହ, ରାମପ୍ରସାଦ ଦାସ, ତୃପ୍ତି ରଞ୍ଜନ ଦାସ, ବବୁଲ ପଣ୍ଡା, ମହାବଦି୍ୟାଳୟର ଅଧ୍ୟାପକ/ଅଧ୍ୟାପିକା ଓ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top