ଜିଲ୍ଲା ପରିକ୍ରମା

ନାଟକ ମହୋତ୍ସବ ଉଦ୍ ଯାପିତ

ପୁରୀ:୦୪/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଅଭିନୟ ଡ୍ରାମାଟିକ କ୍ଲବ ପକ୍ଷରୁ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ୩ଦିନ ଧରି ଚାଲିଥିବା ନାଟକ ମହୋତ୍ସବ ଉଦ୍ ଯାପିତ ହୋଇଛି। ଶେଷ ସନ୍ଧ୍ୟାରେ ଭୁବନେଶ୍ୱର ମ୍ୟାଜିକ ଥିଏଟର ପକ୍ଷରୁ ନାଟକ ପିତୃ ନିବାସ ପରିବେଷଣ କରାଯାଇଛି। ଓଡିଆ ଚଳଚ୍ଚିତ୍ର ଅଭିନେତା ପ୍ରଜ୍ଞାରଞ୍ଜନ ଖଟୁଆଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକରେ ସୁନୀଲ କୁମାର ଲେଙ୍କା ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଏକ ଗରିବ ପରିବାରର କାହାଣୀ ଉପରେ ପର୍ଯ୍ୟବେଶିତ ହୋଇଛି ଏହି ନାଟକ। ସ୍ୱାମୀଙ୍କ ମୃତ୍ୟୁ ପରେ ଦୁଃଖ କଷ୍ଟରେ ନିଜ ପିଲାଙ୍କୁ ବଡ କରିଥିବା ଜଣେ ମାଆ ଶେଷରେ ପିଲାଙ୍କ ଦ୍ୱାରା ନିର୍ଯାତିତ ହୋଇଛନ୍ତି। ବଡ ହେଲା ପରେ ସେମାନେ କିପରି ନିଜ ମାଆକୁ ହତାଦାର କରିଛନ୍ତି ଏପରି କାହାଣୀକୁ ନେଇ ନାଟକ ପିତୃ ନିବାସ ମଞ୍ଚସ୍ଥ ହୋଇଥିଲା। ପ୍ରାରମ୍ଭରେ ହରପ୍ରିୟା ଦେବଦାସୀ ଅନୁଷ୍ଠାନ କଳାକାର ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ମଞ୍ଚ ଅଭିନେତା ସମୀର ଶତପଥୀ ଓ ପ୍ରମୋଦ ଆଧୁନିକ ନୃତ୍ୟ ପରିବେଷଣ କରିଥିଲେ। ଏହି ଅବସରରେ ସାମ୍ବାଦିକ ଶ୍ୟାମାକାହ୍ନା ପଟ୍ଟନାୟକ, ଜିତେନ୍ଦ୍ର କୁମାର ମିଶ୍ର, ମଞ୍ଚ ନାଟକକ ନିର୍ଦ୍ଦେଶକ ରାମକୃଷ୍ଣ ମହାପାତ୍ର, ସାମାଜିକ କର୍ମୀ ରଶ୍ମବିରଞ୍ଜନ ସିହ୍ନା, ନୃତ୍ୟଶିଳ୍ପୀ ଶୁଭଶ୍ରୀ ଜୟସିଂ, କଳା ନିର୍ଦ୍ଦେଶକ ଶରତ ମହାନ୍ତି ଓ ଚଳଚ୍ଚିତ୍ର ଅଭିନେତା ପୟଜ୍ଞାରଞ୍ଜନ ଖଟୁଆଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଦିତ କରାଯାଇଛି। ଅନୁଷ୍ଠାନ ସଭାପତି ଭକ୍ତଚରଣ ଦାସ ସେଥିରେ ଅଧ୍ୟକ୍ଷତା କରିଥିଲେ। ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ, ଚଳଚ୍ଚିତ୍ର ଅଭିନେତା ଚୌଧୁରୀ ବିକାଶ ଦାସ, ଯୁବନେତା ସଂଗ୍ରାମ ପାଇକରାୟ, ଶିଳ୍ପପତି ଉଲ୍ଲାସ ବେଉରା ଓ ନାରୀନେତ୍ରୀ ଅରୁଣିମା ନନ୍ଦ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକାରୀ ସଭାପତି ସ୍ୱାଧୀନ କୁମାର ପଣ୍ଡା, ସମ୍ପାଦକ ଜ୍ଞାନରଞ୍ଜନ ମହାନ୍ତି, ସନ୍ତୋଷ ମହାନ୍ତି, ବିକାଶ ଦତ୍ତ, ଗଣେଶ୍ୱର ଦାଶ, ବିରଞ୍ଚିô ନାରାୟଣ ଶତପଥୀ, ଅଭୁ୍ୟଦୟ ଦାସ ଓ ସମୀର ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top