ନାଟକ ପ୍ରେମ ଗଳ୍ପ ମଂଚସ୍ଥ

ପୁରୀ:୦୩/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପ୍ରେମକୁ ନେଇ ନାଟକ ପ୍ରେମ ଗଳ୍ପ ଅନ୍ନପୂର୍ଣ୍ଣା ରଙ୍ଗମଂଚରେ ପରିବେଷିତ ହୋଇଯାଇଛି। ସନ୍ତୋଷ କୁମାର ମହାନ୍ତି ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି। ଅଭିନୟ ଡ଼୍ରାମାଟିକ କ୍ଳବ ପକ୍ଷରୁ ଅନୁଷ୍ଠିତ ୩ଦିନିଆ ନାଟକ ମହୋତ୍ସବର ୨ୟ ଦିବସରେ ରାକେଶ ସାହୁ, ମାୟାସୃଷ୍ଟି ଆପଟ, ସମୀର ଶତପଥୀ, ତେଜସ୍ୱନୀ ପଣ୍ଡା, ବେବିନା ବେହେରା, କାର୍ତିକେଶ୍ୱର ଖଟେଇ, ବନଜା ମିଶ୍ର ଓ ବିଶ୍ୱଜିତ ମହାପାତ୍ରଙ୍କ ଅଭିନୟ ଦର୍ଶକଙ୍କୁ ବିଳମ୍ଭିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ଏହି ଅବସରରେ ସାଂସ୍କୃତିକ ସଂଗଠକ ରାଜେଶ କୁମାର ମହାନ୍ତି, ଅଭିନେତା ସଂଗ୍ରାମ ମିଶ୍ର, ସନ୍ତୋଷ ସେନାପତି, ଅଶ୍ୱିନୀ କୁମାର ବ୍ରହ୍ମା ଓ ପ୍ରଦୀପ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଚଳଚିତ୍ର ପ୍ରଯୋଜକ ତରୁଣ କୁମାର ମାର୍ଥା, ଉପନଗରପାଳ ଶାନ୍ତିଲତା ପ୍ରଧାନ, ସମାଜସେବୀ ସୁଦର୍ଶନ ରାଉତ, କେ ପ୍ରସାଦ ରାଓ, ବଳରାମ ମହାନ୍ତି, ପ୍ରଦ୍ୟୁମ୍ନ ମିଶ୍ର, ଭାଗିରଥି ପ୍ରଧାନ ଓ ଶୀବୁନା ଦାସ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନ ସଭାପତି ଭକ୍ତଚରଣ ଦାସ, କାର୍ଯ୍ୟକାରୀ ସଭାପତି ସ୍ୱାଧୀନ କୁମାର ପଣ୍ଡା, ଉପସଭାପତି ରଶ୍ମିରଞ୍ଜନ ସିହ୍ନା, ଜ୍ଞାନରଞ୍ଜନ ମହାନ୍ତି ଓ ସାଧାରଣ ସମ୍ପାଦକ ସନ୍ତୋଷ କୁମାର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *