ad
ଅପରାଧ

ନାଞ୍ଜିଆ ପୋଲ ନିକଟରୁ ଗହଣାଲୁଟ ଘଟଣା ମୁଖ୍ୟ ଅଭିଯୁକ୍ତ ଫେରାର, ୨ସହଯୋଗୀ କୋର୍ଟ ଚାଲାଣ

ଖଇରା, ୨୧/୭/୨୦୧୮(ଓଡିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା)–ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନ ଗଡପୋଖରୀ ପଞ୍ଚାୟତ ନାଞ୍ଜିଆ ପୋଲ ନିକଟରୁ ଗଦାଧର ସାହୁ ନାମକ ଗହଣା ବ୍ୟବସାୟୀଙ୍କ ନିକଟରୁ ଅଳଙ୍କାର ଲୁଟ ଘଟଣାରେ ଖଇରା ପୋଲିସ ୨ଜଣ ସହଯୋଗୀଙ୍କୁ ଆଜି କୋର୍ଟ ଚାଲାଣ କରିଛି। ସେମାନଙ୍କ ନିକଟରୁ ୯୮ଗ୍ରାମ ଓଜନର ସୁନା ଅଳଙ୍କାର, ୧୪ହଜାର ଟଙ୍କା, ୨ଟି ମୋବାଇଲ ଜବତ କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତି ମାନେ ହେଲେ ସାରକୋଣା ଗ୍ରାମର ମନୋରଞ୍ଜନ ଶିଅଳ(୩୧) ଓ ପୂର୍ବପଡା ଗ୍ରାମର ଲକ୍ଷ୍ମୀଧର ଶିଅଳ(୩୩)। ତେବେ ମୁଖ୍ୟ ଅଭିଯୁକ୍ତ ନୂଆସାହି ଗ୍ରାମର ବିଦ୍ୟା ମହାନ୍ତି(୨୨) ପୋଲିସକୁ ଚକମାଦେଇ ଖସି ପଳାଇଯିବାକୁ ସକ୍ଷମ ହୋଇଛନ୍ତି। ପ୍ରକାଶ ଯେ ଗୁଆପାଳ ଗ୍ରାମର ଗହଣା ବ୍ୟବସାୟୀ ଶ୍ରୀ ସାହୁ ୧୦ତାରିଖ ରାତି ପ୍ରାୟ ୯ଟା ସମୟରେ ଦୋକାନ ବନ୍ଦ କରି କୁପାରୀ ଗୁଆପାଳ ରାସ୍ତାରେ ଘରକୁ ଫେରୁଥିବା ବେଳେ ନାଞ୍ଜିଆ ନାଳ ନିକଟରେ ୪ଜଣ ବ୍ୟକ୍ତି ୨ଟି ବାଇକରେ ଆସି ବନ୍ଧୁକ ଦେଖାଇ ମାଡ ମାରି ଗହଣାଥିବା ଥଳିଟିକୁ ନେଇ ପଳାଇଥିଲେ। ବ୍ୟବସାୟୀ ଶ୍ରୀ ସାହୁ ଠେଲାପେଲା ଭିତରେ କୌଶଳ କ୍ରମେ ଗୋଟିଏ ଗାଡିର ନମ୍ବର ପ୍ଲେଟ ଗାଡିରୁ ଖୋଲି ରଖି ଦେଇଥିଲେ। ପରେ ସହଯୋଗୀ ମନୋରଞ୍ଜନ ଓ ଲକ୍ଷ୍ମୀଧରଙ୍କୁ ପଚରାଉଚୁରା ପରେ ଅର୍ଦ୍ଧାଧିକ ଗହଣା ସାରକୋଣାର ମନେରଞ୍ଜନ ନିଜ ହାଣ୍ଡିଶାଳ ଘର ମାଟି ତଳେ ପୋତି ରଖିବା କଥା ସ୍ୱିକାର କରିଥିଲେ। ଏହା ପୂର୍ବରୁ ଖଇରା ପୁରସ୍ତମପୁର ଗ୍ରାମ ସମେତ ବିଭିନ୍ନ ଅଞ୍ଚଳରୁ ଲୁଟ ଘଟଣାରେ ନୂଆସାହିର ବିଦ୍ୟା ମହାନ୍ତିଙ୍କ ସଂପୃକ୍ତିଥିବାର ଅଭିଯୋଗ ହୋଇ ଆସୁଥିବା ବେଳେ ତୁରନ୍ତ ତାକୁ ଧରିବାକୁ ସାଧାରଣରେ ଦାବି କରାଯାଇଛି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top