ନାଗ ସାପ ଉଦ୍ଧାର

ଚମ୍ପୁଆ ୨୨-୪ (ଓଡ଼ିଆ ପୁଅ/ରଞ୍ଜନ ପ୍ରଧାନ) କେନ୍ଦୁଝର ଜିଲ୍ଲା ଚମ୍ପୁଆ ଏନଏସି ଅନ୍ତର୍ଗତ ଛ ନଂ ଓ୍ବାର୍ଡର ଅଣ୍ଡ ନାଏକଙ୍କ ଘରୁ ଆଜି ଅପରାହ୍ନରେ ଏକ ନାଗ ସାପକୁ ଚମ୍ପୁଆ ବନ ବିଭାଗ ଉଦ୍ଧାର କରିଛି। ଘର ଭିତରେ ସାପଟି ବିଚରଣ କରୁଥିବା ଦେଖି ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗର କର୍ମଚାରୀ ପବିତ୍ର ନାଏକ, ବିନୋଦ ପାତ୍ର, ପୁରୁଷୋତ୍ତମ ମହାକୁଡ ପହଞ୍ଚି ସ୍ନେକ ଷ୍ଟିକ ସାହାଯ୍ୟରେ ସାପକୁ ଉଦ୍ଧାର କରିଛି। ପରେ ସାପକୁ ବିଭାଗ ନିକଟସ୍ଥ କାଳିକା ପ୍ରସାଦ ରିଜର୍ଭ ଜଙ୍ଗଲରେ ଛାଡିଥିଲେ।

Leave a Reply

Your email address will not be published. Required fields are marked *