ଜିଲ୍ଲା ପରିକ୍ରମା

ନାଗରିକ ମଂଚର ୧୭୬ତମ ସାପ୍ତାହୀକ ସଫେଇ

ବାହାନଗା/ବାଲେଶ୍ୱର, ୨୧/୦୨(ଓଡ଼ିଆ ପୁଅ /ଭଗବାନ ଦାସ )-ବାହାନଗା ବ୍ଲକ ଗୋପାଳପୁରରେ ଥିବା ନାଗରିକ ମଂଚର ୧୭୬ତମ ସଫେଇ ଆବାହକ ସୁଦର୍ଶନ ମହାପାତ୍ରଙ୍କ ଆବାହନ କ୍ରମେ ହୋଇଯାଇଛି। ଏସପ୍ତାହର ସଫେଇ ସୋରରେ ହୋଇଥିବା ମହୋତ୍ସବ ପଡ଼ିଆରେ ହୋଇଯାଇଛିା ସୋର ମହୋତ୍ସବ ପରେ ମହୋତ୍ସବ ପଡ଼ିଆଟି ଅଳିଆ ଅବର୍ଜନାରେ ଭର୍ତ୍ତିହୋଇଥିଲା। ଏହି ମଂଚର ୮୦ରୁ ଉର୍ଦ୍ଧ କର୍ମୀ ଏହି ସଫେଇ କାର୍ଯ୍ୟରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟରେ ସୋର ମହୋତ୍ସବ କମିଟିର ସଦସ୍ୟ ମଧ୍ୟ ସହଯୋଗ କରିଥିବାର ଜଣାପଡ଼ିଛି। ଏତତ କାର୍ଯ୍ୟ ପାଇଁ ସୋର ଅଂଚଳରୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟିଛି ବୋଲି ଆବାହକ ଶ୍ରୀ ମାହାପାତ୍ର ପ୍ରକାଶ କରିଛନ୍ତି। ଏହିଭଳି କାର୍ଯ୍ୟ ପାଇଁ ଅଧିକରୁ ଅଧିକ ଆହ୍ୱାନ ଆସେ ତାହେଲେ ନାଗରିକମଂଚ କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି। ବରେନ୍ଦ୍ର ସେଠୀ, ମହେଶ୍ୱର ସେନାପତି, ଅଭିରାମ ସାହୁ, ସଂଯୁକ୍ତା ଦାଶ, ଦ୍ରୌପଦି ରଣା, ସଭାପତି ପଦ୍ମନାଭ ଦାଶ, ହରିଶ ଜେନା ପ୍ରମୁଖ ସହଯୋଗ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top