ଅନୁଗୁଳ

ନାକଚି ଗଣଦୁଷ୍କର୍ମ ମାମଲାରେ ଜଣେ ନାବାଳକ ସମେତ ୪ ଅଭିଯୁକ୍ତ ଗିରଫ

ଅନୁଗୋଳ, ୯/୫(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଅନୁଗୋଳ ଜିଲ୍ଲା ନାକଚି ଗଣଦୁଷ୍କର୍ମ ମାମଲାର ପର୍ଦ୍ଦାଫାସ୍ କରିଛି ଅନୁଗୋଳ ପୋଲିସ। ଜନୈକ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ନାବାଳକ ସମେତ ୪ଜଣଙ୍କୁ ପୋଲିସ ଗିରଫ କରିଛି। ବୁଧବାର ଅପରାହ୍ନରେ ଏ ସମ୍ପର୍କରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଗୋଳ ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି, ଗତ ଗୁରୁବାର ରାତ୍ରିରେ ଜନୈକ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ସହ ଏକ କାର ଯୋଗେ ସମ୍ବଲପୁରରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିଲେ। ତେବେ ସ୍ତ୍ରୀ ଲୋକ ଜଣକ ନାକଚିଠାରେ ପରିସ୍ରା କରିବାକୁ ଗାଡ଼ିରୁ ଓହ୍ଲାଇଥିଲେ। ହେଲେ କାରରୁ ପୁର୍ନବାର ପାଣି ବୋତଲ ନେଇ କାର ବାଟଟି ପକାଇ ଦେବାରୁ ସ୍ୱାମୀ ଜଣକ ସ୍ତ୍ରୀ କାରରେ ବସି ଯାଇଥିବାର ଭାବି କାର ନେଇ ପଳାଇଥଥିଲେ। ସେଠାରେ ସ୍ତ୍ରୀ ଜଣକ ରହିଯାଇଥିଲେ। ତେବେ ପ୍ରାୟ ୧୦କିମି ବାଟ ଗଲାପରେ ବଇଣ୍ଡାଠାରେ ସ୍ୱାମୀଜଣକ କାରରେ ନିଜ ସ୍ତ୍ରୀଙ୍କୁ ନଥିବା ଦେଖି ପୁଣି ନାକଚିକୁ ଲେଉଟି ଉକ୍ତ ସ୍ଥାନରେ ତାଙ୍କ ସ୍ତ୍ରୀଙ୍କୁ ଖୋଜିଥିଲେ ସୁଦ୍ଧା ପାଇନଥିଲେ। ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ। ଅପରପକ୍ଷରେ ନାକଚି ରାସ୍ତାରେ ମହିଳା ଜଣକ ପାଶବିକ ଅତ୍ୟାଚାରର ଶୀକାର ହୋଇଥିଲେ। ରାତିରେ ମହିଳା ଜଣକ ରାସ୍ତାରେ କାନ୍ଦି କାନ୍ଦି ଯାଉଥିବାବେଳେ ସେଠାରେ ଥିବା କିଛି ଗାଡ଼ିଚାଳକ ସାହାଯ୍ୟ ଦେବା ବାହାନାରେ ଗଣଦୁଷ୍କର୍ମ କରିଥିଲେ। ମହିଳା ଜଣକ ଠାବ ହେବାପରେ ସେ ସମ୍ପର୍କରେ ସମସ୍ତ ତଥ୍ୟ ପୋଲିସକୁ ଜଣାଇବାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲେ। ପ୍ରଥମେ ଅଭିଯୁକ୍ତମାନଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚୁରା ପରେ ସମସ୍ତେ ଦୋଷ ସ୍ୱୀକାର କରିଥିଲେ। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ପିଲୁ ବେହେରା, ସୁଜିତ ବେହେରା ଏବଂ ନିଲମ ସାହୁ। ଅନ୍ୟ ଦୁଇଜଣ ଫେରାର ରହିଛନ୍ତି। ଜଣେ ନାବାଳକ ଥିବାରୁ ପୋଲିସ ତାର ନାମ ପ୍ରକାଶ କରିନାହିଁ। ସମସ୍ତ ଅଭିଯୁକ୍ତଙ୍କର ଡାକ୍ତରୀ ମାଇନା କରାଯିବା ପରେ କୋର୍ଟ ଚାଲାଣ କରାଯିବ। ଏବଂ ଫାଷ୍ଟ ଟ୍ରାକ କୋର୍ଟରେ ଏହି ମାମଲାର ବିଚାର କରିବାକୁ ଅନୁରୋଧ କରାଯିବ ବୋଲି ପୋଲିସ ପ୍ରକାଶ କରିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top