ନହଙ୍ଗ ଓ ନନ୍ଦୁରରେ ବିଜେପିର ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ଖଇରା, ୧୭/୬ (ଓଡ଼ିଆ ପୁଅ/ନରେନ୍ଦ୍ର ବେହେରା)-ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ନନ୍ଦୁର ପଞ୍ଚାୟତର ନନ୍ଦୁର ଗ୍ରାମରେ ବିଜେପି ବିଧାୟକ ପ୍ରାର୍ଥୀ ଶଶି କୁମାର ସାହୁଙ୍କ ନେତୃତ୍ୱରେ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତ ମିଶନ ତରଫରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଛି। ଏହି କାର୍ଯ୍ୟକ୍ରମ ଚଣ୍ଡି ମନ୍ଦିରଠାରୁ ଆରମ୍ଭ ହୋଇ ଗ୍ରାମରେ ଅଳିଆ ଆବର୍ଜନା ପୂର୍ଣ୍ଣ ସ୍ଥାନକୁ ସ୍ୱଚ୍ଛ ଭାରତ ମିଶନର ବିଜେପି କର୍ମୀମାନଙ୍କ ଦ୍ୱାରା ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ସାମିଲ ଥିବା ସହସହ କର୍ମୀ ଯୋଗ ଦେଇଥିଲେ। ଏହି ସଫେଇ କାର୍ଯ୍ୟକ୍ରମରେ ସରପଞ୍ଚ ସୁରେନ୍ଦ୍ର ନାୟକ, ୫ ନମ୍ବର ଜୋନର ସାଧାରଣ ସଂପାଦକ ପ୍ରଭାତ ଦଳାଇଙ୍କ ସହିତ ଶତାଧିକ ଗ୍ରାମବାସୀ ଅଂଶ ଗ୍ରହଣ କରିଥିଲେ। ସେହିପରି ନହଙ୍ଗ ପଞ୍ଚାୟତର ନହଙ୍ଗ ଗ୍ରାମରେ ବିଜେପି ଜିଲ୍ଲା ସଂପାଦକ ଅକ୍ଷୟ ଧିନ୍ଦାଙ୍କ ନେତୃତ୍ୱରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସାରା ଦେଶରେ ଆରମ୍ଭ ହୋଇଥିବା ସ୍ୱଚ୍ଛ ଭାରତ ମିଶନ ତରଫରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଗ୍ରାମର ଶତାଧିକ ଗ୍ରାମବାସୀ ଅଂଶ ଗ୍ରହଣ କରିଥିଲାବେଳେ ଜିଲ୍ଲା କୃଷକ ମୋର୍ଚ୍ଚାର ସଂପାଦକ ଶ୍ରୀଧର ତ୍ରୀପାଠୀ, ସୁକଦେବ ପଣ୍ଡା, ଦାସରଥି ଦାସ, ଈଶ୍ୱର ଦାସ, ବସନ୍ତ ପୃଷ୍ଟି ପ୍ରମୁଖ ସାମିଲି ହୋଇଥିଲେ।

Leave a Reply

Your email address will not be published. Required fields are marked *