ad
ଅପରାଧ

ନଳପଙ୍ଗା ଗ୍ରାମରୁ ମାଈ ହରିଣର ମୃତ ଦେହ ଜବତ, ୨ଜଣ ଅଟକ

ହରିଚନ୍ଦନପୁର,ତା ୧୩ ଜାନୁୟାରୀ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ବୁଢାଖମଣ ପଞ୍ଚାୟତ ଅନ୍ତର୍ଗତ ନଳପଙ୍ଗା ଗ୍ରାମରୁ ଏକ ମାଈ ହରିଣର ମୃତ ଦେହ ଜବତ ହୋଇଛି । ଖବର ଅନୁଯାୟୀ ଶନିବାର ଦିନ ୧୨ଘଟିକା ସମୟରେ କୈାଣସିି ସୂତ୍ରରୁ ଜଙ୍ଘିରା ବନବିଭାଗ ଅଧିକାରିଣୀ ସରସ୍ୱତୀ ସିଂ ଖବରପାଇ ନଳପଙ୍ଗା ଗ୍ରାମରେ ଚଢାଉ କରି ଏକ ମାଈ ହରିଣର ମୃତ ଦେହ ଜବତ କରିଛି । ହରିଣଟି ନଳପଙ୍ଗା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଖାଦ୍ୟ ନପାଇ ଗ୍ରାମ ମଧ୍ୟରେ ଥିବା କୋବି ବାଡିକୁ କୋବି ଖାଇବାକୁ ଆସିଥିଲା । କୋବି ବାଡିରେ ହରିଣକୁ ଦେଖି କିଛି ଲୋକ ହରିଣକୁ ଦୈାଡାଇ ଦୈାଡାଇ ବାଡି ସାହାର୍ଯ୍ୟରେ ପିଟି ପିଟି ହତ୍ୟା କରିଥିବାର ଜଣାପଡିଛି । ହରିଣକୁ ହତ୍ୟା କରିବା ପରେ ଏକ ବସ୍ତାରେ ଭର୍ତି କରି ଗ୍ରାମର ଜୁଆଙ୍ଗ ପାତ୍ରଙ୍କ ଘର ଭିତର ଖଟ ତଳେ ରଖିଥିଲେ । ବନବିଭାଗ କର୍ମଚାରୀ ଏହି ବାବଦରେ ଖବର ପାଇ ଉକ୍ତ ଘରେ ଚଢାଉକରି ମୃତ ଦେହକୁ ଜବତ କରିଥିଲେ । ଏହି ଘଟଣାରେ ଜୁଆଙ୍ଗ ପାତ୍ର ଓ ରଞ୍ଜନ ପାତ୍ରକୁ ଅଟକ ରଖିଥିବା ସହ ଏହି ଘଟଣାରେ ଆଉ କେତେ ଜଣ ସମ୍ପୃକ୍ତ ଥିବାର ଜାଣି ତଦନ୍ତ ଯାରି ରଖିଥିବାର ବନବିଭାଗ ଅଧିକାରିଣୀ ସୂଚନା ଦେଇଛନ୍ତି । ମୃତ ହରିଣକୁ ବ୍ୟବଚ୍ଛେଦ ନିମନ୍ତେ ହରିଚନ୍ଦନପୁର ପ୍ରାଣି ଚିକିତ୍ସା କେନ୍ଦ୍ରକୁ ଅଣାଯାଇଛି । ବ୍ୟବଚ୍ଛେଦ ପରେ ହରିଣକୁ କୌଣସି ଓଜନିଆ ଢେଙ୍ଗା ସାହାଯ୍ୟରେ ପିଟି ପିଟି ହତ୍ୟା କରାଯାଇଥିବାର ପ୍ରାଣୀ ଚିକିତ୍ସକ ଜୀବନ କୁମାର ମୁଣ୍ଡା ସୂଚନା ଦେଇଛନ୍ତି ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top