କେନ୍ଦୁଝର

ମା’ତାରିଣୀଙ୍କ ପୀଠ: ନଳକୂପ ଅଚଳ ଦର୍ଶନାର୍ଥି ହନ୍ତସନ୍ତ, ଶିଘ୍ର ମରାମତି ପାଇଁ ଦାବି

ଘଟଗାଁ, ୨୫/୦୯/(ଓଡିଆପୁଅ/ଭବାନୀ ପ୍ରସାଦ)- କେନ୍ଦୁଝର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ତଥା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ତାରିଣୀଙ୍କ ପୀଠକୁ ଦିନକୁ ଦିନ ବହୁ ଭକ୍ତଙ୍କ ଆଗମନ ଲାଗିରହୁଥିବା ବେଳେ ପୀଠଟି ଏଜାବତ ବହୁ ସମସ୍ୟା ଦେଇ ଗତି କରୁଛି। ସୂଚନାନୁଯାୟୀ ମନ୍ଦିର ପରିସରରେ ଥିବା ପୁରାତନ ନଳକୂପ ଯାହାକି ୨ ନମ୍ବର ଗେଟ ନିକଟରେ ରହିଛି। ଏହା ଦିର୍ଘ ୩ ମାସ ହେବ ଅଚଳ ହୋଇପଡି ରହିବା ଫଳରେ ଏଠାକୁ ଆସୁଥିବା ଭକ୍ତ ମାନେ ପାନୀୟ ଜଳ ନେଇ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଭକ୍ତଙ୍କ ବ୍ୟତିତ ନିକଟସ୍ଥ ବ୍ୟବସାୟୀ ମାନେ ଏହି ନଳକୂପ ଉପରେ ନିର୍ଭରଶୀଳ ଥିବା ବେଳେ ମନ୍ଦିର ପ୍ରଶାସନ ଏହାର ମରାମତି ଦିଗରେ ପଦକ୍ଷେପ ନେଉନଥିବାରୁ ଭକ୍ତ ମହଲରେ ଅସନ୍ତୋଷ ଦେଖାଦେଉଛି। ଅନ୍ୟପକ୍ଷରେ ଭକ୍ତଙ୍କ ପାଦ ପ୍ରକ୍ଷାଳନ ବ୍ୟବସ୍ଥାଟି ମଧ୍ୟ ଦିର୍ଘ ବର୍ଷ ହେବ କାମରେ ଆସୁନଥିବା ବେଳେ ଉପରୋକ୍ତ ନଳକୂପଟିକୁ ଭକ୍ତ ମାନେ ପାନୀୟ ଜଳ ପାଇଁ ବ୍ୟବହାର କରିବା ସହିତ ପାଦ ପ୍ରକ୍ଷାଳନ ପାଇଁବି ବ୍ୟବହାର କରିଥାନ୍ତି। ମାତ୍ର ଦିର୍ଘ ସମୟ ହେବ ଏହା ବ୍ୟବହାର ଅନୁପଯୋଗୀ ହୋଇପଡିଛି। ତେଣୁ ଭକ୍ତମାନଙ୍କ ସୁବିଧା ପାଇଁ ମନ୍ଦିର ପ୍ରଶାସନ ଉକ୍ତ ନଳକୂପଟିକୁ ଖୁବଶିଘ୍ର ମରାମତି କରିବା ସହିତ ପାଦ ପ୍ରକ୍ଷାଳନ ବ୍ୟବସ୍ଥାଟିକୁ ପୂନରାୟ ଚାଲୁ କରିବା ପାଇଁ ଭକ୍ତ ଓ ସ୍ଥାନୀୟ ଜନସାଧାରଣରେ ଦାବି ହେଉଛି।

 

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top