ନର୍ସିଂହୋମ ବନ୍ଦ ଯୋଗୁ ରୋଗୀ ହଟହଟା

ପୁରୀ:୨୫/୫(ଓଡ଼ିଆ ପୁଅ/ ବିଜୟ ପଟ୍ଟନାୟକ): ଶୁକ୍ରବାର କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆଇନକୁ ବିରୋଧ କରି ପୁରୀର ସମସ୍ତ ଘରୋଇ ହସ୍ପିଟାଲ ଦିନିକିଆ ବନ୍ଦ ପାଳନ କରିଥିଲା। ଏପରିକି ଜରୁରୀ ଚିଠି ଠାରୁ ଆରମ୍ଭ କରି ଓପିଡି ସେବା ମଧ୍ୟ ବନ୍ଦ ରହିଥିଲା। ଶୁକ୍ରବାର ସକାଳ ୬ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଇଥିବା ବେଳେ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସହରରେ ଥିବା ଶରଦା ନର୍ସିଂହୋମ, ସାଇ ସୌଦାମିନୀ ନର୍ସିଂହୋମ, ଶ୍ରୀକୃଷ୍ଣ ହେଲ୍ଥକେୟାର, ସଞ୍ଜୀବନି ନର୍ସିଂହୋମ, ଶିବାନନ୍ଦ ନର୍ସିଂହୋମ, ନୀଳାଚଳ ନର୍ସିଂହୋମ ସମେତ ଡାଇଗ୍ନୋଷ୍ଟିକ ସେଣ୍ଟର ଗୁଡିକ ବନ୍ଦ ରହିଥିଲା। ନର୍ସିଂହୋମ ଗେଟଗୁଡିକ ବନ୍ଦ ରହିଥିବା ବେଳେ କୌଣସି ସେବା ଦିନକ ପାଇଁ ଯୋଗାଇ ଦିଆଯାଇନଥିଲା। ଏବେ ନର୍ସିଂହୋମରେ ଚିକିତ୍ସାଧିନ ରୋଗୀମାନଙ୍କୁ ପୂର୍ବ ଭଳି ଚିକିତ୍ସା ସେବା ଯୋଗାଇ ଦିଆଯାଇଥିଲା। ବନ୍ଦରେ ପାଥୋଲୋଜି, ଡେଣ୍ଟାଲ କ୍ଲିନିକ୍ ଓ ଫିଜିଓଥେରାପି ସେଣ୍ଟର ମଧ୍ୟ ସାମିଲ ହୋଇଥିଲା। ବନ୍ଦ ଯୋଗୁ ସହରରେ ସ୍ୱାସ୍ଥ୍ୟସେବା ପ୍ରଭାବିତ ହୋଇଥିଲା। କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆଇନରେ ସରକାର ଘରୋଇ ହସ୍ପିଟାଲର ସ୍ୱାର୍ଥକୁ ବେଖାତିର କରିଛନ୍ତିି। ଏହି ଆଇନ ଯୋଗୁ ପଞ୍ଜୀକରଣରେ, ନବୀକରଣ ହୋଇପାରୁନାହିଁ। ଏହାଛଡା ଅଗ୍ନି ନିରାପତ୍ତା ସମ୍ପର୍କରେ ସରକାର ଯେଉଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ତାହାକୁ ପରିବର୍ତ୍ତନ କରିବା ପାଇଁ ଘରୋଇ ହସ୍ପିଟାଲ ଏଷ୍ଟାବ୍ଲିସମେଣ୍ଟ ଫୋରମରୁ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *