ନର୍ଦ୍ଦମା ସଫେଇ ଆଳରେ ସହର ପ୍ରଦୂଷିତ

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ପ୍ରମୋଦ ରାୟ) -ନର୍ଦ୍ଦମା ସଫେଇ ଆଳରେ ପୂର୍ତ୍ତ ଏବଂ ଡ୍ରେନେଜ୍ କର୍ତ୍ତୃପକ୍ଷ ସହରକୁ ପ୍ରଦୂଷିତ କରୁଛନ୍ତି । ନାଳ ଖନନ କରୁଛନ୍ତି ହେଲେ ସେଥିରୁ ନିର୍ଗତ ହେଉଥିବା ମଇଳା ଓ ମାଟି କାଦୁଅକୁ ସଫା ନକରି ରାସ୍ତାକଡରେ ପକାଇ ରଖୁଛନ୍ତି । ଫଳରେ ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରାସ୍ତା ଏବଂ ଛକ ମାନଙ୍କରେ କଚଡା ପାହାଡ ଭଳି ଜମା ହୋଇପଡିଛି । ଗତ ପ୍ରାୟ ୩ ମାସ ଧରି ଭଦ୍ରକ ସହରରେ ଏହି ଧରଣର ପରିସ୍ଥିତି ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । କର୍ତ୍ତୃପକ୍ଷ ସହର ସଫେଇ ଦାୟିତ୍ୱ ପୌରପାଳିକାର କହି ରାସ୍ତାକଡରେ ଜମା କରୁଛନ୍ତି ମାଟି କାଦୁଅ ଏବଂ ଅଳିଆ ଆବର୍ଜନା । ତେଣେ ରାସ୍ତାକଡରୁ ଏହି କଚଡା ଏବଂ ମାଟି କାଦୁଅ ଉଠାଇ ପୌରପାଳିକା ଉଠାଇ ନୟାନ୍ତ ହେଲେଣି । କେବଳ ସେତିକିରେ ନୁହେଁ ଭଦ୍ରକ ସହରରୁ ଦୈନିକ ନିର୍ଗତ ହେଉଥିବା ପ୍ରାୟ ୨୦ ରୁ ୨୫ ଟି୍ରପ୍ କଚଡାକୁ ଠିକଣା ଲଗାଇବା ସକାଶେ ପୌରପାଳିକା ସହର ଠାରୁ ଅନୁ୍ୟନ ୬/୭ କିମି ଦୂରତ୍ୱରେ ଥିବା ତି୍ରଶଳପୁର ଏଲ୍ ଆଣ୍ଡ ଟି ଅଧିକୃତ ଜାଗାକୁ ବ୍ୟବହାର କରୁଥିବାବେଳେ ଡ୍ରେନେଜ୍ ଏବଂ ପୂର୍ତ୍ତ ବିଭାଗର ଏହି ନର୍ଦ୍ଦମା ସଫେଇ କଚଡାକୁ ଉଠାଇବାକୁ ପୌରପାଳିକା ନାକେଦମ୍ ହେଲେଣି । ସେହିଭଳି ଭଦ୍ରକ ସହର ନୂଆ ବସ୍ଷ୍ଟାଣ୍ଡ ପାଖରେ ୧୬ନଂ ଜାତୀୟ ରାଜପଥ ପାଶ୍ୱର୍କୁ ଏବେ ସହରବାସୀ  ସେମାନଙ୍କ ଅଳିଆ ପକା ଜାଗା ଭାବେ ବ୍ୟବହାର କରୁଥିବାବେଳେ ଏହାର ସୁଯୋଗ ନେଇ ଭଦ୍ରକ ସୀମାକୁ ଲାଗି ରହିଥିବା ପାଖ ଆଖ ଅଂଚଳର ଲୋକମାନେ ସେମାନଙ୍କ ମଲାଗୋରୁ, ପଶୁ, ପକ୍ଷୀ ଏପରିକି ଦାବୀଦାର ବିହିନ ଶବକୁ ଏହି ରାସ୍ତା କଡରେ ଫିଙ୍ଗି ଦେଇଯାଉଛନ୍ତି । ଯାହାକୁ ଉଠାଇବା ଲାଗି ପୌରପାଳିକାକୁ ଅତିରିକ୍ତ ଖର୍ଚ୍ଚ ବହନ କରିବାକୁ ପଡୁଥିବା କଥା ପୌରାଧ୍ୟକ୍ଷ ମାନସ ମହାନ୍ତି କହିଛନ୍ତି । ପୌରାଧ୍ୟକ୍ଷଙ୍କ କହିବା ଅନୁଯାୟୀ ଗତ ପ୍ରାୟ ଦେଢମାସ ମଧ୍ୟରେ ଏହି ଜାଗାରୁ ପୌରପାଳିକା ପ୍ରାୟ ୮୦ ରୁ ଉଦ୍ଧ୍ୱର୍ ମଲା ଗୋରୁ ଗାଈ ଏବଂ ପଶୁଙ୍କ ଶବ ଉଠାଇ ସାରିଲେଣି । ଯାହାକି ପୌରପାଳିକା ପାଇଁ ଏବେ ବଡ ମୁଣ୍ଡବ୍ୟଥାର କାରଣ ହୋଇଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *