ନରେନ୍ଦ୍ରପୁର ଗ୍ରାମପଞ୍ଚାୟତରେ ବିଧାୟକଙ୍କ ଶିଳ୍ୟାନ୍ୟାସ

ନୟାଗଡ଼ .ରଣପୁର ୦୩/୧୧(ଓଡ଼ିଆ ପୁଅ/ଜୟେନ୍ଦ୍ର ବେହେରା) ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମପଞ୍ଚାୟତରେ ଶୁକ୍ରବାର ମଧ୍ୟାହ୍ନ ସମୟରେ ସ୍ଥାନୀୟ ବିଧାୟକଙ୍କ ଦ୍ଵାରା ୬ଟି ପ୍ରକଳ୍ପକୁ ଶିଳ୍ୟାନ୍ୟାସ ଓ ଶୁଭ ଉଦ୍ଘାଟନ କରାଯାଇଛି। ଘଟଣା ସ୍ଥଳରୁ ଆଜି ମଧ୍ୟାହ୍ନ ସମୟରେ ସ୍ଥାନୀୟ ବିଧାୟକ ରବି ନାରାୟଣ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ବିନୋଦପଡାସ୍ଥତ ମା ଦକ୍ଷିଣକାଳୀଙ୍କ ପୀଠରେ ଶତାଧିକ ମହିଳା ଓ ପୁରୁଷ କର୍ମୀମାନଙ୍କ ଗହଣରେ ଦିଲ୍ଲୀ ଏମ୍ସରେ ଚିକିସିତ ଜଗା ବଳିଆଙ୍କ ଆରୋଗ୍ୟ କାମନା କରି ସମୁହ ଦ୍ୱୀପ ଦାନ କରିଥିଲେ । ପରେ କର୍ମୀମାନଙ୍କ ଗହଣରୁ ୩୯ ଲକ୍ଷ ବ୍ୟୟରେ ବିନୋଦପଡାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଓ ୬ ଲକ୍ଷ ବ୍ୟୟରେ ସୋଲାର ଜଳ ଯୋଗାଣ ପ୍ରକଳ୍ପ ଡିହଗାଁ ଅଙ୍ଗନୱାଡି କେନ୍ଦ୍ରର ଭୂମିପୂଜା ଓ ବଧିପାଟଣା ନୂତନ ଅଙ୍ଗନୱାଡି ଗୃହ ଓ ୧ କୋଟି ଟଙ୍କା ବ୍ୟୟରେ ଜଳଯୋଗାଣ ପ୍ରକଳ୍ପର ଉଦ୍ଘାଟନ । ପରେ ନରେନ୍ଦ୍ରପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ନବ ନିର୍ମିତ ପ୍ରାଚୀର ଓ ମୁଖ୍ୟ ଫାଟକକୁ ଶୁଭ ଉଦ୍ଘାଟନ କରିଥିଲେ । ଉକ୍ତ ଉଦ୍ଘାଟନ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ରଣପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲଗ୍ନଜିତ୍ ରାଉତ, ଅଧ୍ୟକ୍ଷା ନିରୂପମା ପ୍ରଧାନ, ସାଂସଦଙ୍କ ଜିଲ୍ଲାପ୍ରତିନିଧି ଦେବାଶିଷ ପଟ୍ଟନାୟକ, ସ୍ଥାନୀୟ ଜିଲ୍ଲା ପରିଷଦ ଭୁବନେଶ୍ୱରୀ ସାହୁ, ସିଦ୍ଧାନ୍ତ ପଣ୍ଡା, ସ୍ଥାନୀୟ ସରପ ଗୀତାଞ୍ଜଳୀ ବଳିୟାରସିଂହ । ସମିତି ସଭ୍ୟା ପ୍ରେମ ମଞ୍ଜରୀ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ । ଏହି ଶୁଭ ଉଦ୍ଘାଟନ ଉତ୍ସବକୁ ଯୁବ ବିଜେଡି ନେତା ସୁରଥ ବେହୁରା, ସରପଞ୍ଚ ପ୍ରତିନିଧି ରାଜକିଶୋର ବଳିଆରସିଂହ ସୂଚାରୁରୂପେ ତୁଲାଇଥିଲେ । ଉକ୍ତ ଉତ୍ସବରେ ଏହି ପଞ୍ଚାୟତରେ କୌଣସି ମତେ ବିକାଶରେ କମହେବ ନାହିଁ ବୋଲି ସ୍ଥାନୀୟ ବିଧାୟକ କହିଥିଲେ ।

।ଚା

Leave a Reply

Your email address will not be published. Required fields are marked *