ଓଡ଼ିଶା

ନଭେମ୍ବର ୧୧ରୁ ୧୫ ପର୍ଯ୍ୟନ୍ତ ଷ୍ଟାର୍ଟଅପ୍ କନ୍କ୍ଲେଭ୍ ସାମିଲ ହେବ ହେକାଥନ୍, ବୁଟ୍ କ୍ୟାମ୍ପ ଏବଂ ଦ୍ରବ୍ୟ ଓ ସେବାର ପ୍ରଦର୍ଶନୀ

ଭୁବନେଶ୍ୱର, ୦୭ ଜୁନ, ୨୦୧୮ ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ଅବସରରେ ଏକ ଷ୍ଟାର୍ଟଅପ୍ କନ୍କ୍ଲେଭ୍ ମଧ୍ୟ ଆୟୋଜିତ ହେବା ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଷ୍ଟାର୍ଟଅପ୍ କାଉନ୍ସିଲର ତୃତୀୟ ବୈଠକରେ ଏହି ମର୍ମରେ ନିଷ୍ପତ୍ତି ନିଆଯାଇଛିା ଏହି ଷ୍ଟାର୍ଟଅପ୍ କନ୍କ୍ଲେଭ୍ରେ ହେକାଥନ୍, ବୁଟ୍ କ୍ୟାମ୍ପ ଏବଂ ଦ୍ରବ୍ୟ ଓ ସେବାର ପ୍ରଦର୍ଶନୀକୁ ସାମିଲ କରାଯିବ।

ଏମ୍ଏସ୍ଏମ୍ଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଲକ୍ଷ୍ମୀନାରାୟଣ ଗୁପ୍ତା କାଉନ୍ସିଲ୍କୁ ସୂଚନା ଦେଇଥିଲେ ଯେ ମାସିକ ୨୦ଟି ଷ୍ଟାର୍ଟଅପ୍ ହାରରେ ୨୩୩ଟି ଷ୍ଟାର୍ଟଅପ୍କୁ ଅଦ୍ୟାବଧି ରାଜ୍ୟରେ ସ୍ୱୀକୃତି ପ୍ରଦାନ କରାଯାଇଛିା ୩୦ଟି ଷ୍ଟାର୍ଟଅପ୍କୁ ୩୭ଟି ସୁବିଧା ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୧ଟି (ଏକ-ତୃତୀୟାଂଶରୁ ଅଧିକ) ଷ୍ଟାର୍ଟଅପ୍ ମହିଳାମାନଙ୍କ ଦ୍ୱାରା ପରିଚାଳିତା ସେ ଆହୁରି କହିଥିଲେ ଯେ ଏହି ୩୦ଟି ସହାୟତାପ୍ରାପ୍ତ ଷ୍ଟାର୍ଟଅପ୍ ୪୭୬ ଜଣ ବ୍ୟକ୍ତିଙ୍କୁ ନିଯୁକ୍ତି ପ୍ରଦାନ କରୁଛନ୍ତିା ଷ୍ଟାର୍ଟଅପ୍ମାନଙ୍କୁ ସହାୟତା ଦେବା ପାଇଁ ୭ଟି ଇନ୍କ୍ୟୁବେଟର ମୋଟ ୪ ଲକ୍ଷ ବର୍ଗଫୁଟର ଇନ୍କ୍ୟୁବେସନ୍ ଅଞ୍ଚଳରେ କାର୍ଯ୍ୟରତ ଅଛନ୍ତିା ୧୦୮ଟି ମେଣ୍ଟରଙ୍କୁ ନେଇ ଏକ ନେଟ୍ଓ୍ୱାର୍କ ପ୍ରତିଷ୍ଠା ହୋଇଛି।

ଟେକ୍ନୋଲୋଜି ବିଜନେସ୍ ଇନ୍କ୍ୟୁବେଟର ପ୍ରତିଷ୍ଠା ଉଦ୍ଦେଶ୍ୟରେ କିଟ୍ ଟିବିଆଇକୁ ଏକ କୋଟି ଟଙ୍କା, ଏନ୍ଆଇଟି, ରାଉରକେଲାକୁ ୫୦ ଲକ୍ଷ ଟଙ୍କାର ଏକକାଳୀନ କ୍ୟାପିଟାଲ୍ ଅନୁଦାନ ପ୍ରଦାନ ପାଇଁ ଷ୍ଟାର୍ଟଅପ୍ କାଉନ୍ସିଲ୍ ଅନୁମୋଦନ କରିଛିା ଷ୍ଟାର୍ଟଅପ୍ କାଉନ୍ସିଲ୍ ମଧ୍ୟ ଓର୍ଡୁ୍ୟଇନୋ ଲାବ୍ସ ପ୍ରା. ଲିଃକୁ ୫ ଲକ୍ଷ ଟଙ୍କା ଓ କୋଷ୍ଟକିଙ୍ଗସ୍ ପ୍ରା. ଲିଃକୁ ୧୨ ଲକ୍ଷ ଟଙ୍କାର ଆବଶ୍ୟକୀୟ ସହାୟତା ମଞ୍ଜୁର କରିଛିା କୃଷି, ଖାଦ୍ୟ ପ୍ରକ୍ରିୟାକରଣ ଓ ସାମାଜିକ ଔଦ୍ୟୋଗିକତା ପାଇଁ ଶ୍ରୀ ଶ୍ରୀୟୁନିଭରସିଟି, ଆତିଥେୟତା ଓ ପର୍ଯ୍ୟଟନ କ୍ଷେତ୍ରରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜ୍ମେଣ୍ଟ, କ୍ୟାଟେରିଂ ଟେକ୍ନୋଲୋଜି ଓ ଆପ୍ଲାଏଡ଼୍ ନ୍ୟୁଟି୍ରସନ୍, ଭୁବନେଶ୍ୱର, ଇଲେକ୍ଟ୍ରୋନିକ୍ ସିଷ୍ଟମ୍ ଡିଜାଇନ୍ ଓ ମ୍ୟାନୁଫ୍ୟାକ୍ଚରିଂ(ଇଏସ୍ଡିଏମ୍), ଏମ୍ବେଡେଡ୍ ସିଷ୍ଟମ୍ ଓ ଇଣ୍ଟନେଟ୍ ଅଫ୍ ଥିଙ୍ଗସ୍(ଆଇଓଟି), ଅକ୍ଷୟ ଶକ୍ତି କ୍ଷେତ୍ରରେ ବ୍ରହ୍ମପୁରସ୍ଥିତ ନ୍ୟାସନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଆଦି ୩ଟି ସଂସ୍ଥାକୁ ନୋଡାଲ୍ ଏଜେନ୍ସୀ ଭାବରେ ମନୋନୟନକୁ ମଧ୍ୟ ଷ୍ଟାର୍ଟଅପ୍ କାଉନ୍ସିଲ୍ ଅନୁମୋଦନ କରିଛି। ୨୦୧୭-୧୮ ଆର୍ଥିକ ବର୍ଷରେ ଷ୍ଟାର୍ଟଅପ୍ ଓଡ଼ିଶା ଇନିସିଏଟିଭ୍ର ବ୍ୟୟ ସହିତ ୨୦୧୮-୧୯ ଆଥିର୍କ ବର୍ଷର ବ୍ୟୟ ଅଟକଳକୁ କାଉନ୍ସିଲ୍ ଦ୍ୱାରା ଅନୁମୋଦନ କରାଯାଇଛିା

ଷ୍ଟାର୍ଟଅପ୍ ଓଡ଼ିଶା ଦ୍ୱାରା ସ୍ୱୀକୃତ ୨୩୩ଟି ଷ୍ଟାର୍ଟଅପ୍ ବିଜ୍ଞାପନ, ଏରୋନେଟିକ୍ସ, ଶିକ୍ଷା ଓ ଉଦ୍ୟୋଗ, ସଫଫଓୟାର, ଅକ୍ଷୟ ଶକ୍ତି, ଖୁଚୁରା ବିକ୍ରୟ ଓ ରୋବୋଟିକ୍ସ ଆଦି ୩୯ଟି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତିା ଅଧିକାଂଶ ଷ୍ଟାର୍ଟଅପ୍ ସୂଚନା ପ୍ରଯୁକ୍ତି, ଆଇଓଟି, ଇ-କମର୍ସ, ଖାଦ୍ୟ ଓ ପ୍ରାକ୍ରିୟାକୃତ ପାନୀୟ, ସବୁଜ ପ୍ରଯୁକ୍ତି, ସ୍ୱାସ୍ଥ୍ୟସେବା, ଜୀବ ବିଜ୍ଞାନ, ଶିକ୍ଷା, କୃଷି ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ କାର୍ଯ୍ୟରତ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top