ନବ ବର୍ଷ ଉପଲକ୍ଷେ ବିପ୍ଲବୀ ଆନନ୍ଦ ଜେନାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କେନ୍ଦ୍ରାପଡା ୧/୧(ଓଡିଆ ପୁଅ/ଚିତ୍ତରଞ୍ଜନ ଦାସ ) – କେନ୍ଦ୍ରାପଡା ସହରର ଆନନ୍ଦ ମାର୍ଗରେ ଥିବା କନିକାର ବିପ୍ଲବୀ କବି କନିକା ପ୍ରଜା ଆନ୍ଦୋଳନର ପୁରୋଧା ସ୍ୱାଧୀନତା ସଂଗ୍ରାମୀ ଆନନ୍ଦ ଜେନାଙ୍କ ପ୍ରତିମୂର୍ତ୍ତୀରେ ଇଂରାଜୀ ନବ ବର୍ଷ ଉପଲକ୍ଷେ ଆଜି ମାଲ୍ୟାର୍ପଣ କରାଯାଇଥିଲା। ଜିଲ୍ଲା ଓକିଲ ସଙ୍ଘର ସଭାପତି ଦେବଦାସ ମହାନ୍ତି, ସମ୍ପାଦକ ଗଗନ ବିହାରି ଜେନା, ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ବରିଷ୍ଠ ଆଇନଜିବୀ ପ୍ରଦୀପ କୁମାର ଦାଶ, ଚାଷୀ ଶ୍ରମିକ ସଙ୍ଘର ସମ୍ପାଦକ ଅନନ୍ତ ଭୂୟାଁ,  ଦିଲ୍ଲୀପ ଜେନା, ମଙ୍ଗୁଳି ବାରିକ ପ୍ରମୁଖ ବିପ୍ଲବୀ ଆନନ୍ଦ ଜେନାଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *