ଜିଲ୍ଲା ପରିକ୍ରମା

ନବ ପ୍ରତିଭା ବାର୍ଷିକ ଉତ୍ସବ

ପୁରୀ:୩/୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ବାବା ଆଖଣ୍ଡଳମଣୀ ନବ ପ୍ରତିଭା ସଙ୍ଗୀତ ଶିକ୍ଷା କେନ୍ଦ୍ରର ଅଷ୍ଟାଦଶ ବାର୍ଷିକ ଉତ୍ସବ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଥିଲା। ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ ଉତ୍ସବକୁ ଉଦ୍ଘାଟନ କରି ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାକୁ ବିକଶିତ କରିବାରେ ଅନୁଷ୍ଠାନର ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ଅନୁଷ୍ଠାନର ସଭାପତି ତଥା ପ୍ରାକ୍ତନ ନଗରପାଳ ସୁରେନ୍ଦ୍ର ନାଥ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସମାଜସେବୀ ଚକ୍ରଧର ମହାପାତ୍ର, ଗୁରୁ ଆର୍ତ୍ତତ୍ରାଣ ଶତପଥୀ, ଗୁରୁ ପାଗଳ ସ୍ୱାଇଁ, ଆଇନଜୀବୀ ସ୍ମୃତି ରଞ୍ଚନ ପତି, କାମାକ୍ଷା ପ୍ରସାଦ ଦାସ ସତ୍ୟାନନ୍ଦ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନର ଉତ୍ତର ଉତ୍ତର କାମନା କରିଥିଲେ। ସୁଜିତ୍ ମହାପାତ୍ର ଓ ସୁରେନ୍ଦ୍ର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ବିନୋଦିନୀ ମହାପାତ୍ର, ଶ୍ରାବଣୀ ପଣ୍ଡା, ଦେବାଂସୀ ଦାସଙ୍କୁ ପ୍ରତିଭା ସମ୍ମାନ ପ୍ରଦାନ କରରାଯାଇଥିଲା। ସଭା ପରେ ପ୍ରଥମ ବୃନ୍ଦ ଗାନ ପରିବେଷଣ କରାଯାଇଥିଲା। ପରେ ମଙ୍ଗଳା ଚରଣ, ଦଶାବତାର, ଗଣପତି ବନ୍ଦନା, ଓଡିଶା ନୃତ୍ୟ ପରିବେଷଣ କରାଯାଇଥିଲା। ଅନୁଷ୍ଠାନର ସମ୍ପାଦକ ଗୁରୁ ଅଶୋକ ଦାସ ଓ ବବିତା ଦାସଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top