ଜଗତସିଂହପୁର

ନବ ନିର୍ମାଣ କୃଷକ ସଂଗଠନର ବୈଠକ

ତିର୍ତ୍ତୋଲ ତା ୦୭/୦୬ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୃଷ୍ଣାନନ୍ଦପୁର ପଞ୍ଚାୟତରେ ଥିବା ସପ୍ନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ନବ ନିର୍ମାଣ କୃଷକ ସଂଗଠନର ରାଜ୍ୟ ସହ ସଂଯୋଜକ ରଶ୍ମି ରଞ୍ଜନ ସ୍ୱାଇଁ, ତିର୍ତ୍ତୋଲ ବ୍ଲକ ସଂଯୋଜକ ମଙ୍ଗୁଳି ଚରଣ ରାଉତରାଏ, ସଂସଂଯୋଜକ ଅଶୋକ ବାରିକଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଚାଷୀମାନଙ୍କ ପ୍ରେଷ୍ଟିଜ୍, ପ୍ରାଇସ, ପେନସନ, କୋଲ୍ଡଷ୍ଟୋର, ଧାନର ଅଭାବୀ ବିକ୍ରି ପନିପରିବା, ସାରଯୋଗାଣ, ହର୍ଟିକଲଚର ଆଦି ବିଷୟ ଉପରେ ଆଲୋଚନା କରାଯିବା ସହ ଦାବି ରାଜ୍ୟସରକାରଙ୍କ ନିକଟରେ ଦାବି କରିବା ପାଇଁ ଆଲୋଚନା କରାଯାଇଥିଲା। ଏହି ସମସ୍ତ ଦାବିକୁ ରାଜ୍ୟସରକାର ଅଗ୍ରାହ୍ୟ କରନ୍ତି ତେବେ ଅଗାମୀ ଅକ୍ଟୋବର ୨୯ ତାରିଖରେ ଭୁବନେଶ୍ୱରଠାରେ ଏକ ଆନ୍ଦୋଳନପନ୍ଥା ଅବଲମ୍ବନ କରାଯିବବୋଲି ପ୍ରସ୍ତୁତି ବୈଠକରେ ଆଲୋଚନା କରାଯାଇଥିଲା। ସରକାରଙ୍କ ତରଫରୁ ଚାଷୀମାନଙ୍କପାଇଁ ବିଭିନ୍ନ ସରକାରୀ ସୁବିଧା ଯୋଗାଇଦେଉଥିବା ବୈଠକରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସଂଯୋଜକ ସଞ୍ଜୟ କୁମାର ସାହୁ, ସହସଂଯୋଜକ ରମେଶ କୁମାର ସାହୁ, ମହେନ୍ଦ୍ର ନାଥ ସାହୁ, ଗୋଲୋଖ ସାହୁ, ଦିବାକାର ସାହୁ, ଶଙ୍କର ମଲ୍ଲିକ, ମଙ୍ଗୁଳି ଡ଼ାଳୁଆ, ଶ୍ରୀଧର ସାହୁ, ଅକ୍ଷୟ କୁମାର ଦାସ, ସେଖ୍ ଗୋଲାମ ସରୱାର, ଏଜାଜ ଉଦ୍ଦିନ ପ୍ରମୁଖ ସାମିଲ୍ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top