ନବ ନିଯୁକ୍ତ ରାଜ୍ୟପାଳଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିନନ୍ଦନ

ଭୁବନେଶ୍ୱର ୨୫ ମଇ (ଓଡ଼ିଆ ପୁଅ) ଓଡିଶାର ନବ ନିଯୁକ୍ତ ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀଯୁକ୍ତ ଲାଲଙ୍କ ଓଡିଶା ରାଜ୍ୟପାଳ ଭାବେ ନିଯୁକ୍ତି ଘୋଷଣା ପରେ ଶ୍ରୀ ପ୍ରଧାନ ନବ ନିଯୁକ୍ତ ରାଜ୍ୟପାଳଙ୍କୁ ଟେଲିଫୋନ ଯୋଗେ କଥା ହୋଇ ଅଭିନନ୍ଦନ ଜଣାଇଛନ୍ତି।

ଶ୍ରୀ ଲାଲ ଓଡିଶା ଭଳି ଏକ ସଂସ୍କୃତି ସଂପନ୍ନ ରାଜ୍ୟରେ ତାଙ୍କର କାର୍ଯ୍ୟକାଳକୁ ସୂଚାରୁ ରୂପେ ପାଳନ କରିବା ସହ ଓଡିଶାର ରହଣୀକାଳକୁ ଖୁସିରେ କାଟିବେ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *