ଓଡ଼ିଶା

ନବୀନ ସରକାରଙ୍କ ଅପରାଗତା ଓ ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାକୁ ଲୋକ ମାନଙ୍କ ନିକଟକୁ ନେଇ ଯାଆନ୍ତୁ ବିଜେପି କାର୍ଯ୍ୟକର୍ତା – ଧର୍ମେନ୍ଦ୍ର ପ୍ରଧାନ

– ଯାଜପୁର ଜିଲ୍ଲା ବିଜେପି ପରିବର୍ଧିତ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ପାଣିକୋଇଲି/ ଭୁବନେଶ୍ୱର, ୩୦ ଏପ୍ରିଲ (ଓଡ଼ିଆ ପୁଅ) – କେନ୍ଦ୍ର ସରକାର ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ପର୍ଯ୍ୟାପ୍ତ ଅର୍ଥ ପ୍ରଦାନ କରୁଥିବା ବେଳେ ରାଜ୍ୟ ସରକାର ଏହାକୁ ସଠିକ ଭାବେ ଖର୍ଚ କରି ପାରୁ ନାହାନ୍ତି। ଏହାକୁ ଲୋକ ମାନଙ୍କ ମଧ୍ୟକୁ ନେବାକୁ ପଡିବ ବୋଲି ବିଜେପି କାର୍ଯ୍ୟକର୍ତାଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପାଣିକୋଇଲି ଠାରେ ବିଜେପିର ପରିବର୍ଧିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଏହା କହିଛନ୍ତି।

ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକ ଲୋଚନକୁ ଆଣିବା ସହ ମୋଦି ସରକାରଙ୍କ ଯୋଜନା ଗୁଡିକ ସମ୍ପର୍କରେ ଦଳୀୟ କାର୍ଯ୍ୟକର୍ତାଙ୍କୁ ଲୋକମାନଙ୍କ ନିକଟକୁ ନେବାକୁ ପଡିବ ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ପାଇଖାନା ନିର୍ମାଣକୁ ଏକ ଜନ ଆନ୍ଦୋଳନ କରିବାକୁ ପ୍ରଚୁର ଅର୍ଥ ପ୍ରଦାନ କରୁଛନ୍ତି। ମାତ୍ର ଦୁର୍ଭାଗ୍ୟର ବିଷୟ ଯେ ରାଜ୍ୟ ସରକାରଙ୍କ ଅପରାଗତା କାରଣରୁ ଏବେ ବି ଓଡିଶାର ୪୫ ପ୍ରତିଶତ ଘରେ ପାଇଖାନା ନାହିଁ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ୧୮ ବର୍ଷର ନବୀନ ପଟ୍ଟନାୟକଙ୍କ ନିରନ୍ତର ଶାସନ ପରେ ମଧ୍ୟ ୪୦ ଲକ୍ଷ ଘରେ ବିଜୁଳି ପହଂଚି ପାରି ନାହିାଁ ବର୍ତମାନ ମୋଦି ସରକାରଙ୍କ ଦ୍ୱାରା ସୌଭାଗ୍ୟ ଯୋଜନାରେ ସବୁ ଘରକୁ ୯୦ ପ୍ରତିଶତ ଅନୁଦାନରେ ବିଜୁଳି ଲାଗିବାର ବ୍ୟବସ୍ଥା ହୋଇଛି।

ମହିଳା ସୁରକ୍ଷା, ମୌଳିକ ସୁବିଧାର ଅଭାବ ଆଦି ପ୍ରସଙ୍ଗକୁ ନେଇ ଲୋକ ମାନଙ୍କ ନିକଟକୁ ଯିବାକୁ ଶ୍ରୀ ପ୍ରଧାନ ଦଳୀୟ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top