ନବାନ୍ନ ସମୟରେ ଖଡିଆଳରେ ସମସ୍ତ ବ୍ୟାଙ୍କର ଏଟିଏମ ଅଚଳ ,ହିତାଧିକାରୀ ବହୁ ଅସୁବିଧାରେ

ଖଡିଆଳ/ନୂଆପଡା-୦୭.୦୯.୧୮(ଓଡିଆପୁଅ/ସୁଜିତ କୁମାର ପ୍ରଧାନ) ଆଉ ଏକ ସପ୍ତାହ ପରେ ନବାନ୍ନ । ସମସ୍ତେ ନିଜ ନିଜ ପୁଅ ଝିଅ ମାନଙ୍କ ସହିତ ସମସ୍ତ ପରିବାର ଙ୍କ ପାଇଁ ନୂଆ କପଡା କିଣାଯିବା ସହିତ ପରିବାର ର ମହିଲା ମାନଙ୍କ ପାଇଁ ବହୁ ଗୁଡାଏ ସାରଜାଂମ କିଣା ଯାଇଥାଏ । ନବାନ୍ନ ଭକ୍ଷଣ ପାଇଁ ଘର ଚାଳିଚଳନ ପାଇଁ ସପ୍ତାହେ ଆଗରୁ କିରାଣା ସମଗ୍ରୀ ସମେତ ଅନ୍ୟାନ୍ୟ ଜିନିଷ କିଣା ହୋଇଥାଏ । କିନ୍ତୁ ଏହିପରି ଏକ ଜରୁରୀ ସମୟରେ ନୁଆପଡା ଜିଲ୍ଲା ଖଡିଆଳ ଠାରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ ସାଙ୍ଗକୁ ଏକ୍ସିସ ବ୍ୟାଙ୍କ,ଆନ୍ଧ୍ର ବ୍ୟାଙ୍କ,ବ୍ୟାଙ୍କ ଅଫ ଇଣ୍ଡିଆ ବ୍ୟାଙ୍କ ମାନଙ୍କର ର ଏଟିଏମ ମାନଙ୍କରେ ଟଙ୍କା ନଥିବାରୁ ବ୍ୟାଙ୍କ ରେ ଟଙ୍କା ରଖିଥିବା ହିତାଧିକାରୀ ମାନେ ନାହିନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଲିଛି । ଖଡିଆଳ ରେ ୮ ଗୋଟି ଷ୍ଟେଟ ବ୍ୟାଙ୍କ ଏଟିଏମ ରହିଥିବା ବେଲେ ଏକ୍ସିସ ବ୍ୟାଙ୍କର ୨ ଗୋଟି,ଆନ୍ଧ୍ର ବ୍ୟାଙ୍କ ର ୨ ଗୋଟି, ବ୍ୟାଙ୍କ ଅଫ ଇଣ୍ଡିଆର ୧ ଗୋଟିଏ ମୋଟ ୧୩ ଗୋଟି ଏଟିଏମ ଅଛି । କିନ୍ତୁ ଦିର୍ଘ ୨୦ ଦିନରୁ ଅଧିକ ହେବ ଏଟିଏମ ମାନଙ୍କରେ ଟଙ୍କା ନଥିବା ଯୋଗୁଁ ସମସ୍ୟା ଦ୍ୱିଗୁଣିତ ହୋଇଯାଇଛି । କାଁ ଭାଁ ଏଟିଏମ ମାନଙ୍କରେ ଟଙ୍କା ଭରିଲେ ଏକ ଘଂଟା ମଧ୍ୟରେ ସରିଯାଉଛି । ପୁଣି ଏଟିଏମ ଖାଲି ହୋଇଯାଉଛି । ଏ ବିଷୟରେ ଷ୍ଟେଟ ବ୍ୟାଙ୍କ ମ୍ୟାନେଜର ଙ୍କୁ ଯୋଗାଯୋଗ କଲେ ଏଟିଏମରେ ଦିକୁ ୬୦ ଲକ୍ଷରୁ ଏକ କୋଟି ଟଙ୍କା ଏଟିଏମ ମାନଙ୍କରେ ଭରିଲେ ମଧ୍ୟ ସରିଯାଉଛି । କାରଣ ଖଡିଆଳ ଏଟିଏମ ମାନଙ୍କ ରେ ଆଖ ପାଖ ୬/୭ ଗୋଟି ବ୍ଲକ ର ଲୋକ ନିର୍ଭର କରୁଛନ୍ତି । ସମସ୍ତେ ଖଡିଆଳ ଠାରେ ଥିବା ଏଟିଏମ ବ୍ୟବହାର କରୁଥିବାରୁ ଏପରି ଅବସ୍ଥା ହେଉଥିବା ପ୍ରକାଶ କରୁଛନ୍ତି । ସେ ଯାହା ବି ହେଉନା କାହିଁକି ନବାନ୍ନ ଭକ୍ଷଣ ସମୟ ପାଖକୁ ଆସିଯାଇଥିବା ବେଲେ ହିତାଧିକାରୀ ମାନଙ୍କ ଚାହିଦା ମୁତାବକ ଏଟିଏମ ମାନଙ୍କରେ ଟଙ୍କା ଭରିବା ପାଇଁ ହିତାଧିକାରୀ ମାନେ ଦାବୀ କରିଛନ୍ତି ।

Leave a Reply

Your email address will not be published. Required fields are marked *