ନବାଙ୍କ ଯାତ୍ରା:ଶ୍ରୀମନ୍ଦିରରେ ନବାଙ୍କ ବେଶରେ ସଜିତ ହେଲେ ମହାପ୍ରଭୁ

ପୁରୀ, ୧୪/୧(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ମାସାନ୍ତ ଅବସରରେ ଶନିବାର ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛଇ ନବାଙ୍କ ଯାତ୍ରା। ଏହି ଅବସରରେ ଫୁଲମେଲାଣ ନୀତି ଅନୁଷ୍ଠିତ ହେବା ସହ ମହାପ୍ରଭୁ ନବାଙ୍କ ବେଶରେ ସଜିତ ହୋଇଥିଲେ। ଏଥିପାଇଁ ମାଳି ମାନେ ବାଘମୁହାଁ ବାନ୍ଧି ମାଳଚୂଳ ଜଳ କବର ମାଳ ଆଳି ବେଶ ପାଇଁ ପାଳିଆ ଖୁଣିଂଆଙ୍କୁ ଦେଇଥିଲେ। ଏହି ମାଳ ସଂଧ୍ୟା ଆଳତି ବେଶରେ ମହାପ୍ରଭୁଙ୍କୁ ଲାଗି କରାଯାଉଥିଲା। ବଡସଂହାର ବେଶ ବଢି ପାଣି ପଡିବା ପରେ ଦକ୍ଷିଣ ଘରୁ ମଦନ ମୋହନ ରତ୍ନ ସିଂହାସନକୁ ବିଜେ କରିଥିଲେ।ଠାକୁର ବିମାନରେ ବେଢା ପରିକ୍ରମା କରିବା ପରେ ବିମାନ ବଟ୍ଟ ମୂଳେ ରଖାଯାଉଥଇଲଶ ପରେ ପ୍ରସାଦ ଲାଗି ସହ ବନ୍ଦାପନା ବଢିବା ପରେ ମଦନମୋହନ ଦକ୍ଷିଣ ଘରକୁ ବାହୁଡା ବିଜେ କରିଥିଲେ। ଏହି ଅବସରରେ ଅଲାମ ଚଣ୍ଡୀ ମନ୍ଦିରକୁ ପାଂଚୋଟି ମକର ତାଡ ଆସିବା ବେଳେ ଏହି ତାଡରେ ମକର ଚୈାରାଶୀ ଭୋଗ କରାଯାଇଥିଲା। ଏଥିସହ ଅଁଳା ପେଡା ମଧ୍ୟ ଚୂନରା ସେବକ ମାନଙ୍କ ଦ୍ୱାରା ଧଉଳା ଯାଇଥିଲା। ମାସାନ୍ତରେ ମହାପ୍ରଭୁଙ୍କୁ ନବାଙ୍କ ବେଶ କରାଯାଉଥିଲା। ବଡସିଂହାର ବେଶରେ ସୋଲ, ଜରି କଇଁଥ ଅଠରେ ପ୍ରସ୍ତୁତ ଶଂଙ୍ଖ, ଚକ୍ର କୁଣ୍ଡଳ, ହଳମୂଷଳ, ତଡଗି ଇତ୍ୟାଦି ୩ ଠାକୁରଙ୍କଚୁ ଲାଗି କରାଯାଇଥିଲା। ନବାଙ୍କ ବେଶରେ ଠାକୁର ମାନଙ୍କ ଶିରରୁ ରତ୍ନ ସିଂହାସନ ଚଟାଣ ପର୍ଯ୍ୟନ୍ତ ଗେଣ୍ଡୁ ଫୁଲର ମାଳରେ ସଜିତ କରାଯାଇଥିଲା। ବଡ ସିଂହାର ବେଶରେ ଠାକୁର ମାନଙ୍କୁ ଅଳଙ୍କୃତ କରୁଥିବା ଚିତା, ଗୁଣା, କରପଲ୍ଲବ, ଅଧରମାଳା, ଓ ଶ୍ରୀପୟର ମାଳା, ଗେଣ୍ଡୁ ଫଲରେ ନିର୍ମିତ ହୋଇଥିଲା। ହୃଦପଦକରେ ଗେଣ୍ଡୁ ଫୁଲ ସହିତ ଗୋଲାପ ଫୁଲ ଲାଗି କରାଯାଇଥଇଲା। ସାଧାରଣ ଦିନ ମାନଙ୍କରେ ୪, ୫ ଟି ମାଳା ଲାଗୁଥିବା ବେଳେ ନବାଙ୍କ ବେଶରେ ପ୍ରାୟ ୧୫ ଟି ଗେଣ୍ଡୁ ମାଳ ଲାଗି କରାଯାଇଥିଲା। ଶିର ଭୂଷଣ ଓ ଟୋପର ଗୁହିକ ତୁଳସୀ ପତ୍ର ସ୍ୱାରା ନିର୍ମିତ ହୋିଥିବା ବେଳେ ଟୋପର ଉପରେ ଗେଣ୍ଡୁ ମାଳ ଗୁଡିଆଯାଇଥିଲା। ଏହି ଦିନ ଯେଉଁ ଭକ୍ତ ବେଢା ପରିକ୍ରମା କରନ୍ତି ସେମାନଙ୍କ ଶରୀରରେ ୧୮ ଟି ଅଙ୍କ ନବ ନବ ଭାବରେ ଉଭାଷିତ ହୁଏ। ତେଣୁ ଏହି ଯାତ୍ରା ନବାଙ୍କ ଯାତ୍ରା ନାମରେ ପରିଚିତ ବୋଲି ମତ ଦିଅନ୍ତି ଗବେଶକ।

Leave a Reply

Your email address will not be published. Required fields are marked *