ନବରଙ୍ଗପୁର ଜିଲ୍ଲାପାଳ ରଶ୍ମିତା ପଣ୍ଡାଙ୍କ ବଦଳି

ନବରଙ୍ଗପୁର ୧୭-୧ (ଓଡ଼ିଆ ପୁଅ/କିଶୋର କୁମାର ପଟ୍ଟନାୟକ): ନବରଙ୍ଗପୁର ଜିଲ୍ଲାପାଳ ରଶ୍ମିତା ପଣ୍ଡାଙ୍କ ବଦଳି ହୋଇଛି। ତାଙ୍କ ବଦଳରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚ୍ଚିବ ଡଃ ଅଜିତ କୁମାର ମିଶ୍ରଙ୍କୁ ବଦଳି କରାଯାଇଛି। ସୂଚନା ଯୋଗ୍ୟ ଯେ, ୨୦୧୦ ବ୍ୟାଚର ଆଇଏଏସ ରଶ୍ମୀତା ପଣ୍ଡା ନବରଙ୍ଗପୁରରେ ୧ ମେ ୨୦୧୫ରେ ଜିଲ୍ଲାପାଳ ରୂପେ ଦାୟୀତ୍ୱ ଗ୍ରହଣ କରି ଜିଲ୍ଲାକୁ “ଜିରୋ ଡିଷ୍ଟ୍ରିଟ”ରୁ ପରିବର୍ତ୍ତନ କରି ଜିଲ୍ଲାକୁ ବିକାଶ ପଥରେ ଆଗେଇ ନେଇପାରିଥିଲେ। ସେ ଏଥିପାଇଁ ରାଜ୍ୟ ସରକାରଙ୍କଠାରୁ ଚାରି ଚାରି ଥର ପୁରଷ୍କୃତ ହୋଇଥିଲେ। ଜିଲ୍ଲାରେ କମଳମତି ଶିଶୁମାନଙ୍କ ପେଟରେ ଚେଙ୍କ ଦେବା ଘଟଣାକୁ ସେ ଦୃଢ ବିରୋଧକରି “ଜ୍ୟୋତି”ନାମକ କାର୍ଯ୍ୟକ୍ରମ ଦ୍ୱାରା ଶିଶୁକୁ ଚେଙ୍କ ଦେଉଥିବା ଦିଶାରୀ ପ୍ରମୁଖଙ୍କୁ ଏଥିରୁ ନିବୃତ ରହିବାକୁ ସଚେତନ କରି ସଫଳ ହୋଇଥିଲେ। ଏଥିପାଇଁ ରାଜ୍ୟ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପୁରସ୍କୃତ କରିଥିଲେ। ସେହିଭଳି “ବେଷ୍ଟ ରିହାବିଲ୍ଟେଡ ଇନ୍ ସୋସିଆଲ୍ ସେକ୍ୟୁରିଟି”, ”ସର୍ବଶ୍ରେଷ୍ଠ ଜେଡ୍ କେଏସ୍ ଏସ୍ ”ପୁରଷ୍କାର ଓ “ବେଷ୍ଟ ଇମର୍ପୁଭ ଡିଷ୍ଟିଟ(ଏମ୍ ଏସ୍ ଏଇ) ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ପୁରଷ୍କୃତ ହୋଇଥିଲେ। ସୂଚନା ଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା ମହିଳା ସ୍ୱାକ୍ଷରତା, ମୁଣ୍ଡପିଛା ଆୟ ଆଦି ବିଭିନ୍ନ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ସର୍ବନ୍ୟୁନ ହୋଇଥିବାରୁ ଅତୀତରେ “ଜିରୋ ଡିଷ୍ଟ୍ରିଟ”ରୂପେ ବଦନାମ ହୋଇଥିଲା। ବର୍ତ୍ତମାନ ଶ୍ରୀମତି ପଣ୍ଡାଙ୍କୁ ସି ଇ ଓ ରାଉରକେଲା ସ୍ନାଟ୍ର ସିଟି ସମେତ ରାଉରକେଲା ନଗର ନିଗମର କମିଶନର ଓ ଭାଇସ ଚେୟାର ପେରସନ ରାଉରକେଲା ଡେଭଲେପମେଣ୍ଟ ଅଥୋରଟି ଭାବେ ଅତିରିକ୍ତ ଦାୟୀତ୍ୱ ନ୍ୟସ୍ତ କରାଯାଇଛି।

Leave a Reply

Your email address will not be published. Required fields are marked *