ଓଡ଼ିଶା

ନବରଙ୍ଗପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କ ସଭ୍ୟପଦ୍ଦ ରଦ୍ଦ, କୋର୍ଟଙ୍କ ରାୟକୁ ବିଜେପିର ସ୍ୱାଗତ

ବିଜେଡିର କଳେବଳେ ଘୋଡା ବେପାର କରି କ୍ଷମତା ହାସଲ କରିବାର ଚରିତ୍ର ଆଜି ପଦାରେ ପଡିଲା: ବିଜେପି

ଭୁବନେଶ୍ୱର, ତା.୧୦/୦୭ (ଓଡ଼ିଆ ପୁଅ): ନବରଙ୍ଗପୁର ଜିଲା ପରିଷଦ ଅଧ୍ୟକ୍ଷା ଭଗବତୀ ଭଦ୍ରାଙ୍କ ସଭ୍ୟପଦ୍ଧକୁ ଜିଲା ଦୌରାଜଜ ରଦ୍ଧ କରିବା ସହ ସାନି ଇଲେକସନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ଏହି ରାୟକୁ ସ୍ୱାଗତ କରିଛି ରାଜ୍ୟ ବିଜେପି। କଳେବଳେ କ୍ଷମତା ହାସଲ କରିବା ନେଇ ବିଜେଡିର ରହିଥିବା ଅସଲ ରୂପ ଆଜି ପଦାରେ ପଡିଛି ବୋଲି କହିଛନ୍ତି ରାଜ୍ୟ ଉପସଭାପତି ସମୀର ମହାନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ଘୋଡାବେପାର କରି ନିର୍ବାଚନ ଜିତିବାର ଅଭ୍ୟାସ ବିଜେଡିର ରହିଛି। ସଂଖ୍ୟା ଗରିଷ୍ଠତା ନଥାଇ ଆଇନ ପରିବର୍ତ୍ତନ କରି କ୍ଷମତା ହାସଲ ପାଇଁ ଯେଉଁ ଉଦ୍ୟମ ହୋଇଥିଲା ତାହା ମାନ୍ୟବର କୋର୍ଟ ଖୁଲାସା କରିଛନ୍ତି। ବିଜେଡିର ଅସଲ ଚରିତ୍ର ଆଜି ପଦାରେ ପଡିଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଏଭଳି ରାୟ ପରେ ବିଜେଡିର ଅସଲମୁଖା ଆଜି ଜନମାନସରେ ଖୋଲିଯାଇଛି। ଆଇନକୁ ବେଆଇନ କରିବାରେ ସିଦ୍ଦହସ୍ତ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅସଲମୁଖା ଏବେ ଲୋକଲୋଚନକୁ ଆସିଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top