ନବବର୍ଷ ପାଇଁ ସଜେଇ ହେଉଛି ଶ୍ରୀକ୍ଷେତ୍ର

ପୁରୀ, ୩୧/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): – ଆଉ କେଇ ଘଣ୍ଟା ପରେ ପାଳିତ ହେବ ନୂଆବର୍ଷ। ନୂଆବର୍ଷ ପାଳନ କାରିବା ନିମନ୍ତେ ପୁରୀ ସହରରେ ପର୍ଯ୍ୟଟକ ମାନଙ୍କର ଆଗମନ ଆରମ୍ଭ ହୋଇଯାଇଛି। ସହରରେ ଥିବା ବିଭିନ୍ନ ହୋଟେଲ, ଲଜିଙ୍ଗ୍, ହଲିଡେହୋମ୍ ଓ ଧର୍ମଶାଳା ଗୂଡିକରେ କୈାଣସି କୋଠାର ଖାଲି ନଥିବା ଜଣାଯାଇଛି। ନବ ବର୍ଷ ପାଇଁ ଶ୍ରୀଜିଉଙ୍କର ଦର୍ଶନ ପାଇବା ନିମନ୍ତେ ଆଜି ରାତି ୨ ଟାରୁ ଶ୍ରୀମନ୍ଦିର ଦୂଆର ଫିଟାଯାଇ ବିଭିନ୍ନ ନୀତି ଅନୁଷ୍ଠିତ ହୋଇଥିଲା। ପହିଲି ଭୋଗ ଯେପରି ଶୀଘ୍ର ପାଇପାୀରିବେ ସେଥିପାଇଁ ମଧ୍ୟ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନିତି ନିର୍ଘଣ୍ଟ ହୋଇଛି। ବିଭିନ୍ନ ହୋଟେଲରେ ଜିରୋଆୱାର ସେଲିବ୍ରେସନ ଅନୁଷ୍ଠିତ ହୋଇଯାଇଛି। ନୂଆ ବର୍ଷକୁ ପାଳନ କରିବା ନିମନ୍ତେ ପର୍ଯ୍ୟଟକ ମାନଙ୍କର ବେଳାଭୂମିରେ ପ୍ରବଳ ଭିଡ ଜମିଛି।ବେଳାଙୂମିରେ ଥିବା ହୋଟେଲ ଗୁଡିକକୁ ରଙ୍ଗ ବେରଙ୍ଗୀ ଆଲୋକମାଳାରେ ସୁସଜିତ କରାଯାଇଥିଲା। ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ଶ୍ରୀମନ୍ଦିରକୁ ଯାଇ ଶୃଙ୍ଖଳିତ ଦର୍ଶନକରିବା ନିମନ୍ତେ ସିଂହ ଦ୍ୱରାର ଠାରୁ ଶ୍ରୀମନ୍ଦିର କାର୍ଯ୍ୟାଳାୟପର୍ଯ୍ୟନ୍ତ ଲମ୍ବା ବ୍ୟାରି୍େକଟ କରାଯାଇଛି। ମଧ୍ୟ ରାତ୍ରରୁ ଶ୍ରୀଜିଉଙ୍କକୁ ଦର୍ଶନ ପାଇଁ ବ୍ୟାରିୋକଟ ମଧ୍ୟରେ ଲମ୍ବା ଧାଡି ଲଗିରହିଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ଭିତର ଚତଃୁପାଶ୍ୱରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।ନିରାପଦ ସମୁଦ୍ର ସ୍ନାନ କରିବା ପାଇଁ ବେଳାଭୂମିରେ ଅଧିକ ଲାଇଫ ଗାର୍ଡ ମୁତୟନ ହେବା ସଙ୍ଗେ ଅଗ୍ନିସେବାଶମ ସଂସ୍ଥାକୁ ସଜାଗ ରଖାଯøାଇଛି। ସହରରେ ଥିବା ବିଭିନ୍ନ ଫୁଲ ଦୋକାନରେ ଫୁଲତୋଡା ଓ ଫୁଲମାଳ କିଣିବା ପାଇଁ ଲୋକମାନଙ୍କର ପ୍ରବଳ ଭିଡ ଲାଗିଥିଲା। ସେହିପରି ମିଠା ଦୋକାନରେ ମଧ୍ୟ ଭିଡ ଲାଗିରହିଥିଲା।

Leave a Reply

Your email address will not be published. Required fields are marked *