ନବପ୍ରଭାତ ଅନାଥପିଲାଙ୍କ ମେଳରେ ଜିଲ୍ଲାସ୍ତରୀୟ ବିଶ୍ୱମାତୃ ଭାଷାଦିବସ ପାଳନ

ମାଲକାନଗିରି,୨୧ା୨ (ଓଡିଆ ପୁଅ )  ଫେବୃୟାରୀ ମାସ ୨୧ତାରିଖକୁ  ସମଗ୍ର ବିଶ୍ୱରେ ବିଶ୍ୱମାତୃଭାଷା ଦିବସ ଭାବେ ପାଳନ କରୁଥିବା ବେଳେ ସେଥିରୁ ବାଦ ପଡିନାହିଁ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା । ଜିଲ୍ଲାର ସମସ୍ଥ ଶିକ୍ଷାଅନୁଷ୍ଟାନ ଗୁଡିକରେ ଏହି ବିଶ୍ୱମାତୃଭାଷା ଦିବସ ସଂପର୍କରେ ଛାତ୍ର ଛାତ୍ରୀ ମାନଙ୍କମଧ୍ୟରେ ଓଡିଆ ଭାଷାରେ ବିଭିନ୍ନ ପ୍ରତି ଯୋଗୀତା କରି ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ବିଶ୍ବମାତୃଭାଷା ଦିବସ ସଂପର୍କରେ ଉଦବୋଧନ ଦେଇଥିଲେ । ବିଶେଷ କରି ଜିଲ୍ଲାସଦର ମହକୁମାଠାରେ ଥିବା ସିଲେରୁ ଛାତ୍ରବାସରେ ରହୁଥିବା ନବପ୍ରଭାତର ଅନାଥ ଛାତ୍ର ମାନଙ୍କ ମେଳରେ  ଓଡିଶା ସାହିତ୍ୟ ଏକାଡେମୀ ମାଲକାନଗିରି ଜିଲ୍ଲାଶାଖା ପକ୍ଷରୁ ଜିଲ୍ଲାସ୍ତରୀୟ ବିଶ୍ୱମାତୃଭାଷା ଦିବସ ପାଳିତ ହୋଇଯାଇଛି । ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକରଦାଶଙ୍କ  ଆଧ୍ୟକ୍ଷତାରେ ଅନୁଷ୍ଟିତ ଉତ୍ସବରେ ମୁଖ୍ୟଅତିଥିଭାବେ ଶିକ୍ଷାବିତ କବି  ଅନଙ୍ଗଉଦୟ ମାହାପାତ୍ର,ମୁଖ୍ୟବକ୍ତା ଭାବେ କବି ସହିତ୍ୟିକ ମହେଶ୍ୱରରାଉତ,ସମ୍ମାନିତ ଅତିଥିଭାବେ କବି ବିଜୟକୁମାର ଦାସ, ସିଲେରୁ ଛାତ୍ରବାସର ସୁପରିଟେଣ୍ଡେଟଂ ସାବିନା ନାୟକ ଓ ଉକ୍ତ ଛାତ୍ରାବାସରେ ରହି ସପ୍ତମ ଶ୍ରେଣୀ ରେ ପଢୁଥିବା ଆଦିବାସୀ ଛାତ୍ର ଶିତୃ ଖିଲ ଯୋଗଦେଇ ବିଶ୍ୱମାତୃଭାଷା ଦିବସ ସଂପର୍କରେ ଉଦବୋଧନ ଦେଇଥିଲେ ,

ଓଡିଆ ଭାଷା ହେଉଛି ବହୁପୁରତନ ଭାଷା ,ସଭ୍ୟଶିକ୍ଷିତ ସମାଜର ଲୋକ ମାନେ ନିଜ ମାତୃଭାଷା ପ୍ରତି ଗୁରୁତ୍ୱ ଦେଉନାହାଁନ୍ତି,ଏହାର ସୁରକ୍ଷା ଓ ପ୍ରଚାରର ଆବସ୍ୟାକତା ରହିଛି,ଶିଶୁଟିଏ ଜନ୍ମହେଲେ ପ୍ରଥମେ ମା ବୋଲି ଡାକପକାଇଥାଏ,ଶିଶୁଟି ତାର ମାକୋଳରୁ ଯେଉଁଭାଷା ଶିଖିଥାଏ ତାହା ହିଁ ମାତୃଭାଷା,ମାତୃଭାଷା ପ୍ରତି ଥିବା ଦୁର୍ବାର ଆକର୍ଷଣ ମନୁଷ୍ୟ ସଭ୍ୟତା ସୃଷ୍ଟିକାଳରୁ ରହିଆସିଛି ,ଜିଲ୍ଲାର ସମସ୍ଥ ସରକାରି ,ବେସରକାରି କାର୍ଯ୍ୟାଳୟ,ଶିକ୍ଷାଅନୁଷ୍ଟାନର ନାମ ଫଳକ ସହିତ ନିନ୍ତ୍ରଣପତ୍ର ଗୁଡିକ ଓଡିଆ ଭାଷାରେ ଲେଖିବା ଦରକାର ବୋଲି ମଚାଂସିନ ଅତିଥିମାନେ କହିଥିଲେ, ସୀମାନ୍ତ ଗ୍ରାମଗୁଡିକରେ ଓଡିଆ ଭାଷା ସଂସ୍କୃତି ଧିରେ ଧିରେ ଲୋପପାଇବାକୁ ବସିଲାଣି,ଏହାର ସୁରକ୍ଷା ଓ ପ୍ରଚାର ନିମନ୍ତେ ସମସ୍ଥେ ଆଗେଇ ଆସିବା ଦରକାର, ମାଲକାନଗିରି ଜିଲ୍ଲାଟି ଆନ୍ଦ୍ର,ଛତିଶଗଡ ରାଜ୍ୟ ସୀମାନ୍ତବର୍ତି ଅଚଂଳରେ ଥିବାରୁ ଧିରେ ଧିରେ ଓଡିଆଭାଷା ସଂସ୍କୃତି ଲୋପପାଇ ଯିବାକୁ ବସିଲାଣି, ସମସ୍ଥ ସୀମାନ୍ତ ବର୍ତି ଅଚଂଳରେ ଓଡିଆ ଭାଷା ସଂସ୍କୃତିକୁ ପ୍ରଚାର ପ୍ରସାର କରି ,ସରକାରି ଓ ଘରୋଇ ପ୍ରତିଷ୍ଟାନ,ଦୋକାନ ବାଜାର ,ରାସ୍ତା ଘାଟ ଗୁଡିକରେ ଓଡିଆଭାଷାରେ ନାମଫଳକ ଲେଖାଯିବା ପ୍ରତି ଗୁରୁତ୍ୱ ଦେବା ଆବସ୍ୟକରହିଛି ବୋଲି ମଚାଂସିନ ଅତିଥି ମାନେ କହିଥିଲେ ।

 

Leave a Reply

Your email address will not be published. Required fields are marked *