ନବନିର୍ମିତ ମହାନଦୀ ସେତୁକୁ ଗୁରୁ ସତ୍ୟନାରାୟଣଙ୍କ ନାମରେ କରିବା ଦାବିରେ ଦସ୍ତଖତ ଅଭିଯାନ

ସମ୍ବଲପୁର ୧୦-୦୭ (ଓଡ଼ିଆ ପୁଅ/ବ୍ୟୋମୋକେଶ ପଣ୍ଡା): ନବନିର୍ମିତ ମହାନଦୀ ସେତୁ ନିର୍ମାଣକାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ଏହି ସେତୁକୁ ଗୁରୁ ସତ୍ୟନାରାୟଣଙ୍କ ନାମରେ କରିବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବି କରାଯାଇଛି। ଦାବି ସମର୍ଥନରେ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି। ଏହି କ୍ରମରେ ସମ୍ବଲପୁର ବିଧାୟୀକା ଡାକ୍ତର ରାଷେସ୍ବରୀ ପାଣି ଗ୍ରାହୀ, ବିଜେଡି ଉପମୁଖ୍ୟ ସଚେତକ ତଥା ରେଢାଖୋଲ ବିଧାୟକ ରୋହିତ ପୂଜାରୀ, ବିଜେପି ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର, ଜିଲ୍ଲା କଂଗ୍ରେସ ସଭାପତି ଅଶ୍ବନୀ ଗୁରୁ, ବିଜେଡି ନେତା ଜୟବ୍ରତ ଦେ ଏକ ପ୍ରତିନିଧି ମଣ୍ଡଳ ଭେଟିଥିଲା। ଯେହେତୁ ଗୁରୁ ସତ୍ୟନାରାୟଣ ବହିଦାର ସମ୍ବଲପୁରୀ ଭାଷା ସଂସ୍କୃତିର ପରିଚୟ ସେଥିପାଇଁ ତାଙ୍କ ନାମରେ ସେତୁକେ ନାମକରଣ କରିବାକୁ ବ୍ୟକ୍ତିଗତ ଭାବେ ସମର୍ଥନ ଜଣାଇଛନ୍ତି।

ଗୁରୁ ସତ୍ୟନାରାୟଣ ବହିଦାର ସମ୍ବଲପୁରୀ ସାହିତ୍ୟ ଏବଂ ସଂସ୍କୃତିର ପ୍ରଚାର ପାଇଁ ସାରାଜୀବନ ସଂଗ୍ରାମ କରିଥିବାରୁ ଅଂଚଳବାସୀ ମଧ୍ୟ ତାଙ୍କ ବିଷୟରେ ଅଧିକ ଜାଣିବା ଆବଶ୍ରକତା ରହିଛି ଦସ୍ତଖତ ଅଭିଯାନ ମାଧ୍ୟମରେ ଲୋକଙ୍କ ପାଖରେ ସେତୁ ନାମକରଣ ନେଇ ସମର୍ଥନ ହାସିଲ କରିବା ସହ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ବିଷୟରେ ଲୋକଙ୍କ ପାଖରେ ତଥ୍ୟ ପହଂଚାଇବା ପାଇଁ ଚେଷ୍ଟା କରାଯାଉଛି। ଏଥିପାଇଁ ସମ୍ବଲପୁର ଓକିଳ ସଂଘ କାର୍ଯ୍ୟାଳୟ ଆଗରେ ମଧ୍ୟ ଆଜି ଦାବି ସମର୍ଥନରେ ଦସ୍ତଖତ ଅଭିଯାନ କରାଯାଇଥିଲା। ଏଥିରେ ଶତାଧିକ ଓକିଳ ସମର୍ଥନ କରିଥିଲେ। ସମ୍ବଲପୁର ର ଛକ ଏବଂ ରାସ୍ତା ଗୁଡିକ ସ୍ଥାନୀୟ ଅଂଚଳର ବିଶିଷ୍ଠ ଜନନାୟକ ମାନଙ୍କ ନାମରେ କରାଯିବାକୁ ବହୁ ବୁଦ୍ଧିଜୀବୀ ମତ ଦେଇଥିଲେ। ଦସ୍ତଖତ ଅଭିଯାନରେ ପଶ୍ଚିମାଞ୍ଚଳ ଏକତାମଂଚ ଆବାହକ ଭବାନୀଶଙ୍କର ଭୋଇ, ସନ୍ତୋଷ ବଢାଇ, ଅମରେଶ ବେହେରା, ଶିଶିର ବହିଦାର, ସମୀର ହୋତା, ମାନସ ରଂଜନ ବକ୍ସି, ରାହୁଲ ମୋଦକ, ପ୍ରଦୌତ ପଟ୍ଟନାୟକ କମଲ ଲୋଚନ ପଣ୍ଡା, ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *