ନବନିର୍ମାଣ କୃଷକ ସଙ୍ଗଠନ ବିକ୍ଷୋଭ

ପୁରୀ:୧୭/୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଶରଧାବାଲିରୁ ଏକ ବିରାଟ ଶୋଭାଯାତ୍ରା ବାହାରି କଚେରୀ ନିକଟକୁ ଯାଇଥିଲା। ସଂଘର ହଜାର ହଜାର ସଦସ୍ୟ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଚାଷୀଙ୍କୁ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପ୍ରଦାନ ଚାଷ ଦ୍ରବ୍ୟ ଗୁଡିକୁ ବିକ୍ରି ପାଇଁ ଉପଯୁକ୍ତ ବଜାର ବ୍ୟବସ୍ଥା ଓ ଚାଷୀଙ୍କୁ ପେନସନ୍ ପ୍ରଦାନ ଆଦି ପ୍ରମୁଖ ଦାବି ନେଇ ଏହି ବିକ୍ଷୋଭବ କରାଯାଇଥିଲା। ସଙ୍ଗଠନ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଓ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଏହି ବିକ୍ଷୋଭର ନେତୃତ୍ୱ ନେଇଥିଲେ। ଅଗଷ୍ଟ ୧୭ରେ ପୁରୀ ଚାଲୋ ଡାକରା ଦିଆଯାଇଥିବାରୁ ସଙ୍ଗଠନର ସହକର୍ମୀ ଓ ଚାଷୀ ପୁରୀରେ ଏହି ବିକ୍ଷୋଭରେ ଏକାଠି ହୋଇଥିଲେ। ସ୍ୱାଧୀନତାର ୭୦ବର୍ଷ ପରେ ବି ଚାଷୀ ଆତ୍ମହତ୍ୟା କରିବା ଅତ୍ୟନ୍ତ ଲଜ୍ଜ୍ୟା ଜନକ ବୋଲି ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଥିଲେ। ସରକାର ପରେ ସରକାର ଆସୁଥିବା ବେଳେ କୌଣସି ସରକାର ଚାଷୀଙ୍କ ଦାବି ପ୍ରତି ସମ୍ବେଦନଶୀଳ ନହେବା ରାଜନେତାଙ୍କ ଅସଲ ଚେହେରା ଆସିଥିବା ସଙ୍ଗଠନ ପ୍ରକାଶ କରିଛି। ତେବେ ତୁରନ୍ତ ସରକାର ଚାଷୀଙ୍କ ସ୍ୱାର୍ଥକୁ ଦେଖି ଚାଷୀଙ୍କ କାର୍ଯ୍ୟଦାବି ପୂରଣ କରିବାକୁ ସଙ୍ଗଠନ ଦାବି କରିଛି। ଏହି ମର୍ମରେ ଏକ ସ୍ମାରକ ପତ୍ର କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସଙ୍ଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *